ଆପଣଙ୍କ ଘରେ ଅଛି କି ଏହି ସବୁ ଜିନିଷ, ମାଡ଼ିଆସିବ ବିପଦ
ଆମେ ଘରଟିଏ ତୋଳିବା ବେଳେ ବାସ୍ତୁ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ୱ ରହିଛି । ଘରର କେଉଁ ଦିଗରେ କଣ ରହିବା ଉଚିତ୍, ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ଶୌଚାଳୟ କେଉଁ ଦିଗରେ ରହିବା ଉଚିତ୍ ସେ ନେଇ ଶାସ୍ତ୍ରରେ କୁହାଯାଇଛି । ଆମେ ଏହି ଅନୁସାରେ ଘର ନିରମାଣ କରିଥିଲେ ମଧ୍ୟ, ଅନେକ ସମୟରେ ଆମ ଉପରେ ବିପଦ ଆସିଥାଏ ।

କେବଳ ବାସ୍ତୁ ଅନୁସାରେ ଘର ତୋଳିଦେଲେ ଯଥେଷ୍ଟ ନୁହଁ, ଘରର କେଉଁ ସ୍ଥାନରେ କଣ ରହିବା ଉଚିତ୍ କଣ ରହିବା ନାହିଁ ତା ଉପରେ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିଥାଏ । ଏମିତି କିଛି ଅଭ୍ୟାସ ଆମ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ, ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଫଳରେ ଘରକୁ ବିଭିନ୍ନ ବିପଦ ମାଡ଼ିଆସେ ।
ତେବେ ଆସନ୍ତୁ ଜାଣିବା, ଘରେ କେଉଁ ଜିନିଷ ରହିଲେ ବିପଦ ଆସିବାର ସଙ୍କେତ ଦେଇଥାଏ
ଘରେ ଭାଙ୍ଗିଯାଇଥିବା ବାସନକୁସନ, କାଚ ଅଥବା ଅନ୍ୟ କୌଣସି ଗୃହୋପକରଣ ଜିନିଷ ରହିବା ଅଶୁଭ । ଏସବୁ ଜିନିଷ ଯଦି ବେଶିଦିନ ଘରେ ରହିଯାଏ ତା'ହେଲେ ପରିବାର ସଦସ୍ୟଙ୍କ ମନ ଭିତରେ ଅଶାନ୍ତି, ନିରାଶାଭାବ ଆଦି ଦେଖାଯାଇଥାଏ । ତେଣୁ ଏସବୁ ଜିନିଷକୁ ତୁରନ୍ତ ମରାମତି କରିଦେବେ ନଚେତ୍ ବଦଳାଇଦେବା ଉଚିତ ।
ସେହିପରି ଘରେ ଭାଙ୍ଗିଯାଇଥିବା ଜାହାଜ, ଯୁଦ୍ଧ, କାନ୍ଦୁଥିବା ପିଲା, ସୂର୍ଯ୍ୟାସ୍ତର ଦୃଶ୍ୟ ଥିବା ପେଣ୍ଟିଂ ଲଗାଇବା ଆଦୌ ଠିକ୍ ନୁହେଁ । ସେହିପରି ବେଡ୍ରୁମ୍ରେ ଝରଣା, ଫାଉଣ୍ଟେନ୍, ସମୁଦ୍ର, ବର୍ଷା କିମ୍ବା ଆକ୍ୱାରିୟମ୍ର ପେଣ୍ଟିଂ ଅଥବା ଛବି ଲଗାଇବା ଶୁଭ ହୋଇ ନ ଥାଏ ।
ହାତୀଦାନ୍ତରେ ତିଆରି ମୂର୍ତ୍ତି, ବାଘଚମଡ଼ା କିମ୍ବା କୌଣସି ପଶୁର ଶିଙ୍ଗରେ ତିଆରି ଘରସଜ୍ଜା ଜିନିଷକୁ ବି ଘରେ ରଖିବା ଆଦୌ ଶୁଭଙ୍କର ନୁହେଁ । ଏହା ଠାରୁ ଆମେ ଦୂରେ ରହିବା ଉଚିତ୍ ।
ସେହିପରି ଫୁଲଦାନିରେ ଶୁଖିଲା ଫୁଲକୁ ବି ବେଶିଦିନ ରଖିବା ଘର ପ୍ରତି ବିପଦକୁ ଡାକିଆଣିବା ସହ ପରିବାର ସଦସ୍ୟଙ୍କ ମନକୁ ଭାରାକ୍ରାନ୍ତ କରିଥାଏ ବୋଲି ବିଶ୍ୱାସ କରାଯାଏ।












Click it and Unblock the Notifications