Rose Day: ଅଜି ଗୋଲାପ ଦିବସ, କାହାକୁ କେଉଁ ଗୋଲାପ ଦେବେ ତାହା ଜାଣି ରଖନ୍ତୁ ?

ଆଜିଠୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ଓ୍ବିକ୍ । ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ତାରିଖ ଯାଏ ଏହି ପ୍ରେମ ସପ୍ତାହକୁ ପାଳନ କରିବେ ପ୍ରେମୀ ଯୁଗଳ । ନିଜର ପ୍ରେମକୁ ପ୍ରକାଶ ପାଇଁ ପ୍ରଥମ ଦିବସକୁ ରୋଜ ଡେ' ଭାବେ ପାଳନ କରାଯାଏ । ତେବେ ଏହି ଦିନକୁ କାହିଁକି ପାଳନ କରାଯାଏ ।

ଦୁଇ ହୃଦୟର ମିଳନରେ ଆରମ୍ଭ ହୁଏ ପ୍ରେମ । କଥାରେ ଅଛି ପ୍ରେମ ନିସ୍ୱାର୍ଥ । ପ୍ରେମ ସଫଳ କିମ୍ବା ବିଫଳ ହୋଇପାରେ କିନ୍ତୁ ଅନୁଭବ ଅନନ୍ୟ । ବସନ୍ତ ଋତୁର ମଳୟ ପବନରେ ପୁଲକିତ ହୁଏ ମନ ଏବଂ ହୃଦୟ । ଆରମ୍ଭ ହୋଇଯାଇଛି ପ୍ରେମ ଋତୁ । ରଙ୍ଗୀନ ଆକାଶରେ ଉଡି ବୁଲିବେ ପ୍ରେମ ପକ୍ଷୀ । ଗୋଲାପ ଫୁଲରୁ ପଡିବ ପ୍ରେମର ମୂଳଦୁଆ । କୁହାଯାଏ ପ୍ରେମ ଏକ ଭାବନା, ସମର୍ପଣ ଏବଂ ଶାଶ୍ୱତ । ସମାଜର ଆକଟ ପାଇଁ ପ୍ରେମ କେବେ ଯନ୍ତ୍ରଣା ଦିଏ ଆଉ କେତେକ ସମୟରେ ଦୁଇ ହୃଦୟର ମିଳନ ଆତ୍ମାକୁ ଶାନ୍ତି ଦେଇଥାଏ । ସବୁ ପରିସ୍ଥିତିରେ ମନ ଖୋଜିଥାଏ ସାଥି ।

ପୁରାଣଠାରୁ ଆରମ୍ଭ କରି ଇତିହାସ ସବୁ ସ୍ଥାନରେ ରହିଛି ପ୍ରେମର ଛାପ । ତେବେ ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । କାରଣ ହୃଦୟର ସ୍ପନ୍ଦନ ଭାବୁଥିବା ପ୍ରେମୀକୁ ପାଇପାରିବେ । ଆଜି ଗୋଲାପ ଦେଇ ନିଜ କୋମଳମତୀ ପ୍ରେମିକାକୁ ନିଜର କରିବାକୁ ଚେଷ୍ଟା କରିବେ ପ୍ରେମିକ । ରାଗ, ଋଷା, ମାନ ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇବ ଲାଲ ରଙ୍ଗର ସୁଗନ୍ଧଯୁକ୍ତ ଗୋଲାପ । କୁହାଯାଏ ପ୍ରେମର ପ୍ରତୀକ ହେଉଛି ଗୋଲାପ । ତେଣୁ ଆଜିର ଦିନରେ ଗୋଲାପ ବା ରୋଜ୍‌ ଦେଇ ନିଜର ମନର ଭାବନା ପରିପ୍ରକାଶ କରନ୍ତି ପ୍ରେମୀ ଯୁଗଳ । ପରସ୍ପରକୁ ସୋସିଆଲ ମିଡିଆରେ ଗୋଲାପ ଦିବସର ଶୁଭକାମନା ଜଣାଇବା ପରେ ଗୋଲାପ ମଧ୍ୟ ଦେବ । ଆଜିର ଦିନରେ ଫୁଲ ଜରିଆରେ ନିଜ ପାର୍ଟନରକୁ ମନର ଭାବନା ଜଣାଇବାକୁ ସୁଯୋଗ ମିଳେ । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ମଧ୍ୟ ଗାଢ ବୋଲି ଦର୍ଶାଇବେ ପ୍ରେମୀ ଯୁଗଳ ।

Valentine Week 2025 : ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା'ନ୍ତି । କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ। ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ । ରୋଜ୍‌ ଡେ'ରେ ପ୍ରେମୀଯୁଗଳ ନିଜ ମନକଥା ଗୋଲାପ ଜରିଆରେ ସାଥୀ ନିକଟରେ ପ୍ରକାଶ କରିଥାନ୍ତି । କିନ୍ତୁ ଜାଣିଛନ୍ତି ଗୋଲାପ ଖାଲି ପ୍ରେମକୁ ସୁଦୃଢ଼ କରେ ନାହିଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ।

ତେବେ ଏହି ଦିନକୁ ପାଳନ କରିବା ପଛରେ ଇତିହାସ ରହିଛି । କେବଳ ପ୍ରେମିକାଙ୍କୁ କିମ୍ବା ପ୍ରେମିକକୁ ଗୋଲାପ ଦିଆଯାଏ ନାହିଁ । ଗୋଲାପର ବିଭିନ୍ନ ରଙ୍ଗ ରହିଥିବାବେଳେ କେଉଁ ଗୋଲାପ କାହାକୁ ଦେବେ ତାହା ମଧ୍ୟ ଜାଣି ରଖନ୍ତୁ ।

ପ୍ରେମ ଏବଂ ଇମୋସନ ସହଜଡିତ ଲୋକଙ୍କୁ ନାଲୀ ଗୋଲାପ ଦିଆଯାଏ । ସେହିପରି ସାଙ୍ଗକୁ ହଳଦିଆ ଗୋଲାପ ଦିଆଯାଏ । ଯାହାଦ୍ବରା ଆପଣ ନିଜ ସାଙ୍ଗକୁ ନିଜର ଭଲପାଇବା କେତେ ରହିଛି ତାହା ଜଣାଇପାରିବେ । ଧଳା ହେଉଛି ଶାନ୍ତିର ପ୍ରତୀକ । ଏଣୁ ଆପଣ ଧଳା ଗୋଲାପ ଦେଇ ସାନ୍ତ୍ବନା ଦେଇପାରିବେ । ପିଙ୍କ୍ ଗୋଲାପ ଆପଣ ନିଜ ପିତା ମାତା ଏବଂ ଗୁରୁଜନଙ୍କୁ ଦେଇପାରିବେ । କାହିଁକି ନାଁ ଏହି ଗୋଲାପ ହେଉଛି ଧନ୍ୟବାଦର ପ୍ରତୀକ ।

valentine s day 2025

ସେହିପରି ଆମେ ଦେଖିବା ଅରେଞ୍ଜ ଗୋଲାପ ଦେଇ ଆପଣ ନିଜର ପ୍ରେମକୁ ପ୍ରକାଶ କରିପାରିବେ । ଅରେଞ୍ଜ ଗୋଲାପ ମାଧ୍ୟମରେ ନିଜ ଇଛାକୁ ପ୍ରକାଶ କରି କେତେ ଭଲ ପାଉଛନ୍ତି ନିଜର ପାର୍ଟନରଙ୍କୁ ଜଣାଇପାରିବେ ।

ROSEର ଅର୍ଥ କଣ: Rରେ ରେୟାର, Oରେ ୱ।ନସ୍, Sରେ ସପେ।ଟିଂ ଏବଂ Eରେ ଏଣ୍ଟାଏର ଲାଇଫ୍ ମାନେ ପୂରା ଜୀବନ । ଅର୍ଥାତ ସୁନ୍ଦର ଜୀବନ ବିତାଇବା ପାଇଁ କେବଳ ଗୋଟିଏ ରୋଜ ହିଁ ଯଥେଷ୍ଟ । ରୋଜ ଡେ' ଶୁଭେଚ୍ଛା ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି #Roseday #ଗୋଲାପଦିବସ । ଭାଲେଣ୍ଟାଇନ ଦିବସ ଆଜିର ଯୁବପିଢି ପାଇଁ ବେଶ ଖାସ ହୋଇଥାଏ । ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଏହି ଦିନଗୁଡିକୁ ନିଜ ପ୍ରିୟଜନ ପାଇଁ ସ୍ପେସିଆଲ କରିଥାନ୍ତି । ତେବେ କେବଳ ପ୍ରେମିକ ପ୍ରେମିକାଙ୍କୁ କେବଳ ଗୋଲାପ ଦିଆଯାଏ ନାହିଁ । ବରଂ ସାଙ୍ଗକୁ ମଧ୍ୟ ଗୋଲାପ ଫୁଲ ଦେଇ ଖାସ୍ ଅନୁଭବ ଜତାଇପାରିବେ ।

ମନର ମଣିଷ ପାଇଁ ଏହି ଦିନକୁ କିଏ କେତେ ସ୍ପେଶାଲ ଭାବେ ପାଳନ କରିବ ସେଥିପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ ଯୋଡ଼ିଙ୍କ ପାଇଁ ମଧ୍ୟ ଏହା ଗୁରୁତ୍ୱ ବହନ କରିଥାଏ। ସେଥିପାଇଁ କିଏ ଏହି ଦିନଟିକୁ ବାହାରେ ବୁଲାବୁଲି କରି ବିତାଇବାକୁ ଯୋଜନା କରିଛନ୍ତି ତ, ଆଉ କେହି ଫିଲ୍ମ ଦେଖିବା, ରୋମାଣ୍ଟିକ୍‌ ଡିନର, ଲଙ୍ଗ୍‌ ଡ୍ରାଇଭ୍‌, ପାର୍କ, ମଲକୁ ଯାଇ କାଟିବାକୁ ପ୍ଲାନିଂ କରିଛନ୍ତି। ପ୍ରେମୀଯୁଗଳଙ୍କ ପାଇଁ ସବୁଦିନ ପ୍ରେମମୟ। ମାତ୍ର ବର୍ଷକୁ ଥରେ ଆସୁଥିବା ଏହି ଭାଲେଣ୍ଟାଇନ୍ସ ଡେ'ର ଏକ ସ୍ବତନ୍ତ୍ରତା ରହିଛି, ଯାହାର ଭରପୂର ମଜା ନେବା ପାଇଁ ପ୍ରେମୀମାନେ ଚାହିଁ ବସିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+