ଏହି ସ୍ଥାନରେ ରଖନ୍ତୁ ଟଙ୍କା ଓ ଗହଣା, ବଦଳିଯିବ ଆର୍ଥିକ ସମସ୍ୟ!

କଥାରେ ଅଛି ଧନ (ପଇସା), ଧନକୁ ଆକର୍ଷିତ କରିଥାଏ। ଏଥିପାଇଁ ବୋଧ ହୁଏ ଧନୀ ଅଧିକ ଧନୀ ହୋଇଥାଏ। ଅଧିକାଂଶ ଲୋକଙ୍କ ଅଭିଯୋଗ ରହିଥାଏ, ଯେତେ ରୋଜଗାର କଲେ ମଧ୍ୟ ସେମାନଙ୍କ ପାଖରେ ଅର୍ଥ ରହୁନାହିଁ। ସବୁବେଳେ ଅଭାବ ଅନଟନ ଲାଗି ରହୁଛି। ଏଥିପାଇଁ ଚିନ୍ତିତ ହେବାର କିଛି ନାହିଁ। ବାସ୍ତୁଶାସ୍ତ୍ରରେ ଏପରି କିଛି ଛୋଟ ଛୋଟ ଉପାୟ କୁହାଯାଇଛି ଯାହାକୁ ଆପଣାଇଲେ ଆପଣଙ୍କ ଅଯଥା ଖର୍ଚ୍ଚ କମିବା ସହ ଧନ ବୃଦ୍ଧି ଘଟିବ। ଆସନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ ଯାହା ଆପଣଙ୍କ ଆର୍ଥିକ ସମସ୍ୟା ଦୂର କରିଦେବ।

ଟଙ୍କା ଓ ଗହଣା କେଉଁଠି ରଖିବେ: ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗରେ ଧନର ଦେବତା କୁବେର ବାସ କରନ୍ତି। ତେଣୁ ନିଜର ମୂଲ୍ୟବାନ ଦ୍ରବ୍ୟ, ଗହଣା ଓ ଟଙ୍କା ପୂର୍ବ ଦିଗରେ ରଖନ୍ତୁ। ମୂଲ୍ୟବାନ ଦ୍ରବ୍ୟ ଓ ଟଙ୍କା କେବେ ବି ପଶ୍ଚିମ ଦିଗରେ ରଖନ୍ତୁ ନାହିଁ।

gold

ଉଚିତ ସ୍ଥାନରେ ରଖନ୍ତୁ ଆଲମାରୀ: ଘରେ ଆଲମାରୀକୁ ଦକ୍ଷିଣ ଦିଗକୁ ରଖନ୍ତୁ। ଧ୍ୟାନ ଦେବେ ଆଲମାରୀର ମୁହଁ ଯେମିତି ଉତ୍ତର ଦିଗକୁ ହିଁ ଖୋଲିବ। ଏପରି କଲେ ରୋଜଗାରର ବାଟ ଫିଟିଥାଏ ଓ ଧନ ବୃଦ୍ଧି ଘଟିଥାଏ। ଆଉ ଗୋଟେ କଥା ମନେ ରଖିବେ ଆଲମାରୀର ଲକର ସବୁ ବେଳେ ଉପରେ ରଖିବେ ଓ ଏହା ତଳକୁ ଶାଢି ରଖିବେ। କେବେ ବି ଶାଢି ରଖୁଥିବା ସ୍ଥାନର ତଳେ ଲକର ରଖନ୍ତୁ ନାହିଁ।

ଅଳନ୍ଦି ଲାଗିବାକୁ ଦିଅନ୍ତୁ ନାହିଁ: ଘରେ କେଉଁଠି ବି ଅଳନ୍ଦି ଯେମିତି ନ ଲାଗିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯେଉଁ ଘରେ ଆଲମାରୀ ଓ ମୂଲ୍ୟବାନ ଦ୍ରବ୍ୟ ରଖୁଛନ୍ତି, ସେଠାରେ କେବେ ବି ଅଳନ୍ଦି ଲାଗିବାକୁ ଦିଅନ୍ତୁ ନାହିଁ।

ପରିବାର ଲୋକଙ୍କୁ ସମ୍ମାନ ଦିଅନ୍ତୁ: କୁହାଯାଏ ଯେଉଁ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ଯେତେ ଅଧିକ ଥାଏ ସେ ଘରେ ଲକ୍ଷ୍ମୀ ବାସ କରନ୍ତି। ବଡ଼ଙ୍କୁ ସମ୍ମାନ ଦିଅନ୍ତୁ, ସାନଙ୍କୁ ଆଦର କରନ୍ତୁ। ଏହାଦ୍ୱାରା ଘରେ ଶାନ୍ତି ପ୍ରତିଷ୍ଠା ହେବ ଓ ସମୃଦ୍ଧି ଆପେ ଆପେ ଆପଣଙ୍କ ପାଖକୁ ଆସିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+