ଘରର କେଉଁ ଦିଗରେ ଆକ୍ୱାରିୟମ ରଖିଲେ ବଢ଼ିବ ସୁଖଶାନ୍ତି
ଆକ୍ୱାରିୟମରେ ରଙ୍ଗିନ ମାଛ ରଖିବାକୁ ବହୁତ ଲୋକେ ଭଲ ପାଇଥାନ୍ତି। ସାଧରଣତଃ ଘର ଓ ଦୋକାନରେ ଲୋକେ ଆକ୍ୱାରିୟମରେ ରଖିଥାନ୍ତି। ଏହା ଘର ଓ ଦୋକାନର ଶୋଭା ବଢ଼ାଇଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଆକ୍ୱାରିୟମକୁ ଉଚିତ ସ୍ଥାନରେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ବହୁ ପରିବର୍ତ୍ତନ ଘଟିଥାଏ। ରଙ୍ଗୀନ ମାଛଙ୍କ ଯୋଗୁଁ ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ। ଏହାସହ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଥାଏ। ଆସନ୍ତୁ ଜାଣିବା ଘରେ କେଉଁଠି ଓ କେଉଁ ପ୍ରକାର ମାଛ ରଖିଲେ ଶୁଭଫଳ ମିଳିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ପାଣି ସକାରତ୍ମକ ଉର୍ଜା ପ୍ରଦାନ କରିଥାଏ। ଆକ୍ୱାରିୟମରେ ଭିତରେ ପାଣି ପ୍ରବାହ ଧନ ସମ୍ପତ୍ତି ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଘରର ଦକ୍ଷିଣ-ପୂର୍ବ ଦିଗରେ ଆକ୍ୱାରିୟମ ରଖିବା ଶୁଭ ମନାଯାଇଥାଏ। ଏହାଦ୍ୱାରା ଘରର ସୁଖଶାନ୍ତି ସବୁବେଳେ ବିରାଜିତ ରହିଥାଏ। ଏହାସହ ଘରେ ପୂର୍ବ ଅଥବା ଉତ୍ତର ଦିଗରେ ମଧ୍ୟ ଆକ୍ୱାରିୟମ ରଖିପାରିବେ। ଏହା ଆର୍ଥିକ ଅନଟନ ଦୂର କରିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
ପେଙ୍ଗସୁଇ ଅନୁସାରେ ଆକ୍ୱାରିୟମରେ ୮ରୁ ୯ଟି ମାଛ ରଖନ୍ତୁ। ଗୋଟିଏ ଲେଖାଏଁ କଳା ଓ ସୁନେଲି ରଙ୍ଗର ମାଛ ରଖିଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।












Click it and Unblock the Notifications