Valentine Week 2025: କାଲିଠୁ ପ୍ରେମ ସପ୍ତାହ, ଗୋଲାପ ଦେଇ ପ୍ରେମ ଶିଢି ଚଢିବେ ପ୍ରେମୀଯୁଗଳ, କେଉଁ ତାରିଖରେ କେଉଁ ଡେ ?

ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ । ପ୍ରେମ ମାନେନା ଜାତି, ଧର୍ମ । ପ୍ରେମ ପାଇଁ ବାଧକ ସାଜେନି ବୟସ । ପ୍ରେମ ଆଗରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ । ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଭାଲେଣ୍ଟାଇନ୍‌ସ ଵିକ୍‌ ବା ପ୍ରେମ ସପ୍ତାହ ପାଳନ ହୋଇଆସୁଛି । ପ୍ରେମ ସପ୍ତାହ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି । କିଛି ବର୍ଷ ହେବ ଆମ ଦେଶରେ ଏହା ବିସ୍ତାର ଲାଭ କରିସାରିଛି । ପ୍ରେମୀ ଯୁଗଳଙ୍କ ଠାରୁ ଆରମ୍ଭ କରି ନୂଆ ନୂଆ ପ୍ରେମ ଆରମ୍ଭ କରିବା ପାଇଁ ଅନେକ ଏହି ପ୍ରେମ ସପ୍ତାହକୁ ଅପେକ୍ଷା କରି ରହିଥାନ୍ତି ।

ଦୁଇ ହୃଦୟର ମିଳନରେ ଆରମ୍ଭ ହୁଏ ପ୍ରେମ । କଥାରେ ଅଛି ପ୍ରେମ ନିସ୍ୱାର୍ଥ । ପ୍ରେମ ସଫଳ କିମ୍ବା ବିଫଳ ହୋଇପାରେ କିନ୍ତୁ ଅନୁଭବ ଅନନ୍ୟ । ବସନ୍ତ ଋତୁର ମଳୟ ପବନରେ ପୁଲକିତ ହୁଏ ମନ ଏବଂ ହୃଦୟ । ଆରମ୍ଭ ହୋଇଯାଇଛି ପ୍ରେମ ଋତୁ । ରଙ୍ଗୀନ ଆକାଶରେ ଉଡି ବୁଲିବେ ପ୍ରେମ ପକ୍ଷୀ । ଗୋଲାପ ଫୁଲରୁ ପଡିବ ପ୍ରେମର ମୂଳଦୁଆ । କୁହାଯାଏ ପ୍ରେମ ଏକ ଭାବନା, ସମର୍ପଣ ଏବଂ ଶାଶ୍ୱତ । ସମାଜର ଆକଟ ପାଇଁ ପ୍ରେମ କେବେ ଯନ୍ତ୍ରଣା ଦିଏ ଆଉ କେତେକ ସମୟରେ ଦୁଇ ହୃଦୟର ମିଳନ ଆତ୍ମାକୁ ଶାନ୍ତି ଦେଇଥାଏ । ସବୁ ପରିସ୍ଥିତିରେ ମନ ଖୋଜିଥାଏ ସାଥି ।

ପୁରାଣଠାରୁ ଆରମ୍ଭ କରି ଇତିହାସ ସବୁ ସ୍ଥାନରେ ରହିଛି ପ୍ରେମର ଛାପ । ତେବେ ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । କାରଣ ହୃଦୟର ସ୍ପନ୍ଦନ ଭାବୁଥିବା ପ୍ରେମୀକୁ ପାଇପାରିବେ । ଆଜି ଗୋଲାପ ଦେଇ ନିଜ କୋମଳମତୀ ପ୍ରେମିକାକୁ ନିଜର କରିବାକୁ ଚେଷ୍ଟା କରିବେ ପ୍ରେମିକ । ରାଗ, ଋଷା, ମାନ ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇବ ଲାଲ ରଙ୍ଗର ସୁଗନ୍ଧଯୁକ୍ତ ଗୋଲାପ । କୁହାଯାଏ ପ୍ରେମର ପ୍ରତୀକ ହେଉଛି ଗୋଲାପ । ତେଣୁ ଆଜିର ଦିନରେ ଗୋଲାପ ବା ରୋଜ୍‌ ଦେଇ ନିଜର ମନର ଭାବନା ପରିପ୍ରକାଶ କରନ୍ତି ପ୍ରେମୀ ଯୁଗଳ । ପରସ୍ପରକୁ ସୋସିଆଲ ମିଡିଆରେ ଗୋଲାପ ଦିବସର ଶୁଭକାମନା ଜଣାଇବା ପରେ ଗୋଲାପ ମଧ୍ୟ ଦେବ । ଆଜିର ଦିନରେ ଫୁଲ ଜରିଆରେ ନିଜ ପାର୍ଟନରକୁ ମନର ଭାବନା ଜଣାଇବାକୁ ସୁଯୋଗ ମିଳେ । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ମଧ୍ୟ ଗାଢ ବୋଲି ଦର୍ଶାଇବେ ପ୍ରେମୀ ଯୁଗଳ ।

ପାଖେଇ ଆସୁଛି ପ୍ରେମ ଓ ପ୍ରେମୀଯୁଗଳଙ୍କ ଖାସ୍‌ ଦିନ ଭାଲେଣ୍ଟାଇନ୍ସ ଡେ। ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିବାବେଳେ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ୱିକ୍‌ ବା ପ୍ରେମ ସପ୍ତାହ ଭାବେ ପାଳନ କରିବାକୁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଶୁକ୍ରବାରଠାରୁ ପ୍ରେମ ସପ୍ତାହ ଆରମ୍ଭ ହେଉଥିବାରୁ ପ୍ରେମର ମାସ ଫେବୃୟାରୀ ଓ ପ୍ରେମର ଏହି ସପ୍ତାହକୁ ନିଜ ପ୍ରେମିକା, ପ୍ରେମିକ ପାଇଁ କିଭଳି ଅଭୁଲା ଓ ସ୍ମରଣୀୟ କରିହେବ ସେଥିପାଇଁ ଲାଗିପଡ଼ିଛନ୍ତି ସମସ୍ତେ। ମନର ମଣିଷ ପାଇଁ ଏହି ଦିନକୁ କିଏ କେତେ ସ୍ପେଶାଲ କରିପାରିବ ସେଥିପାଇଁ ବି ଚାଲିଛି ପ୍ରତିଯୋଗିତା ।

ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ବିଶେଷ ଦିନ ଭାଲେଣ୍ଟାଇନ୍ସ ଡେ' । ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି । ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ' ହେଉଥିବାବେଳେ ୭ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ । ପ୍ରେମିକା ପ୍ରେମିକମାନେ ବେଶ୍‌ ଉତ୍ସାହିତ ହୋଇ ଏହି ସପ୍ତାହକୁ ପାଳନ କରିବା ପାଇଁ ଲାଗିପଡ଼ିଛନ୍ତି।

Valentine Week 2025

କେଉଁ ତାରିଖରେ କେଉଁ ଡେ ?

ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ଫୁଲ ଦୋକାନ, କାର୍ଡ ଓ ଗିଫ୍ଟ ଦୋକାନଗୁଡିକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌ ୭ ତାରିଖକୁ ରୋଜ ଡେ, ୮କୁ ପ୍ରପୋଜ୍‌ ଡେ, ୯କୁ ଚକୋଲେଟ୍‌ ଡେ, ୧୦କୁ ଟେଡି ଡେ, ୧୧କୁ ପ୍ରମିଜ୍‌ ଡେ, ୧୨କୁ ହଗ୍‌ ଡେ, ୧୩କୁ କିସ୍‌ ଡେ ଓ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବେ ପାଳନ କରାଯାଏ ।

ମନର ମଣିଷ ପାଇଁ ଏହି ଦିନକୁ କିଏ କେତେ ସ୍ପେଶାଲ ଭାବେ ପାଳନ କରିବ ସେଥିପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ ଯୋଡ଼ିଙ୍କ ପାଇଁ ମଧ୍ୟ ଏହା ଗୁରୁତ୍ୱ ବହନ କରିଥାଏ। ସେଥିପାଇଁ କିଏ ଏହି ଦିନଟିକୁ ବାହାରେ ବୁଲାବୁଲି କରି ବିତାଇବାକୁ ଯୋଜନା କରିଛନ୍ତି ତ, ଆଉ କେହି ଫିଲ୍ମ ଦେଖିବା, ରୋମାଣ୍ଟିକ୍‌ ଡିନର, ଲଙ୍ଗ୍‌ ଡ୍ରାଇଭ୍‌, ପାର୍କ, ମଲକୁ ଯାଇ କାଟିବାକୁ ପ୍ଲାନିଂ କରିଛନ୍ତି। ପ୍ରେମୀଯୁଗଳଙ୍କ ପାଇଁ ସବୁଦିନ ପ୍ରେମମୟ। ମାତ୍ର ବର୍ଷକୁ ଥରେ ଆସୁଥିବା ଏହି ଭାଲେଣ୍ଟାଇନ୍ସ ଡେ'ର ଏକ ସ୍ବତନ୍ତ୍ରତା ରହିଛି, ଯାହାର ଭରପୂର ମଜା ନେବା ପାଇଁ ପ୍ରେମୀମାନେ ଚାହିଁ ବସିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+