ରକ୍ଷା ବନ୍ଧନରେ ଦୁଇ ଭଉଣୀ ଦାନ କଲେ ଲିଭର, ଭାଇର ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ଆଜି ପବିତ୍ର ରକ୍ଷା ବନ୍ଧନ । ଏହି ଅବସରରେ ଭାଇ-ଭଉଣୀ ସମ୍ପର୍କର ଏକ ସୁନ୍ଦର କାହାଣୀ ପଢନ୍ତୁ, ଯାହା ସୃଷ୍ଟି କରିଛି ଏକ ନିଆରା ଉଦାହରଣ । ନିଜ ୧୪ ବର୍ଷର ଭାଇର ଜୀବନ ବଞ୍ଚାଇବାକୁ ଯାଇ ଦୁଇଜଣ ଭଉଣୀ ଅଧା ଅଧା ଲିଭର ପ୍ରଦାନ କରି ଜୀବନ ବଞ୍ଚାଇଛନ୍ତି । ରକ୍ଷା ବନ୍ଧନରେ ଜଣେ ଭଉଣୀଙ୍କ ଠାରୁ ଭାଇକୁ ଏହା ଠାରୁ ଅଧିକ ଆଉ କଣ ଉପହାର ହୋଇପାରେ ।

Sister donate liver

ଏହି ସଫଳ ଅପରେସନ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ କରାଯାଇଛି । ଉତ୍ତର ପ୍ରଦେଶର ବଦାୟୁଁରେ ରହୁଥିବା ୧୪ ବର୍ଷ ବୟସର ଅକ୍ଷତର ପ୍ରାୟ ଏକ ବର୍ଷ ତଳେ ଲିଭର ଫେଲ ହୋଇଯାଇଥିଲା। ଏଥିପାଇଁ ସେ ଜୀବନରେ ବଞ୍ଚି ରହିବା ପାଇଁ ସଂଘର୍ଷ କରୁଥିଲା। ଏହାର ପ୍ରଭାବରେ ପୋଲିଓରେ ଆକ୍ରାନ୍ତ ହୋଇଯାଇଥିଲା ଅକ୍ଷତ । ଶରୀରରେ ଓଜନ ବଢି ୯୨ କେଜି ହୋଇଯାଇଥିବା ଯୋଗୁଁ ଆହୁରି ଅଧିକ ସମସ୍ଯା ସୃଷ୍ଟି ହୋଇଥିଲା ତା'ର ସ୍ୱାସ୍ଥ୍ୟ ସୁଧାରିବା ପାଇଁ ।

ଏମିତି ହେଲା ଅପରସନ

ମେଦାନ୍ତ ହସ୍ପିଟାଲର ଲିଭର ଟ୍ରାନ୍ସପ୍ଳାଣ୍ଟ ଟିମ, ୧୪ ବର୍ଷୀୟ ଅକ୍ଷତର ଲିଭର ପ୍ରତିରୋପଣ କରିଥିଲେ। ଅକ୍ଷତର ଦୁଇ ଭଉଣୀ-୨୯ ବର୍ଷୀୟ ନେହା ଏବଂ ୨୨ ବର୍ଷୀୟ ପ୍ରେରଣା ନିଜର ଅଧା ଅଧା ଲିଭର ଦାନ କରିଥିଲେ । ମେଦାନ୍ତ ହସ୍ପିଟାଲର ଲିଭର ପ୍ରତିରୋପଣ ବିଭାଗର ଡାକ୍ତର ନିଲାମ ମୋହନ କହିଛନ୍ତି ଯେ ଦୁଇ ଭଉଣୀଙ୍କ ଅଧା ଅଧା ଲିଭରକୁ ନେଇ ପ୍ରତିରୋପଣ
କରିବା ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଥିଲା ବୋଲି ଅଭିହିତ କରିଛନ୍ତି। ପ୍ରଥମେ ସର୍ଜରୀ ପ୍ରକ୍ରିୟାରେ ଦୁଇ ଭଉଣୀଙ୍କ ଲିଭର ସଂଗ୍ରହ କରାଯିବ ପରେ ଏହାକୁ ଅକ୍ଷତର ଦେହରେ ଫିଟ କରଯାଇଥିଲା । ଏହି ପ୍ରକ୍ରିୟାକୁ ବୁଝାଇବାକୁ ଯାଇ ସର୍ଜନ କହିଛନ୍ତି ଯେ, ତିନିଜଣ ଭାଇ ଭଉଣୀଙ୍କୁ ଅପରସନ ରୁମରେ ଦେଖିବା ମାତାପିତାଙ୍କ ପାଇଁ ମଧ୍ୟ କଷ୍ଟପ୍ରଦ ଅନୁଭୂତି ଥିଲା ।

କାହିଁକି ଆବଶ୍ୟକ ହେଲା ଦୁଇଜଣଙ୍କ ଅଧା ଅଧା ଲିଭର
ମେଦାନ୍ତ ହସ୍ପିଟାଲର ଲିଭର ପ୍ରତିରୋପଣ ବିଭାଗର ଡାକ୍ତର କହିଛନ୍ତି ଯେ, ସଫଳ ପ୍ରତିରୋପଣ ପାଇଁ ଲିଭରର ଓଜନ ରୋଗୀ ଶରୀରର ଓଜନର ଅତି କମରେ ୦.୮ ରୁ ୧ % ମଧ୍ୟରେ ହେବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଯଦି ଆମେ କେବଳ ଜଣେ ଭଉଣୀଙ୍କ ଠାରୁ ଲିଭର ନେଇଥାନ୍ତୁ ତେବେ ଏହା ସେମାନଙ୍କ ଓଜନର ୦.୫ରୁ ୦.୫୫% ହୋଇଥାନ୍ତା । ଏଥିପାଇଁ ଆମକୁ ଦୁଇ ଭଉଣୀଙ୍କ ଠାରୁ ଲିଭର ନେବାକୁ ଆବଶ୍ୟକ ପଡିଲା । ଆମର ପୁରା ଟିମ ଏହି ଅପରେସନର ସଫଳତା ଯୋଗୁଁ ବହୁତ ଖୁସି ବୋଲି କହିଛନ୍ତି ଡାକ୍ତର ନିଲମ ।

ଅର୍ଗାନ ଦୋନେଟର ପ୍ରକୃଷ୍ଟ ଉଦାହରଣ

organ donation

ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ତଥା ପ୍ରବନ୍ଧନ ନିର୍ଦେଶକ ଡାକ୍ତର ନରେଶ ନେହନ କହିଛନ୍ତି ଯେ, ଏହି ଘଟଣା ଅର୍ଗାନ ଡୋନେସନର ଏକ ସୁନ୍ଦର ଉଦାହରଣ । ଏଥିରୁ ଶିକ୍ଷା ମିଳୁଛି ଯେ, ଜଣେ ସୁସ୍ଥ ବ୍ୟକ୍ତି ନିଜର କୌଣସି କ୍ଷତି ନକରି ଅନ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିବ । ଏହା ସମାଜରେ ଏକ ସକାରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି ଡାକ୍ତର ନରେଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+