ସ୍ଵାସ୍ଥ୍ୟର ଭଣ୍ଡାର: ଅଙ୍ଗୁର ରସରୁ ମିଳିଥାଏ ଅନେକ ଫାଇଦା

ଅଙ୍ଗୁର ରସରେ ଭରି ରହିଛି ଅନେକ ସ୍ୱାସ୍ଥ୍ୟକର ତତ୍ତ୍ୱ। ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ। ଅଙ୍ଗୁର କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ। ଲୋକମାନେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି। ଅଙ୍ଗୁର ରସରେ ଭିଟାମିନ୍-ସି, ଭିଟାମିନ୍-କେ, ଫାଇବର, ଖଣିଜ ପଦାର୍ଥ, କ୍ୟାଲୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ। ସେଥିପାଇଁ ଅଙ୍ଗୁରକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି କୁହାଯାଏ। ଆସନ୍ତୁ ଜାଣିବା ଅଙ୍ଗୁର ଖାଇଲେ ଶରୀରକୁ କ'ଣ ସବୁ ଉପକାରିତା ମିଳିଥାଏ।

ହୃଦୟ ରୋଗକୁ ରୋକିଥାଏ- ଏବେ ହୃଦୟ ସମ୍ବନ୍ଧୀୟ ରୋଗ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ, ହୃଦୟ ରୋଗକୁ ରୋକିବା ପାଇଁ ଅଙ୍ଗୁର ଖାଇବା ଲାଭଦାୟକ ହୋଇଥାଏ। ଅଙ୍ଗୁରରେ ଥିବା ଉପାଦାନ ରକ୍ତନଳୀର କାର୍ଯ୍ୟକୁ ସୁସ୍ଥ ରଖିଥାଏ।

କର୍କଟ ରୋଗରୁ ରକ୍ଷା କରେ- ଅଙ୍ଗୁରରେ ବିଭିନ୍ନ ଉପାଦାନ ରହିଛି, ଯେପରିକି ରେସଭେରାଟ୍ରୋଲ ଏବଂ କ୍ୱାରସେଟିନ, ଯେଉଁଥିରେ କର୍କଟ ନିରୋଧୀ ଗୁଣ ଥିବାରୁ ଏହା ଟ୍ୟୁମରର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ। ସେହିଭଳି ଅଙ୍ଗୁରରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗକୁ ପ୍ରତିରୋଧ କରିଥାଏ।

Grape

ହଜମ କରିବାରେ ସହାୟକ- ଅଙ୍ଗୁରରେ ଫାଇବର ରହିଛି, ଯାହା ହଜମ କ୍ରିୟାରେ ସହାୟକ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଆଖିକୁ ସୁସ୍ଥ ରଖେ- ଅଙ୍ଗୁର ଖାଇବା ଦ୍ୱାରା ଆଖି ସୁସ୍ଥ ରହିଥାଏ। ଅଙ୍ଗୁରରେ ମିଳୁଥିବା ଦୁଇଟି ପିଗମେଣ୍ଟ୍ ଲ୍ୟୁଟିନ୍ ଓ ଜାକ୍ସାନ୍ଥିନ୍ ଆଖିକୁ ସୁରକ୍ଷା ଦେଇଥାଏ। ସେହିଭଳି ଅନ୍ୟାନ୍ୟ ଚକ୍ଷୁ ରୋଗରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ। ଏହାଛଡ଼ା ମୋତିଆବିନ୍ଦୁ ଓ ମାକୁଲାର ଡିଜେନେରେସନ ଭଳି ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି- ଅଙ୍ଗୁର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଅଙ୍ଗୁରରେ ଭିଟାମିନ୍-ସି ଏବଂ ଭିଟାମିନ୍-କେ ଭରପୂର ମାତ୍ରାରେ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ।

ହାଡ଼ ସ୍ବାସ୍ଥ୍ୟ- ଅଙ୍ଗୁରରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ରହିଛି, ଯାହା ହାଡକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ ଏବଂ ଏହା ଅଷ୍ଟିଓପୋରୋସିସର ଆଶଙ୍କାକୁ କମ୍ କରିବାରେ ସହାୟକ ହୋଇଥାଏ। ଏହା ହାଡକୁ ମଜଭୁତ କରିବାରେ ମଧ୍ୟ ସହାୟକ ହୋଇଥାଏ।

ମସ୍ତିଷ୍କ ସ୍ବାସ୍ଥ୍ୟ- ଅଙ୍ଗୁରରେ ମିଳୁଥିବା ରେସଭେରାଟ୍ରୋଲ ମସ୍ତିଷ୍କରେ ଥିବା କୋଷକୁ ରକ୍ଷା କରିବା ସହ ଆଲଜାଇମର ଭଳି ନ୍ୟୁରୋଡିଜେନେରେଟିଭ ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+