ବାସ୍ତୁ ଅନୁସାରେ ଶୋଇବା ଘରେ ପୂଜା କରିବା ଠିକ୍ ନା ଭୁଲ୍, ଜାଣନ୍ତୁ.....
ସ୍ବାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଶୋଇବା। ଶୋଇବା ଘର ଏପରି ଏକ ସ୍ଥାନ, ଯେଉଁଠି ପାଦଦେବା ମାତ୍ରେ ଲାଗେ ଦୁନିଆର ସବୁ ସୁଖ ଗୋଟିଏ ପାଖରେ ତ ଶୋଇବା ଘର ଗୋଟିଏ ପାଖରେ, ତେଣିକି ସେ ଘର କୁଡିଆ ହେଉ କି ମହଲ। ଏପରିକି ଯେତେବେଳେ ସୁଖୀ ଦାମ୍ପତ୍ୟ କଥା ଉଠେ ସେତେବେଳେ ମଧ୍ୟ ଶୋଇବା ଘରର ଭୂମିକା କିଛି କମ୍ ନୁହେଁ ବୋଲି କୁହାଯାଇପାରେ। ତେବେ ବାସ୍ତୁ ଅନୁସାରେ ଶୋଇବା ଘର କେମିତି ହେବା ଦରକାର ଆସନ୍ତୁ ଜାଣିବା ସେ ସମ୍ପର୍କରେ...
-ଦାମ୍ପତ୍ୟ ସୁଖ ପାଇଁ ଶୋଇବା ଘର ଦକ୍ଷିଣ ପଶ୍ଚିମ କୋଣରେ କରିବା ଦରକାର।
-ଏହି ଘରେ ସୁମଧୂର ସଙ୍ଗୀତ ବଜାଇଲେ କୁଆଡ଼େ ନିଦ ଭଲ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
-ଖଟକୁ କେବେ ବି କାନ୍ଥରେ ଲଗାନ୍ତୁ ନାହିଁ।

-ଶୋଇବା ଘରେ ଦର୍ପଣ ରଖିବା ଠିକ୍ ନୁହେଁ। ଯଦି ଅଛି ଶୃଙ୍ଗାର ପରେ ଦର୍ପଣରେ ପରଦା ପକାଇ ଦିଅନ୍ତୁ। କୁହାଯାଏ, ସ୍ବାମୀସ୍ତ୍ରୀ ଏକତ୍ର ଥିବାବେଳେ ଦର୍ପଣରେ ଛବି ଆସିଲେ ଅଶୁଭ ହେଇଥାଏ।
-ଶୟନ କକ୍ଷରେ ପୂଜାଘର କରିବା ମଧ୍ୟ ଉଚିତ୍ ନୁହେଁ।
-ସେହିପରି ଏହି କକ୍ଷରେ କାନ୍ଦୁରା ଚିତ୍ର, ମୃତ ବ୍ୟକ୍ତିଙ୍କ ଚିତ୍ର, ଯୁଦ୍ଧ ଚିତ୍ର ଆଦି ନ ରଖି ପତିପତ୍ନୀଙ୍କ ଖୁସି ସମୟର ଯୁଗଳ ଚିତ୍ର ଯୋଡି କିମ୍ବା ଚଢେଇଙ୍କ ଚିତ୍ର ଅବା ରାଧାକୃଷ୍ଣଙ୍କ ଯୁଗଳ ଚିତ୍ର ରଖିବା ଶୁଭ ହୋଇଥାଏ।
-ଶୋଇବା ଘରର ରଙ୍ଗ ହାଲ୍କା ହେଲେ ଭଲ ନିଦ ହୋଇଥାଏ ବୋଲି ବି ବିଶ୍ୱାସ କରାଯାଇଥାଏ।












Click it and Unblock the Notifications