ପ୍ରେମ ବିବାହକୁ ମିଳିଯାଇଛି ସ୍ୱିକୃତି ତଥାପି ଏହି ସବୁ ଦିଗ ଉପରେ ଜାଣିବା ଜରୁରୀ
ତେବେ ପ୍ରେମ ବିବାହ କରିବା ପାଇଁ କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ସେମାନେ କିପରି ଏହାର ମୁକାବିଲା କରିପାରିବେ ଜାଣନ୍ତୁ ।
ଏକ ସମୟ ଥିଲା ଯେତେବେଳେ ବାପାମାଆ ଏବଂ ଘରର ବରିଷ୍ଠ ଲୋକ ବିବାହ ସ୍ଥିର କରୁଥିଲେ । ଆଉ ବିବାହ ଦିନ ହିଁ ବର କନ୍ୟା ପରସ୍ପରକୁ ପ୍ରଥମ ଥର ଦେଖିଥିଲେ। ହେଲେ ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ଯୁବକ ଯୁବତୀମାନେ ନିଜେ ସ୍ଥିର କରୁଛନ୍ତି ଯେ ସେମାନେ କାହା ସହିତ ଜୀବନ ବିତାଇବାକୁ ଚାହାଁନ୍ତି ।
ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୁଏ ଆଉ ସେହି ବନ୍ଧୁତା ପ୍ରେମରେ ପରିଣତ ହୁଏ ଏବଂ ପରେ କଥା ଯାଇ ବିବାହରେ ପହଞ୍ଚେ। ଅନେକ ଯୁବକ ଅଛନ୍ତି ଯେଉଁମାନେ ଏମିତି ଏକ ଜୀବନସାଥୀ ବାଛିଥାନ୍ତି ଯିଏ ଏକ ଭିନ୍ନ ରାଜ୍ୟ, ସଂସ୍କୃତି ଏବଂ ସଭ୍ୟତାର ହୋଇଥାଏ । ଉଭୟ ପରିବାରକୁ ବିବାହ କରିବାକୁ ମନାଇବା ପରେ ପୁଅ ଏବଂ ଝିଅ ଉପରେ ମଧ୍ୟ ଚାପ ପଡ଼େ କି ସେମାନେ ଏହି ସମ୍ପର୍କକୁ ଆଗେଇ ନେଇ ପାରିବେ କି ନାହିଁ । ତେବେ ପ୍ରେମ ବିବାହ କରିବା ପାଇଁ କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ସେମାନେ କିପରି ଏହାର ମୁକାବିଲା କରିପାରିବେ ଆସନ୍ତୁ ଜାଣିବା
ଭିନ୍ନ ପରମ୍ପରା ଏବଂ ସଂସ୍କୃତି: ଯଦି ପୁଅ ଏବଂ ଝିଅ ଅନ୍ୟ ଜାତି କିମ୍ବା ଭିନ୍ନ ରାଜ୍ୟରେ ବାସ କରନ୍ତି ତେବେ କିଛିଟା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏପରି ପରିସ୍ଥିତିରେ ଉଭୟ ପରସ୍ପର ସହିତ ସେମାନଙ୍କ ପରିବାରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବା ଉଚିତ୍ । ବିବାହ ପରେ ଉଭୟଙ୍କୁ ଉଭୟ ପରିବାର ସଦସ୍ୟଙ୍କର ମଧ୍ୟ ଯତ୍ନ ନେବାକୁ ପଡିବ । ନୂତନ ଭାଷା ଏବଂ ସଂସ୍କୃତିକୁ ବୁଝିବାକୁ ଏବଂ ବୁଝେଇବାକୁ ଏହା ଏକ ଭଲ ସୁଯୋଗ ପ୍ରଦାନ କରିବ।
ଧୌର୍ଯ୍ୟ : ଏକ ଭିନ୍ନ ପରିବେଶରେ ଯେତେବେଳେ ଲୋକମାନେ ଜୀବନର ଯାତ୍ରାକୁ ଏକତ୍ର କରିବାକୁ ସ୍ଥିର କରନ୍ତି, ସେତେବେଳେ ସେମାନଙ୍କୁ ମଧ୍ୟ ଏହି ରାସ୍ତାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ସମ୍ପର୍କ ଏବଂ ଦାମ୍ପତ୍ୟ ଜୀବନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ଆପଣ ଧୌର୍ଯ୍ୟ ସହିତ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ।

ସଜାଡିବା ଶିଖନ୍ତୁ: ପ୍ରେମ ବିବାହରେ ଅନେକ ପ୍ରକାରର ଆପୋଷ ବୁଝାମଣା କରିବାକୁ ପଡିଥାଏ । ଜଣେ ବ୍ୟକ୍ତିଙ୍କ ସହିତ ଆଜୀବନ ରହିବାକୁ ନିଷ୍ପତ୍ତି ନେବା ହେଉଛି ସବୁଠାରୁ ବଡ ଆପୋଷ ବୁଝାମଣା ଏବଂ ଆପଣ ଏହାକୁ ସମ୍ମାନ ଦେବା ଉଚିତ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ପ୍ରକାରର କଠିନ ପରିସ୍ଥିତିରେ ତୁମେ ଏକାଠି ହେବାକୁ କାହିଁକି ନିଷ୍ପତ୍ତି ନେଇଥିଲ ତାହାକୁ ସବୁବେଳେ ମାନେ ରଖିବା ଉଚିତ । ଏହି ଉପାୟରେ ତୁମେ ତୁମର ଦାମ୍ପତ୍ୟ ଜୀବନରେ ଖୁସି ହୋଇ ପରସ୍ପରକୁ ଉପଭୋଗ କରିବାକୁ ସମର୍ଥ ହୋଇପାରିବ ।
ପରସ୍ପରର ସଂସ୍କୃତି ବୁଝନ୍ତୁ: ଯଦି ରାଜ୍ୟ ଅଲଗା ହୋଇଥାଏ ତେବେ ଦୁହିଁଙ୍କର ସଂସ୍କୃତି ମଧ୍ୟ ଭିନ୍ନ ହୋଇଥାଏ । ଯଦି ତୁମେ ଭିନ୍ନ ରାଜ୍ୟର ସାଥି ସହିତ ବିବାହ କରିଛ ତେବେ ସେମାନଙ୍କ ସଂସ୍କୃତିକୁ ମଧ୍ୟ ବୁଝିବାକୁ ଚେଷ୍ଟା କରିବା ଉଚିତ । ଭାରତ ଭଳି ସାର୍ବଭୌମିକ ଦେଶରେ ବିଭିନ୍ନ ଜାତି, ଧର୍ମ ଏବଂ ସଂସ୍କୃତିର ଲୋକମାନେ ପରସ୍ପର ପ୍ରତି ପ୍ରେମ ଏବଂ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ତେବେ ତୁମେ ମଧ୍ୟ ତୁମର ସାଥୀ ପାଇଁ ସେମାନଙ୍କ ସଂସ୍କୃତି ଜାଣିବାକୁ ଚେଷ୍ଟା କରିବା ଉଚିତ ।
ତୁମର ରୀତିନୀତିକୁ ଅଣଦେଖା କରନାହିଁ: ସାଥୀ ଏବଂ ପରିବାରର ଖୁସି ପାଇଁ ସେମାନଙ୍କ ପରମ୍ପରା ଏବଂ ରୀତିନୀତିକୁ ଗ୍ରହଣ କରିବା ଠିକ କିନ୍ତୁ ନିଜ ସଂସ୍କୃତିକୁ ମଧ୍ୟ ଅଣଦେଖା କରିବା ଉଚିତ୍ ନୁହେଁ।
ସମାଜର କଥା ପ୍ରତି ଧ୍ୟାନ ଦିଅ ନାହିଁ: ଆଜି ବି ପ୍ରେମ ବିବାହ ବିଷୟରେ ଲୋକଙ୍କ ମାନସିକତା ସମାଜରେ ଭଲ ନାହିଁ । ବିବାହ ପରେ ମଧ୍ୟ ଆପଣ ନିଜ ପରିବାର କିମ୍ବା କୌଣସି ପରିଚିତ ବ୍ୟକ୍ତି ଭେଟିବେ ଯିଏ ଆପଣଙ୍କ ପ୍ରେମ ବିବାହକୁ ନେଇ ବିଭିନ୍ନ ପ୍ରଶ୍ନ କରିବେ । ଏହିପରି ଲୋକଙ୍କୁ ଅଣଦେଖା କରିବା ଆପଣଙ୍କ ପାଇଁ ଭଲ ଅଟେ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications