ତରଭୁଜ ଖାଇଲେ ଶରୀର ରହେ....

ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ତରଭୂଜଠାରୁ ଭଲ ଫଳ ଆଉ କିଛି ନାହିଁ। ଗ୍ରୀଷ୍ମ ଋତୁରେ ତରଭୁଜ ଖାଇଲେ ଶରୀର ସତେଜ ରହେ। ଶରୀରକୁ ଶକ୍ତି ମିଳିଥାଏ। ଏଥିରେ ଥିବା ୯୨ ପ୍ରତିଶତ ଜଳୀୟ ଅଂଶ ଗରମରୁ ଆରାମ ଦେଇଥାଏ। ଏସବୁ ବ୍ୟତୀତ ତରଭୁଜର ଆହୁରି ଅନେକ ଔଷଧୀୟ ଗୁଣ ରହିଛି। ଯଦି ଆପଣ ଶରୀର ଓଜନ କମାଇବାକୁ ଚାହୁଁଛନ୍ତି,ତା'ହେଲେ ତରଭୁଜ ସବୁଠୁ ଉପାଦେୟ। ଏହା ହେଉଛି ଏମିତି ଏକ ଫଳ ଯେଉଁଥିରେ ପାଣି ଓ ତନ୍ତୁ ପ୍ରଚୁର ମାତ୍ରାରେ ରହିଥାଏ। ଏଥିରେ ଅଧିକ ପରିମାଣରେ ତନ୍ତୁ ରହୁଥିବାରୁ ବହୁ ସମୟ ଧରି ପେଟ ପୂରିଲା ପୂରିଲା ରହେ, ଭୋକ ଲାଗେ ନାହଁ।

ହୃଦ୍‌ରୋଗୀଙ୍କ ପାଇଁ ତରଭୁଜ ବେଶ୍ ଲାଭଦାୟକ। ଏହା ଶରୀରର କୋଲେଷ୍ଟ୍ରୋଲ୍‌ ସ୍ତରକୁ କମ୍ କରିବା ସହ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତରଭୁଜରେ ଅଧିକମାତ୍ରାରେ ପୋଟାସିୟମ୍ ରହିଛି ଯାହା ଆମକୁ ହୃଦରୋଗରୁ ରକ୍ଷା କରେ। ତରଭୁଜରେ ଭିଟାମିନ୍ ଏ, ସି, ବି-୬ ଓ ମିନେରାଲ୍ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜଭୁତ କରିଥାଏ ।

water melon

ଏଥିରେ ଥିବା ଲିୟ୍ୟୁଟିନ୍, ଲାଇକୋପେନ୍ ଓ ବିଟା କୋରୋଟିନ୍ କ୍ରିପଟୋଜେକ୍‌ଥୀନ୍ କ୍ୟାନସର ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ। ତରଭୁଜ ଖାଇବା ଦ୍ୱାରା କିଡ୍‌ନୀ ସୁସ୍ଥ ରହିବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ତରଭୁଜରେ ଭିଟାମିନ୍-୬ ପ୍ରଚୁର ମାତ୍ରାରେ ଥିବାରୁ ମସ୍ତିଷ୍କର ବିକାଶ କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+