Vastu Tips: ପ୍ରତ୍ୟେହ ମୁଖ୍ୟଦ୍ବାରରେ ଶୁଭ କଳସ ରଖୁଛନ୍ତି କି ?

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ କୁମ୍ଭ ଦେଖୁକରି ଯିବାଦ୍ୱାରା କାର୍ଯ୍ୟସିଦ୍ଧି ହୋଇଥାଏ। ସେଥ‌ିପାଇଁ ଅନେକେ ଘରର ମୁଖ୍ୟଦ୍ବାର ନିକଟରେ ଶୁଭ କଳସ ସ୍ଥାପନ କରିଥାନ୍ତି । ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ ରହିଛି, ଜାଣିରଖନ୍ତୁ... ମୁଖ୍ୟ ଦ୍ଵାରର ବାମପଟେ ଶୁଭ କଳସ ରଖୁବା ଅତ୍ୟନ୍ତ ଭଲ ହୋଇଥାଏ । ଆବଶ୍ୟକ ସ୍ଥଳେ ଆପଣ ଚାହିଁଲେ ଏହାକୁ ଡାହାଣ ପଟେ କିମ୍ବା ଦ୍ବାରର ସମ୍ମୁଖ ଭାଗରେ ମଧ୍ୟ ରଖୁପାରିବେ । କିନ୍ତୁ ସମ୍ମୁଖରେ ରଖିଲେ ଭୁଲ୍‌ରେ କାହାର ଗୋଡ ବାଜିଯିବାର ସମ୍ଭାବନା ଥାଏ ।

ତେଣୁ ନିଜର ସୁବିଧା ଅନୁଯାୟୀ ଶୁଭ କଳସକୁ ଦ୍ବାରର ଯେଉଁଠି ଚାହିଁବେ ସେଠି ରଖିପାରିବେ । କିନ୍ତୁ ଧ୍ୟାନ ଦେବେ ଘରକୁ ଯିବାଆସିବା ସମୟରେ ଯେମିତି ଶୁଭକଳସ ଉପରେ ସମସ୍ତଙ୍କର ନଜର ପଢିପାରୁଥିବ। ଞ୍ଚଯଦି ଆପଣଙ୍କ ମୁଖ୍ୟ ଦ୍ଵାରର କାନ୍ଥକୁ ଲାଗି ଚଉରା ରହିଛି, ତା'ହେଲେ ଉକ୍ତ ଚଉରାର ମଣ୍ଡପ ଉପରେ ଆପଣ ଏହି ଶୁଭ କଳସକୁ ମଧ୍ଯ ରଖିପାରିବେ। ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନସାରି ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦେବେ, ତା'ପରେ ମା' ବୃନ୍ଦାବତୀଙ୍କୁ ପୂଜା କରିବେ ।

subha kalas

ଆଉ ତା'ପରେ ମୁଖ୍ୟ ଦ୍ଵାର ନିକଟରେ ଶୁଭ କଳସକୁ ସ୍ଥାପନା କରି ଘର ଠାକୁରଙ୍କୁ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ଞ୍ଚଯଦି ସୂର୍ଯ୍ୟୋଦୟ ପୂର୍ବରୁ ଶୁଭ କଳସ ବସାଇବା ସମ୍ଭବ ହେଉନାହିଁ ତା' ହେଲେ ସକାଳର ପ୍ରଥମ ପ୍ରହର ଅର୍ଥାତ ସକାଳ ୯ଟା ଭିତରେ ଶୁଭ କଳସ ବସାଇବା ନିହାତି ଆବଶ୍ୟକ। ଶୁଭ କଳସର ପାଣି ବାସି ହେବା ଠିକ ନୁହେଁ ଅର୍ଥାତ ସକାଳେ ଯେଉଁ ଶୁଭ କଳସ ବସାଇଥିବେ ସୂର୍ଯ୍ୟାସ୍ତ ପୂର୍ବରୁ ସେହି କଳସର ପାଣିକୁ କୌଣସି ଗଛ ମୂଳରେ ଢାଳିଦେବେ। ପୁଣିଥରେ ତା'ପରଦିନ ଶୁଦ୍ଧ ଜଳରେ ପୁଣି ଶୁଭ କଳସ ବସାଇବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+