ଶରୀର ପାଇଁ କେତେ ଉପକାରୀ ଦେଶୀ ଘିଅ?
ଆମ ମନରେ ଏକ ଧାରଣା ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଦ୍ୱାରା ଶରୀର ଓଜନ କ୍ଷିପ୍ର ଗତିରେ ବଢ଼ିବା ସହ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ହେଲେ ଆମର ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ ରଖିଥାଏ। ତେବେ ଆସନ୍ତୁ ଜାଣିବା ଘିଅ ଖାଇବାର ୫ଟି ଫାଇଦା ସମ୍ପର୍କରେ...
*ମୋଟାପଣ ଦୂର କରେ
ଘିଅର ନିୟମିତ ସେବନ ଦ୍ୱାରା ବ୍ୟକ୍ତି ନିଜ ମୋଟାପଣରୁ ମୁକ୍ତି ପାଇ ପାରିଥାଏ। ଦେଶୀ ଘିଅରେ ମହଜୁଦ ଥିବା ତତ୍ତ୍ୱ ମେଟାବୋଲିଜିମ୍କୁ ଠିକ୍ ରଖିଥାଏ। ଏହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ। ଗୁଆ ଘିଅରେ କୋଲେଷ୍ଟୋରଲ ନ ଥାଏ, ବରଂ ଏହା ଶରୀରରେ ଜମି ରହିଥିବା ଚର୍ବିକୁ ତରଳାଇ ମେଟାବୋଲିଜମ୍କୁ ବଢାଇବାରେ ସାହାଯ୍ୟ କରିଥାଏ। ଏଥିଯୋଗୁ ବ୍ୟକ୍ତି ମୋଟାପଣରୁ ମୁକ୍ତି ପାଇଥାଏ।
*ହର୍ମୋନ ସନ୍ତୁଳନ ରଖିଥାଏ
ଦେଶୀ ଘିଅରେ ଭିଟାମିନ ଏ, ଭିଟାମିନ କେ-୨, ଭିଟାମିନ-ଡି, ଭିଟାମିନ-ଇ ପରି ପୋଷକ ତତ୍ତ୍ୱ ଭରି ରହିଥାଏ। ଏଥିଯୋଗୁ ଶରୀରରେ ହର୍ମୋନ ତିଆରି ହେବା ସହ ସନ୍ତୁଳିତ ଅବସ୍ଥାରେ ଥାଏ। ଏଥିନିମନ୍ତେ ଗର୍ଭବତୀଙ୍କ ସମେତ ପ୍ରସବ ପରେ ମଧ୍ୟ ମହିଳାଙ୍କୁ ଦେଶୀ ଘିଅ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

*କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦିଏ
ଗୁଆ ଘିଅ ଶରୀର ପାଇଁ ବହୁତ ହିତକର ହୋଇଥାଏ। ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଦେଶୀ ଘିଅ ଶରୀରରେ ଥିବା ପିତ୍ତକୁ ବାହାର କରି ଦେଇଥାଏ। ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଅତି ସହଜରେ ବାହାରି ଯାଇଥାଏ।
* ହାଡ଼ ଶକ୍ତ ହୋଇଥାଏ
ଘିଅରେ ଭରପୁର ମାତ୍ରାରେ ଭିଟାମିନ କେ-୨ ରହିଥାଏ। ଏଥିରେ କ୍ୟାଲସିୟମର ମାତ୍ରା ବୃଦ୍ଧି ପାଇଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁସାରେ ଏଥିରେ ଏଭଳି କିଛି ଉପାଦାନ ରହିଛି ଯାହା ହାଡ଼ ପାଇଁ ଆବଶ୍ୟକ ତରଳ ପଦାର୍ଥ ତିଆରି କରିଥାଏ। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଥିବା ଗଣ୍ଠି ମଜବୁତ ହୋଇଥାଏ।
*ତ୍ୱଚା ଏବଂ କେଶ ପାଇଁ ବି ଲାଭଦାୟକ
ଦେଶୀ ଘିଅକୁ ନିୟମିତ ଭାବେ ଫେସ ମସାଜ କରିବା ଦ୍ୱାରା ତ୍ୱଚା ଚମକଦାର ଦେଖାଯାଇଥାଏ। ଏହାଦ୍ୱାରା ତ୍ୱଚାରୁ ଶୁଷ୍କତା ଦୂର ହୋଇଯାଇଥାଏ । ମୁଣ୍ଡରେ ମଧ୍ୟ ଆପଣ ଏହାକୁ ଲଗାଇ ଭରପୁର ଫାଇଦା ପାଇପାରିବେ। ଏହାଦ୍ୱାରା ଚୁଟି ଘନ, କଳା ହେବା ସହ ଚମକ ବଢ଼ିଥାଏ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications