ଏହିମାନେ ଦୂରେଇ ରୁହନ୍ତୁ ଡ଼ାଲଚିନରୁ, ନଚେତ...
ଭୁବନେଶ୍ୱର: 'ରୋଷେଇ ଘରେ ସହଜରେ ମିଳିଯାଏ ଡାଲଚିନି । ଘରୋଇ ଉପଚାରରେ ବ୍ୟବହୃତ ଡାଲଚିନିରେ । ଆଣ୍ଟି -ବ୍ୟାକ୍ଟେରିଆ ଏବଂ ଆଣ୍ଟି -ଇନଫ୍ଲୋମେଟୋରୀ ଉପାଦାନ ରହିଥାଏ । ଅନେକଙ୍କ ପାଇଁ ଏହା ଲାଭଦାୟକ ହୋଇଥିବା ବେଳେ କିଛି ଲୋକ ଏଥୁରୁ ଦୂରେଇ ରହିବା ଉଚିତ୍ । ହେଲ୍ପଲାଇନ ଅନୁଯାୟୀ, ଡାଲଚିନ୍ କାରଣରୁ ଲିଭର୍ ନଷ୍ଟ ହେବାର ଆଶଙ୍କା ରହିଛି ।
ଯେଉଁମାନଙ୍କର ଲିଭର୍ ସମସ୍ୟା ରହିଛି ସେମାନେ ଡାଲଚିନିଠାରୁ ଦୂରେଇ ରହିବା ଉଚିତ୍ । କୁହାଯାଏ ଯେ ଡାଲଚିନି ଅତ୍ୟଧିକ ଖାଇବା ଦ୍ୱାରା ପାଟିରେ ଘା ହୋଇପାରେ । ଯେଉଁମାନଙ୍କର ପୂର୍ବରୁ ଅଲସର ସମସ୍ୟା ରହିଛି, ସେମାନେ ଡାଲଚିନିରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଅଧ୍ୟୟନ ଅନୁଯାୟୀ ଡାଲଚିନିରୁ ବୃର୍ତ୍ତୁଗାର ସ୍ତର ହ୍ରାସ କରାଯାଇପାରେ ।

କିନ୍ତୁ ଲୋ ବ୍ଲଡପେସର ଥିବା ବ୍ୟକ୍ତି ଡାଲଚିନି କମ୍ ବ୍ୟବହାର କରିବା ଉଚିତ୍ । ଡାଲଚିନିର ଅତ୍ୟଧିକ ବ୍ୟବହାର ହେତୁ କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ହେବାର ଆଶଙ୍କା ରହିଛି । କେବଳ ଡାକ୍ତରଙ୍କ ପରାମର୍ଶରେ ଏହାକୁ ଖାଇବା ଉଚିତ୍ । ଯଦି କାହାର ହଜମ ପ୍ରକ୍ରିୟାରେ ସମସ୍ୟା ରହିଥାଏ, ତେବେ ସେମାନେ ଡାଲଚିନି ବ୍ୟବହାର ଠାରୁ ଦୂରେଇ ରହିବା ଉଚିତ୍ ।
ଯଦି ଏପରି କରନ୍ତି ତେବେ ପେଟ ପୋଡାଜଳା ହେବା ସହିତ ଅନେକ ସମସ୍ୟା ସୃଷ୍ଟି କରିପାରେ । ସୁଗର, ହାଇ ବିପି କିମ୍ବା ଅନ୍ୟାନ୍ୟ ସାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଡାଲଚିନି ପାଣି ପିଇପାରନ୍ତି । କିନ୍ତୁ ଏପରି କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ ।












Click it and Unblock the Notifications