Get Updates
Get notified of breaking news, exclusive insights, and must-see stories!

ମାତ୍ର 4 ରୁ 5 ହଜାର ଟଙ୍କାରେ ବୁଲନ୍ତୁ ଦେଶର ଏହି ସବୁ ସ୍ଥାନ

ଯଦି ଆପଣ ଶୀତ ଦିନର ମଜା ନେବା ପାଇଁ ଚାହୁଁଛନ୍ତି, ଏବଂ ଆପଣଙ୍କ ବଜେଟ୍ ରହିଛି କମ୍ ତେବେ ଆମ ପାଖରେ ଅଛି କିଛି ଏପରି ସ୍ଥାନର ଲିଷ୍ଟ ଯେଉଁଠିକି ମାତ୍ର 4 ରୁ 5 ହାଜର ଟଙ୍କା ସାଥିରେ ନେଇ କରିପାରିବେ ଏଞ୍ଜୟ । ଆପଣଙ୍କ ଇନଷ୍ଟାଗ୍ରାମ୍, ଫେସବୁକ୍ ଏବଂ ୟୁଟ୍ୟୁବ୍ ପାଇଁ ଧେର ସାରା ଫଟୋ ଏବଂ ଭିଡିଓ ମଧ୍ୟ ଆପଣ କ୍ୟାପଚର କରି ପାରିବେ ।

ଆସନ୍ତୁ ଏହି ସୁନ୍ଦର ସ୍ଥାନଗୁଡ଼ିକ ବିଷୟରେ ଜାଣିବା କିଛି ଅଧିକ ।

tourim

ଲାନ୍ସଡାଉନ୍

ଲାନ୍ସଡାଉନ୍ ଦିଲ୍ଲୀ ଠାରୁ 270 କିଲୋମିଟର ଦୂରରେ ଉତ୍ତରାଖଣ୍ଡର ରହିଛି । ଯଦି ଆପଣ କିଛି ସମୟ ଶାନ୍ତ ପିରବେଶରେ କାଟିବା ପାଇଁ ଚାହୁଁଛନ୍ତି ତେବେ ଏହା ଏକ ପରଫେକ୍ଟ ସ୍ଥାନ । ଖାସ କଥା ହେଲା ଏଠି ଖୁବ୍ କମ ଟଙ୍କାରେ ଆପଣଙ୍କୁ ରହିବା ପାଇଁ ହୋଟେଲ୍ ଏବଂ ଶସ୍ତାରେ ଖାଇବା ପାଇଁ ମଧ୍ୟ ମିଳିଯିବ । ସେହିପରି ଏଠାକାର ପ୍ରାକୃତିକ ଦୃଶ୍ୟ ମନ ହାଲକା କରିଦେବ । ଦିଲ୍ଲୀରୁ ବସ୍ କିମ୍ବା ଚାହିଁଲେ କ୍ୟାବ୍ କରି ମଧ୍ୟ ଆପଣ ଏହି ସ୍ଥାନକୁ ଯାଇପାରିବେ ।

ଋଷିକେଶ

ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଋଷିକେଶ ବୁଲିଯାଇଥାନ୍ତି । ମାନ୍ୟତା ରିହିଛି ଗଙ୍ଗାରେ ବୁଡ ପକାଇଲେ ଲକ୍ଷେ ପାପ ଦୂର ହୁଏ । ଦିଲ୍ଲୀରୁ ଋଷିକେଶ ପର୍ଯ୍ୟନ୍ତ ଦୂରତା 242 କିଲୋମିଟର । ଆପଣ ସହଜରେ ଏଠାକୁ ଯାଇପାରିବେ | ବସ୍, ଟ୍ରେନ୍, କ୍ୟାବ୍ କରି ମଧ୍ୟ ଆପଣ ସହଜରେ ଏବଂ କମ ଟଙ୍କାରେ ଋଷିକେଶ ବୁଲିଯାଇପାରିବେ । ଏଠାରେ ଆପଣ ରାଫ୍ଟିଂ, କ୍ୟାପିଂ ଭଳି ଅନେକ ଆକ୍ଟିବିଟିର ମଜା ମଧ୍ୟ ଉଠାଇପାରିବେ । ତେବେ ପକେଟରେ ମାତ୍ର 4000-5000 ଟଙ୍କା ଥିଲେ ଋଷିକେଶ ବୁଲା ପାଇଁ ଯଥେଷ୍ଟ ।
ଜୟପୁର

ରାଜସ୍ଥାନ

ରାଜସ୍ଥାନର ପିଙ୍କ୍ ସିଟି ଜୟପୁର ଏହାର ଐତିହ୍ୟ, ସଂସ୍କୃତି ଏବଂ ସ୍ଥାନୀୟ ଖାଦ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ । ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ ଏଠି ପ୍ରାୟ ବର୍ଷ ସାରା ଦେଖିବା ପାଇଁ ମିଳିଥାଏ ।

ଜୟପୁର ଦିଲ୍ଲୀଠାରୁ ମାତ୍ର 288 କିଲୋମିଟର ଦୂରରେ ରହିଛି । ଯେଉଁଠାରେ ଆପଣ ସହଜରେ 5-6 ଘଣ୍ଟା ମଧ୍ୟରେ ପହଞ୍ଚି ପାରିବେ । ଜୟପୁରରେ ଆପଣ ଆମେର୍ ଦୁର୍ଗ, ହାୱା ମହଲ ଏବଂ ନାହାରଗଡ ଦୁର୍ଗ ରହିଛି । ଏଠାରେ ଆପଣଙ୍କୁ କମ୍ ମୂଲ୍ୟରେ ହୋଟେଲ ମଧ୍ୟ ମିଳିଯିବ । ଏହା ସହିତ ସେଠାରେ ବୁଲିବା ପାଇଁ ଆପଣ ପବ୍ଲିକ୍ ଟ୍ରାନ୍ସପୋର୍ଟର ବ୍ୟବହାର ମଧ୍ୟ କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+