ଘିଅ-ଗୁଡକୁ ମିଶାଇ ଖାଆନ୍ତୁ , ମିଳିବ ଏହି ସବୁ ଫାଇଦା
ଘିଅ ଓ ଗୁଡ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ । ଉଭୟ ଘିଅ ଓ ଗୁଡ ସାସ୍ଥ୍ୟ ପାଇଁ ହିତକର । କିନ୍ତୁ ସାଧାରଣତଃ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ । ଯଦି ଘିଅ ଓ ଗୁଡକୁ ଏକାସାଙ୍ଗେ ସେବନ କରଯାଏ ତାହେଲେ ଅନେକ ଲାଭ ମିଳିବ । ବିଶେଷଜ୍ଞଙ୍କ କହିବାନୁଯାୟୀ, ଘିଅ ଓ ଗୁଡର ମିଶ୍ରଣ ସୁପରଫୁଡ ଭଳି କାମ କରିଥାଏ ।
ଘିଅ ଓ ଗୁଡକୁ ଆୟୁର୍ବେଦରେ ମଧ୍ୟ ଅନେକ ସମସ୍ୟା ଦୂର କରିବାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ । ଏହି ଦୁଇଟିର ମିଶ୍ରଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଘିଅ ଓ ଗୁଡର କମ୍ବିନେସନ ଶରୀରକୁ କଣ କଣ ଫାଇଦା ପହଞ୍ଚାଇଥାଏ ଏବଂ ଏହାକୁ କେଉଁ ସମୟରେ ସେବନ କରିବା ଉତ୍ତମ ଆସନ୍ତୁ ଜାଣିବା ।

ଘିଅ ଓ ଗୁଡ ଆପଣ ମଧ୍ୟାହ୍ନ ଭୋଜନ ପରେ ସେବନ କରିପାରିବେ । ନଚେତ ରାତ୍ରି ଭୋଜନ ପରେ ମଧ୍ୟ କରିପାରିବେ । ଏଥିପାଇଁ ଗୋଟିଏ ଚାମଚ ଶୁଦ୍ଧ ଘିଅରେ କିଛି ଗୁଡ ମିଶାନ୍ତୁ । ଏହାକୁ ଭୋଜନର ୫-୧୦ ମିନିଟ ପରେ ସେବନ କରିପାରିବେ । ଘିଅ ଓ ଗୁଡଏଅ ସମ୍ମିଶ୍ରଣକୁ ଏଇଥିପାଇଁ ସୁପରଫୁଡ କୁହାଯାଇଛି କାରଣ ଏଥିରେ ଆୟରନ, ମ୍ୟାଗନେସିୟମ୍ରେ, ପୋଟାସିୟମ ଓ ଭିଟାମିନ ବି-ସି ଭଳି ଅନେକ ପୋଷାକ ତତ୍ତ୍ୱ ରହିଛି । ଘିଅରେ ଭିଟାମିନ ଏ, କେ, ଇ, ଡି ସହ ଫ୍ୟାଟି ଏସିଡ ମଧ୍ୟ ରହିଛି ।
ଏହା କେବେଳେ ସାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ଓ କେଶକୁ ମଧ୍ୟ ଭରପୁର ପୋଷଣ ପ୍ରଦାନ କରିଥାଏ । ଘିଅ ଓ ଗୁଡର ମିଶ୍ରଣ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ । ଏହା ଶରୀରରେ ହର୍ମୋନ ସନ୍ତୁଳନକୁ ମେଣ୍ଟେନ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରକୁ ଡିଟକ୍ସିଫାଏ ମଧ୍ୟ କରିଥାଏ । ଘିଅ ଓ ଗୁଡର ମିଶ୍ରଣ ଏନିମିଆ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।












Click it and Unblock the Notifications