ଆମେରିକାର ଟାରିଫ୍ ଝଟକା: କ'ଣ ମହଙ୍ଗା କ'ଣ ଶସ୍ତା ?

ଭାରତ ଉପରେ ୨୫% ଟାରିଫ । ଅଗଷ୍ଟ ୧ରୁ ଏହି ଟାରିଫ ଲାଗୁ ହେବା ନେଇ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହାକୁ ନେଇ କୁହାଯାଉଛି ଆମେରିକାର ଟାରିଫ୍ ପ୍ଲାନ୍ ପାଇଁ ଭାରତ ଉପରେ ବଡ଼ ପ୍ରଭାବ ପଡ଼ିବ ।

ଆମଦାନୀ ଏବଂ ରପ୍ତାନି?
୨୦୨୪ର ରିପୋର୍ଟ ଆଧାରରେ, ଭାରତ ଆମେରିକାକୁ ୮୭.୪ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା, କିନ୍ତୁ ଆମେରିକାରୁ ୪୧.୮ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା, ଯାହା ଫଳରେ ଆମେରିକା ୪୫.୭ ବିଲିୟନ ଡଲାରର ଘାଟା ସହିଥିଲା । ଭାରତର ପ୍ରମୁଖ ରପ୍ତାନିରେ ଔଷଧ, ବୟନଶିଳ୍ପ, ରତ୍ନ-ଅଳଙ୍କାର, ଇଲେକ୍ଟ୍ରୋନିକ୍ସ ଏବଂ ଷ୍ଟିଲ୍- ଆଲୁମିନିୟମ ଅନ୍ତର୍ଭୁକ୍ତ । ଏହିସବୁ ସାମଗ୍ରୀ ଭାରତ ଆମେରିକାକୁ ବହୁଳ ପରିମାଣରେ ରପ୍ତାନି କରେ, ଯାହା ଆମର ମୋଟ ରପ୍ତାନିର ପ୍ରାୟ ୧୮ପ୍ରତିଶତ ଅଟେ । ଏବେ ୨୫ପ୍ରତିଶତ ଟାରିଫ୍ ଲାଗିବା ଫଲେ ଏହିସବୁ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ।

US Tariff Stun INDIA Is it expensive or cheap

ଭାରତ ପାଇଁ ମହଙ୍ଗା ହୋଇଯିବ ଆମେରିକୀୟ ବଜାର !
ଯେଉଁ ଦେଶଗୁଡ଼ିକର ସାମଗ୍ରୀ ସବୁଠାରୁ ମହଙ୍ଗା ହେବାକୁ ଯାଉଛି ସେମାନଙ୍କ ମଧ୍ୟରେ ବ୍ରାଜିଲ, ଚୀନ୍ ଏବଂ ଭାରତ ଅନ୍ତର୍ଭୁକ୍ତ । ଆମେରିକାକୁ ବ୍ରାଜିଲରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୫୦ପ୍ରତିଶତ ର ଏକ ବଡ଼ ଶୁଳ୍କ ଲାଗୁ କରିଛି । ଏହା ବର୍ତ୍ତମାନର ସର୍ବାଧିକ ହାର । USMCA ରେ ଅନ୍ତର୍ଭୁକ୍ତ ନଥିବା କାନାଡିଆନ୍ ସାମଗ୍ରୀ ଉପରେ ୨୫-୩୫% ଶୁଳ୍କ ରହିବ କିନ୍ତୁ ଏହାର ବହୁତ କମ୍ ସାମଗ୍ରୀ ଏଥିରେ ଅନ୍ତର୍ଭୁକ୍ତ ହେବ । ଚୀନ୍ ସାମଗ୍ରୀ ଉପରେ ୩୦% ଶୁଳ୍କ ଅଛି । ଆଉ ଏବେ ଭାରତ ଉପରେ ୨୫ପ୍ରତିଶତ ଟାରିଫ୍ ଲାଗିବା ପରେ ସ୍ପଷ୍ଟ ହୋଇଯାଇଛି ଯେ ଆମେରିକା ବଜାରରେ ଭାରତ ପାଇଁ ସମସ୍ୟା ବଢ଼ିବାକୁ ଯାଉଛି ।

ଏହି ସାମଗ୍ରୀ ରପ୍ତାନି ଉପରେ ପଡ଼ିବ ବଡ଼ ପ୍ରଭାବ?
ଭାରତ ଆମେରିକାକୁ ସର୍ବାଧିକ ପୋଷାକ ବା କପଡ଼ା ରପ୍ତାନି କରେ । ୨୦୨୩-୨୪ ରେ, 36 ବିଲିୟନ ଡଲାର୍ ମୂଲ୍ୟର ପୋଷାକ ରପ୍ତାନି ହୋଇଥିଲା । ଆମେରିକାକୁ କପଡ଼ା ରପ୍ତାନି କରି ଅନେକ ଲାଭବାନ ହେଉଥିଲା ଭାରତ କିନ୍ତୁ, ଏବେ ଉଚ୍ଚ ଶୁଳ୍କ ଭାରତୀୟ ପୋଷାକର ମୂଲ୍ୟ ବୃଦ୍ଧି କରିବ, ସ୍ପଷ୍ଟ ଭାବରେ ଏହା ରପ୍ତାନି ଅର୍ଡରକୁ ପ୍ରଭାବିତ କରିବ। ସେହିପରି ଭାରତ ହୀରା ଏବଂ ମଣିପଥର ଶିଳ୍ପ ୯ ବିଲିୟନ ଡଲାରରୁ ଅଧିକ ରପ୍ତାନି କରେ । ମୂଲ୍ୟ ବୃଦ୍ଧି ପାଇବା ସହିତ ଆମେରିକୀୟ ଗ୍ରାହକମାନେ ଅନ୍ୟ ଉତ୍ସ ଆଡ଼କୁ ମୁହାଁଇ ପାରନ୍ତି, ତେଣୁ ଶୁଳ୍କ ଚାହିଦାକୁ ହ୍ରାସ କରିପାରେ ।

୧୪ ବିଲିୟନ ଡଲାର ମୂଲ୍ୟର ଇଲେକ୍ଟ୍ରୋନିକ୍ସ ରପ୍ତାନି ଏବେ ନୂତନ ଶୁଳ୍କ ସମ୍ମୁଖୀନ ହେବା ଯୋଗୁଁ ଭାରତୀୟ ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ମନ୍ଥର ହୋଇଯିବେ। ଭାରତୀୟ କମ୍ପାନୀଗୁଡ଼ିକର ଅଭିବୃଦ୍ଧି ହ୍ରାସ ପାଇପାରେ । ଭାରତୀୟ ଇସ୍ପାତ ଏବଂ ଆଲୁମିନିୟମର ଚାହିଦା ମଧ୍ୟ ପ୍ରଭାବିତ ହେବ, ସେଠାରେ ଏହାର ବହୁତ ଚାହିଦା ରହିଛି କିନ୍ତୁ ଏବେ ଚିତ୍ର ବଦଳିଯିବ ।

ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ଯଦି ଭାରତର ୧୨.୨ ବିଲିୟନ ଡଲାର ମୂଲ୍ୟର ଔଷଧ ରପ୍ତାନିକୁ ଶୁଳ୍କ ବାହାରକୁ ରଖାଯାଏ, ତେବେ ଏହି କ୍ଷେତ୍ରରେ କିଛି ଆଶ୍ୱସ୍ତି ପାଇପାରିବ ଭାରତ । ଏହା ଭାରତ ପାଇଁ ଏକ ସକାରାତ୍ମକ ଦିଗ ହୋଇପାରେ ।

ଆଇଟି ସେକ୍ଟର ପ୍ରଭାବିତ ହେବ?
ଭାରତର ଆଇଟି କ୍ଷେତ୍ର ଆମେରିକୀୟ ବଜାର ଉପରେ ନିର୍ଭରଶୀଳ, ନିଶ୍ଚିତ ଭାବରେ ଶୁଳ୍କ ଏହାର ସିଧାସଳଖ ପ୍ରଭାବ ପକାଇବ ନାହିଁ, କିନ୍ତୁ ଯେତେବେଳେ ଶୁଳ୍କର ପ୍ରଭାବ ଆମେରିକୀୟ ଗ୍ରାହକଙ୍କ ପକେଟ ଉପରେ ପଡ଼ିବ, ସେତେବେଳେ ସେଠାରେ ମଧ୍ୟ ଜିନିଷ ମହଙ୍ଗା ହୋଇଯିବ, ତା'ପରେ ଏହାର ପରୋକ୍ଷ ପ୍ରଭାବ ଆଇଟି କ୍ଷେତ୍ର ଉପରେ ପଡ଼ିବ ।
ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଆମେରିକାର ଟାରିଫ୍ ପ୍ଲାନ୍ ଭରତର ବ୍ୟବସାୟ ଉପରେ ବଡ଼ ପ୍ରଭାବ ପକାଇବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+