Vastu tips; ବିନା ପୂଜାରେ ଘରେ ରହିବ ଶାନ୍ତି, ବାସ କରନ୍ତୁ ଏହି ସବୁ କାମ

ଛୋଟ ଛୋଟ କଥାକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଯେତେ ରୋଜଗାର କଲେ ବି ଅର୍ଥର ଅଭାବ ଦେଖାଦେଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସହ ଅସୁସ୍ଥତା ବି ପିଛା ଛାଡ଼େନି। ଘରର ବାସ୍ତୁ ଦୋଷ ଯୋଗୁଁ ଭୋଗିବାକୁ ପଡ଼ିପାରେ ଏପରି ସମସ୍ୟା । ବିନା ଖର୍ଚ୍ଚରେ ବି ଏପରି ସମସ୍ୟାରୁ ମିଳି ପାରିବ ମୁକ୍ତ। ସାମାନ୍ୟ ବାସ୍ତୁ ଟିପ୍ସ ଫଲୋ କଲେ ଘରେ ବିରାଜମାନ କରିବ ଖୁସି। ଜାଣନ୍ତୁ ଏଥିପାଇଁ କ'ଣ କରିବାକୁ ପଡ଼ିବ।

Vastu tips

ବାସ୍ତୁ ଅନୁଯାୟୀ, ଘରର ବିଭିନ୍ନ ରୁମ୍‌ର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। କାରଣ ଘରର ସବୁ ସ୍ଥାନ, ସବୁ କୋଣ କିଛି ନା କିଛି ଗ୍ରହ ସହ ସମ୍ବନ୍ଧିତ ରହିଛି । ତେଣୁ କିଛି ବାସ୍ତୁ ନିୟମକୁ ପାଳନ କଲେ ବିନା ଟଙ୍କା ଖର୍ଚ୍ଚରେ ବି ଘରେ ଶାନ୍ତି ବିରାଜମାନ କରିବ ।

ମୁଖ୍ୟ ଦ୍ୱାର: ଘରର ମୁଖ୍ୟ ଦ୍ୱାର ଦେଇ ଘରର ଶାନ୍ତି ଓ ସମସ୍ୟା ଉଭୟ ପ୍ରବେଶ କରିଥାଏ। ତେଣୁ ଏହାକୁ ସବୁବେଳେ ସଫାସୁତୁରା ରଖନ୍ତୁ। ସବୁବେଳେ ଘର ବାହାରେ ନେମପ୍ଲେଟ ଲଗାନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ, ଏହାର ରଙ୍ଗ ଯେପରି କଳା ନ ହୁଏ। ଶନିବାର ସେଠାରେ ଦୀପ ଜାଳନ୍ତୁ।

ଶିଡି: ଘରର ଉନ୍ନତି ସହ ସିଡିର ରହିଛି ସିଧାସଳଖ ସମ୍ପର୍କ । ଶିଡି ଦ୍ୱାରା ହିଁ ରାହୁ କେତୁକୁ ନିୟନ୍ତ୍ରିତ କରାଯାଇଥାଏ। ଶିଡିରେ ଭୁଲ ହେଲେ ତାହା ଜୀବନରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ। ଏହାର ନିର୍ମାଣ ସବୁବେଳେ ଉତ୍ତରରୁ ଦକ୍ଷିଣ ଦିଗ ବା ପୂର୍ବରୁ ପଶ୍ଚିମ ଦିଗକୁ ହୋଇଥାଏ। ସିଡିକୁ ବେଶି ବକ୍ରାକାର ନ କଲେ ତାହା ପରିବାର ପାଇଁ ଭଲ ଫଳପ୍ରଦ ହୋଇଥାଏ ।

ଲିଭିଙ୍ଗ ଏରିଆ: ଏହି ସ୍ଥାନରେ ହିଁ ଘରର ସମସ୍ତ ସଦସ୍ୟ ଏକତ୍ରିତ ହୋଇଥାନ୍ତି। ତେଣୁ ଏହାକୁ ସବୁବେଳେ ପରିଷ୍କାର ରଖନ୍ତୁ। ଯେପରି ଏହିବାଟ ଦେଇ ସୂର୍ଯ୍ୟାଲୋକ ପହଞ୍ଚିବ ସେପରି ବ୍ୟବସ୍ଥା କରନ୍ତୁ।

ରୋଷେଇ ଘର: ଏହାକୁ ସବୁବେଳେ ବ୍ୟବସ୍ଥିତ ଢଙ୍ଗରେ ସଜାଡ଼ି ରଖନ୍ତୁ। ବାହାର ଲୋକଙ୍କୁ ନିଜ ରୋଷେଇ ଘରେ ପ୍ରବେଶ କରାଇ ନ ଦିଅନ୍ତୁ। ପୂଜା ପରେ ଏଠାରେ ଧୂପ ଦେବାକୁ ଭୁଲନ୍ତୁ ନାହିଁ।

ବେଡରୁମ୍‌ : ଏଠାରେ ସୁଖ ଓ ସମୃଦ୍ଧି ବିରାଜମାନ ହୋଇଥାଏ। ଏହାର କାନ୍ଥର ରଙ୍ଗ ସବୁବେଳେ ହାଲକା ରଖନ୍ତୁ। ବେଡରୁମ୍‌ରେ ଟିଭି ଲଗାନ୍ତୁ ନାହିଁ। ଏଠାରେ ହାଲକା ସଙ୍ଗୀତର ବ୍ୟବସ୍ଥା କରି ପାରନ୍ତି। ବେଡରୁମ୍‌ରେ ବସି ନ ଖାଇବା ଭଲ । ବେଡରୁମ୍‌ରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟାଲୋକ ପଡ଼ିବା ସହ ପବନ ଯାତାୟତ କରିବ, ତାହାର ବ୍ୟବସ୍ଥା କରନ୍ତୁ।

ବାଥରୁମ୍‌: ଏହାକୁ ସବୁବେଳେ ସଫା ରଖନ୍ତୁ। ପାଣିର ଅପଚୟ କରନ୍ତୁ ନାହିଁ। ବାଥରୁମ୍‌ରେ ନୀଳ ରଙ୍ଗ ପ୍ରୟୋଗ ଶୁଭପ୍ରଦ ହୋଇଥାଏ। ଏଠାରେ ହାଲକା ସୁଗନ୍ଧ ବ୍ୟବସ୍ଥା କରିବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+