Happy Kiss Day: କାହିଁକି ପାଳନ କରାଯାଏ କିସ୍ ଡେ’, ଜାଣନ୍ତୁ କେଉଁ କିସ୍ର ଅର୍ଥ କ’ଣ ସୂଚାଏ ?
ପ୍ରେମ ଶାଶ୍ବତ ଏବଂ ଚିରନ୍ତନ । ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଆଜି କିସ୍ ଡେ । ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନଟି ବେଶ୍ ଖାସ । ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏହି ଦିନ ପ୍ରେମଯୁଗଳ ପରସ୍ପରକୁ କିସ୍ କରିଥାନ୍ତି । କୁହାଯାଏ କିସ୍ ବା ଚୁମ୍ବନ ଦୁଇଟି ମଣିଷଙ୍କ ସଂପର୍କରେ ଥିବା ଦୂରତାକୁ ଦୂର କରିଦିଏ ।
ପ୍ରେମୀଯୁଗଳ ପରସ୍ପର ସହ ଅଧିକ ଘନିଷ୍ଠ ହୋଇଥାନ୍ତି । ଏହା ସଂପର୍କକୁ ଆହୁରି ମଜବୁତ କରିଥାଏ । ଆଉ ସେଥିପାଇଁ ତ କିସ୍ ଡେରେ ପରସ୍ପରକୁ ଚୁମ୍ବନ ଦେଇ ନିଜ ପ୍ରେମକୁ ଜାହିର କରିଥାନ୍ତି ପ୍ରେମୀଯୁଗଳ ।
ପ୍ରଥମ କିସ୍ ଡେ' ହେବାକୁ ଯାଉଛି, ତେବେ ଏହା ଆପଣଙ୍କ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ସାଥୀଙ୍କୁ ଖାସ୍ ଅନୁଭବ କରିବାକୁ ପଡ଼ିବ । ପ୍ରେମିକା-ପ୍ରେମିକ ଏହିଦିନ ପରସ୍ପର ପ୍ରତି ରୋମାନ୍ସ ଦେଖାଇବାରେ କୁଣ୍ଠାବୋଧ କରିବା ଆଦୌ ଉଚିତ୍ ନୁହଁ । ଏହି ଖାସ୍ ଦିନରେ ଜାଣନ୍ତୁ କେଉଁ କିସ୍ କ'ଣ ସୂଚାଇଥାଏ ।

ସିମ୍ପଲ କିସ୍:
ହାତ ଏବଂ ଗାଲରେ କିସ୍ କରିବାକୁ ସିମ୍ପଲ୍ କିସ୍ କୁହାଯାଏ। ଏହି କିସ୍ ଆପଣ ମାଆ, ବାପା, ଭାଇ, ଭଉଣୀ, ସାଙ୍ଗସାଥୀ ଏପରିକି ଛୋଟ ପିଲାଙ୍କୁ ମଧ୍ୟ କରିପାରିବେ।
ଫୋର୍ହେଡ୍ କିସ୍:
ଫୋର୍ହେଡ୍ ବା ମଥାରେ କିସ୍ କରିବାକୁ ବିଶେଷକରି ମହିଳାମାନେ ପସନ୍ଦ କରିଥାନ୍ତି । ଏହି କିସ୍ ସମ୍ପର୍କକୁ ଆହୁରି ନିବିଡ଼ ତଥା ଗଭୀର କରିଥାଏ । ଫୋର୍ହେଡ୍ କିସ୍ କପଲଙ୍କ ବ୍ୟତୀତ ଛୋଟ ପିଲାଙ୍କୁ ମଧ୍ୟ କରାଯାଇଥାଏ ।
ଲିପ୍ କିସ୍:
ଲିପ୍ କିସ୍ ପାର୍ଟନରଙ୍କ ମଧ୍ୟରେ କମନ୍ କିସ୍ ହୋଇଥାଏ। ଲିପ୍ କିସ୍ରେ ପାର୍ଟନର ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି। ପରସ୍ପରଙ୍କ ମଧ୍ୟରେ ପ୍ରେମର ରଜୁ ଆହୁରି ମଜଭୁତ ହୋଇଥାଏ।












Click it and Unblock the Notifications