ପିଲାଙ୍କ ପଢ଼ାଘରେ ଏହିସବୁ ଜିନିଷ ରଖୁଛନ୍ତି କି? ପଡ଼ିପାରେ.....
ପଢ଼ା ଘରର ପରିବେଶ ଭଲ ରହିଲେ ପିଲାଙ୍କ ମନରେ ସକାରାତ୍ମକ ପ୍ରଭାବ ପଡ଼େ । ତେଣୁ ଘରକୁ କିପରି ସଜାଡ଼ି ରଖିବେ ଜାଣିରଖନ୍ତୁ...
ପାଠ ପଢ଼ିବା ପାଇଁ ବାସ୍ତୁ ଅନୁସାରେ ଉତ୍ତର-ପୂର୍ବ ଦିଗ ହିଁ ସବୁଠୁ ଭଲ। ତେବେ ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଷ୍ଟଡିରୁମ୍ ? ଆଦୌ କରନ୍ତୁ ନାହିଁ । ଶିଡ଼ି ତଳେ ଥିବା ଖାଲି ସ୍ଥାନରେ ମଧ୍ୟ ପଢ଼ିବା ଘର କେବେ ବି କରନ୍ତୁ ନାହିଁ । ପିଲାଙ୍କ ପଢ଼ିବା ଘରେ ବଡ଼ ଦର୍ପଣ, ଟିଭି, ମାଗାଜିନ୍ , ଗେମ୍ସ କିମ୍ବା କିଛି ଅଦରକାରୀ ଜିନିଷ ରଖନ୍ତୁ ନାହିଁ ।
ଏସବୁ ଜିନିଷ ପିଲାଙ୍କୁ ଅନ୍ୟମନସ୍କ କରିବା ସହ ନକାରାତ୍ମକ ଊର୍ଜା ସୃଷ୍ଟି କରିଥାଏ । ପିଲାଙ୍କ ପଢ଼ା ଟେବୁଲ ଉପରେ ଗଣେଶ ଓ ଦେବୀ ସରସ୍ୱତୀଙ୍କର ଛୋଟ ମୂର୍ତ୍ତି ରଖନ୍ତୁ । ଏହା ବ୍ୟତୀତ ଟେବୁଲ ଉପରେ ଅନାବଶ୍ୟକ ସାମଗ୍ରୀ କିଛି ରଖନ୍ତୁ ନାହିଁ । ପଢ଼ାଘରକୁ ଏଭଳି ତିଆରି କରନ୍ତୁ ଯେପରି ସୂର୍ଯ୍ୟକିରଣ ଝରକା କିମ୍ବା କବାଟ ମଧ୍ୟ ଦେଇ ଘର ଭିତରକୁ ଆସୁଥିବ। ଉତ୍ତର-ପୂର୍ବ ଦିଗରେ ପଢ଼ାଘର ଥିଲେ ସୂର୍ଯ୍ୟକିରଣ ଆସିଥାଏ।

ରଙ୍ଗର ମଧ୍ୟ ମନ ଉପରେ ପ୍ରଭାବ ରହିଥାଏ । ତେଣୁ ପଢ଼ାଘରେ ଧଳା, ବାଦାମୀ କିମ୍ବା ସ୍କାଏ କଲର ଦିଅନ୍ତୁ । ଷ୍ଟୁଡି ଟେବୁଲ ଓ ଆଲମୀରା ମଧ୍ୟ ଏହି ରଙ୍ଗର କରନ୍ତୁ । ଅଧିକ ଗାଢ଼ ରଙ୍ଗର ବ୍ୟବହାର ଆଦୌ କରନ୍ତୁ ନାହିଁ ।












Click it and Unblock the Notifications