Happy Hug Day: ମନର କଥାକୁ ଶବ୍ଦରେ ପରିପ୍ରକାଶ ନକରି ଆଲିଙ୍ଗନ କରନ୍ତୁ, ଦେଖିବେ ...
ଚାଲିଛି ପ୍ରେମ ସପ୍ତାହ । ଆଉ ଆଜି ହଗ୍ ଡେ । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିବସକୁ ହଗ୍-ଡେ ଭାବରେ ପାଳନ କରାଯାଇଥାଏ । ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ ଆଲିଙ୍ଗନ କରିଥାନ୍ତି ।
ଆଲିଙ୍ଗନ କରିବା ଦ୍ବାରା ସମ୍ପର୍କରେ ବିଶ୍ବାସ ଗଭୀର ହୋଇଥାଏ । ପ୍ରେମ ଓ ଭଲ ପାଇବାର ଏକାନ୍ତ ଆତ୍ମୀୟ ମିଳନ । ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତନ ରୂପ ।
ଆଜିର ଦିନରେ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ସେମାନଙ୍କର ପ୍ରେମ ଭାବନା ପରିପ୍ରକାଶ କରିଥାନ୍ତି । ଜଣେ ଜଣକ ସହ ହୃଦୟ ଖୋଲା କଥା ହୁଅନ୍ତି । ଏଥି ସହିତ ପ୍ରେମୀଯୁଗଳ ହଗ୍ ଡେ'ରେ ପରସ୍ପରକୁ ରୋମାଣ୍ଟିକ ବାର୍ତ୍ତା ମଧ୍ୟ ପଠାଇବାକୁ ଆଦୌ ଭୁଲନ୍ତି ନାହିଁ । ଏହା ଦ୍ୱାରା ସମ୍ପର୍କ ଆହୁରି ମଜଭୁତ ହୋଇଥାଏ ।

ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିଛି ରିସର୍ଚରୁ ଜଣାପଡିଛି ଯେ ହଗ୍ କରିବା ଦ୍ବାରା ଷ୍ଟ୍ରେସ୍ କମିବା ସହ ମାନସିକ ଶାନ୍ତି ମିଳିଥାଏ । ଦାମ୍ପତ୍ୟ ଜୀବନରେ ଆଲିଙ୍ଗନର ବିଶେଷ ମହତ୍ବ ରହିଛି । ଆଲିଙ୍ଗନ ଦ୍ବାରା ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ବିଧାକୁ ନିମିଷକେ ଦୂର କରିଥାଏ ।
ଭାଲେଣ୍ଟାଇନ୍ସ ଡେ କୁ ଆଉ ମାତ୍ର ୨ ଦିନ ରହିଛି । ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତନ ରୂପ । ପ୍ରେମ ଓ ଭଲ ପାଇବାର ଏକାନ୍ତ ଆତ୍ମିୟ ମିଳନ । ଆଲିଙ୍ଗନ ସମର୍ପଣର ଭାବନାକୁ ବୁଝାଏ । ଏଥିସହ ନିଜ ସାଥୀଙ୍କ ପ୍ରତି ଭଲପାଇବା, ବିଶ୍ୱାସ ଆହୁରି ବଢିଥାଏ ।












Click it and Unblock the Notifications