ସୁସ୍ଥ ଆଖି ଚାହୁଁଛନ୍ତି କି ? ଖାଆନ୍ତୁ ନାହିଁ ଏହି ଜିନିଷ

ବର୍ତ୍ତମାନ ଦେଶରେ ଅଧିକାଂଶ ଅଭିଯୋଗ ଲୋକଙ୍କ ଦୃଷ୍ଟି ଶକ୍ତି ହ୍ରାସକୁ ନେଇ ଆସୁଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଆଜିକାଲି ର ଖରାପ ଜୀବନଶୈଳୀ । ଅଧିକାଂଶ ଲୋକ କମ୍ପ୍ୟୁଟର ଆଗରେ ବସି ଦିନକୁ 8 ରୁ 10 ଘଣ୍ଟା ବିତାଇଥାନ୍ତି ।

ବର୍ତ୍ତମାନ ଦେଶରେ ଅଧିକାଂଶ ଅଭିଯୋଗ ଲୋକଙ୍କ ଦୃଷ୍ଟି ଶକ୍ତି ହ୍ରାସକୁ ନେଇ ଆସୁଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଆଜିକାଲି ର ଖରାପ ଜୀବନଶୈଳୀ । ଅଧିକାଂଶ ଲୋକ କମ୍ପ୍ୟୁଟର ଆଗରେ ବସି ଦିନକୁ 8 ରୁ 10 ଘଣ୍ଟା ବିତାଇଥାନ୍ତି । କେବଳ କମ୍ପ୍ୟୁଟର ନୁହେଁ ଆଜିକାଲି ପ୍ରାୟ ସମସ୍ତେ ସେଲ ଫୋନ୍ ଆଡିକ୍ଟ। ଏହା ଦ୍ବାରା ମଧ୍ଯ ଆଖିରେ ଖୁବ୍ ବେଶୀ ପ୍ରଭାଵ ପଡ଼େ। ଏଥି ପାଇଁ ଆଖିରେ ଅନେକ ସମସ୍ୟା ଦେଖାଦିଏ।

eyeproblem

ବିଶେଷଜ୍ଞମାନେ କହିଛନ୍ତି ଯେ, ବୟସ ବଢିବା ସହିତ ଆମର ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଏ । ଏହାସହ ଖାଦ୍ୟ ପାନୀୟ ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ୍ । ଆସନ୍ତୁ ଜାଣିବା ବିଶେଷ କରି କେଉଁ ଜିନିଷ ଆଖିକୁ ଦୁର୍ବଳ କରିପାରେ ଏବଂ କେତେକ କ୍ଷେତ୍ରରେ ଅନ୍ଧ ମଧ୍ୟ କରିପାରେ । ଆସନ୍ତୁ ସେହି ଜିନିଷ ବିଷୟରେ ଜାଣିବା...

ଏହି ଜିନିଷଗୁଡିକ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ହୋଇପାରେ

* ଅତ୍ୟଧିକ ମିଠା ଜିନିଷ ଏବଂ ପ୍ରକ୍ରିୟାକୃତ କାର୍ବୋହାଇଡ୍ରେଟ୍ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ନଷ୍ଟ ହୋଇପାରେ । ଏହି ଖରାପ ପ୍ରକ୍ରିୟାକୃତ କାର୍ବୋହାଇଡ୍ରେଟ୍ ଖାଦ୍ୟ ହେଉଛି ଧଳା ପାଉଁରୁଟି ଏବଂ ପାସ୍ତା । ଏହାସହ, ଟମାଟୋ କେଚପ୍ ଏବଂ କୋଲ୍ଡ ଡ୍ରିଙ୍କସ ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଏହାର କାରଣ ହେଉଛି ଖାଦ୍ୟଗୁଡ଼ିକ ଶୀଘ୍ର ହଜମ ହେବା । ଯେଉଁ କାରଣରୁ ରକ୍ତରେ ଶର୍କରାର ସ୍ତର ବଢିଥାଏ ଏବଂ ରକ୍ତରେ ଶର୍କରା ବୃଦ୍ଧି ହେତୁ 'ବୟସ ସମ୍ବନ୍ଧୀୟ ମାକୁଲାର ଡାଜେନେରେସନ୍' (AMD) ର କାରଣ ହୋଇଥାଏ । AMD ହେଉଛି ଏକ ଚକ୍ଷୁ ରୋଗ ଯାହା ଦୃଷ୍ଟିଶକ୍ତିକୁ ଦୁର୍ବଳ କରିଥାଏ, ଦୃଷ୍ଟି ଶକ୍ତି ହରାଇବା ସହ ଶେଷରେ ଆପଣଙ୍କୁ ସମ୍ପୂର୍ଣ୍ଣ ଅନ୍ଧ ମଧ୍ୟ କରିପାରେ ।

* ଦ୍ଵିତୀୟରେ ଯେଉଁମାନେ ପାଶ୍ଚାତ୍ୟ ଖାଦ୍ୟ ବା ଜଙ୍କଫୁଡ୍ ଖାଆନ୍ତି, ସେମାନଙ୍କ ଆଖିରେ ଅଧିକ ସମସ୍ୟା ଦେଖା ଦିଏ କାରଣ ଏହି ଖାଦ୍ୟଗୁଡ଼ିକ ଆଖିକୁ ନଷ୍ଟ କରିଦିଏ। ଅନୁସନ୍ଧାନକାରୀମାନେ ଚକ୍ଷୁ ଡାକ୍ତରଖାନାରେ ବ୍ରିଟେନ ର ଜଣେ 14 ବର୍ଷର ବାଳକର ଥକାପଣ ବିଷୟରେ ଅଭିଯୋଗ ଆସିଥିଲା । ତାଙ୍କର BMI ସ୍ୱାଭାବିକ ଥିଲା କିନ୍ତୁ ସେ ଖାଦ୍ୟରେ ଫ୍ରେଞ୍ଚ୍ ଫ୍ରାଏ, ପ୍ରିଙ୍ଗଲେସ୍, ଧଳା ପାଉଁରୁଟି ଏବଂ ପ୍ରକ୍ରିୟାକୃତ ମାଂସ ଖାଉଥିଲେ । ଯେତେବେଳେ ତାଙ୍କୁ ପରୀକ୍ଷା କରାଯାଇଥିଲା, ଏହା ଦେଖାଗଲା ଯେ ଶରୀରରେ ଭିଟାମିନ୍ B12 ର ସ୍ତର ବହୁତ କମ୍ ଥିଲା ଏବଂ ମାକ୍ରୋସାଇଟିକ୍ ରକ୍ତହୀନତା ସହିତ ଅନେକ ଭିଟାମିନ୍ ର ଅଭାବ ଥିଲା ।

ଏହାର କିଛି ଦିନ ପରେ ବାଳକଟିର ଆଖି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିିଥିଲା । ତେଣୁ ସୁସ୍ଥ ଆଖି ପାଇଁ ଉପରୋକ୍ତ ଖାଦ୍ୟକୁ ଆପଣଙ୍କ ଦୈନିକ ଫୁଡ ଲିଷ୍ଟରୁ ଆଉଟ କରନ୍ତୁ, ସୁସ୍ଥ ରୁହନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+