ଆଜି ଛାଡ଼ଖାଇ: ଗୁରୁବାର ଛାଡ଼ଖାଇ ପଡିଥିବାରୁ ଆମିଷ ବଜାରରେ ପୂର୍ବ ଭଳି ଭିଡ଼ ନାହିଁ

ମାସସାରା ଆମିଷ ନଖାଇ କାର୍ତ୍ତିକ ବ୍ରତ ପାଳନ୍ତି ଲୋକେ । କେହି କେହି ମାସକ ପାଳିନପାରିଲେ ପଞ୍ଚୁକ ୫ ଦିନ ଆମିଷ ଛାଡି ସାତ୍ତ୍ବିକ ଭୋଜନ କରି କାର୍ତ୍ତିକ ବ୍ରତ ପାଳନ କରନ୍ତି । ଏ ମାସରେ ଦାନ ଧର୍ମ କରି ବର୍ଷକର ପୂଣ୍ୟ ଅର୍ଜନ କରାଯାଏ ବୋଲି କୁହାଯାଏ । କିନ୍ତୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ପାଳିବା ଦିନ ଘରେ ଘରେ ମାଛ ମାଂସ ଭାସେ।

ହେଲେ ଏଥର ଛାଡ଼ଖାଇଟା ମାଡ଼ ଖାଇଯାଇଛି । ଗୁରୁବାର ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବଜାରରେ ପୂର୍ବ ଭଳି ଭିଡ଼ ନାହିଁ । ଇଚ୍ଛା ଥିଲେ ବି ଆଇଁଷ ଟିକେ ଖାଇପାରିନାହାଁନ୍ତି । ହେଲେ କାଲି ଶୁକ୍ରବାର ଛାଡ଼ଖାଇ ପାଳିବାକୁ ଚାହିଁରହିଛନ୍ତି ଅନେକ ।

Amish Bazaar is not as crowded as before

କୁହାଯାଏ, କାର୍ତ୍ତିକ ବ୍ରତ କରୁଥିବା ବ୍ରତଧାରୀ ପୂଣ୍ୟ କାର୍ତ୍ତିକରେ ଦିନକୁ ମାତ୍ର ଥରେ ଖାଇ ବ୍ରତ କରନ୍ତି । ଏହି ମାସରେ ବ୍ରତଧାରୀମାନଙ୍କର ଖାଇବାରେ ଅନେକ କଟକଣା ଥାଏ । ଅନେକ ପରିବା ସହ କିଛି ଶସ୍ୟ ନଖାଇବାର ବାରଣ ରହିଥାଏ । ଏପରିକି ଚୂନ ଲଗା ପାନ ବି ଖାଇନଥାନ୍ତି । ଯଦି ବିଡ଼ିଆ ପାନ ମିଳେ ଖାଇବାର ଅନୁମତି ଥାଏ ନହେଲେ ନାହିଁ । ଖାଲି ସେତିକି ନୁହେଁ ଖାଇବା ସମୟରେ ମଧ୍ୟ ନୀରବତା ରକ୍ଷା କରିବାକୁ ପଡ଼େ । ବ୍ରତଧାରୀ ଖାଇବା ସମୟରେ ଯଦି କେହି ପାଟି କରନ୍ତି ସେଇଠି ତାଙ୍କ ଖାବା ବନ୍ଦ ହୁଏ । କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଏଭଳି ସଦାଚାରରେ ରହିଥାନ୍ତି ବ୍ରତଧାରୀ । କିନ୍ତୁ ପୂର୍ଣ୍ଣିମା ପରଦିନ ସେମାନେ ସମ୍ପୂର୍ଣ୍ଣ ଉପବାସ ରହି ବ୍ରତ ସମାପନ କରିଥାନ୍ତି । ଏହି ଦିନ ଖାଦ୍ୟ ଛାଡ଼ୁଥିବାରୁ ଏହାକୁ ଛାଡ଼ଖାଇ ବୋଲି କୁହାଯାଏ । ଆଉ କେହି କେହି କୁହନ୍ତି , ମାସକ ସାରା ଯେଉଁ ସବୁ ଖାଦ୍ୟକୁ ବାରଣ ଥାଏ ବା ଛାଡ଼ିଥାନ୍ତି ତାକୁ ପୁଣି ଗ୍ରହଣ କରୁଥିବାରୁ ମଧ୍ୟ ଏହି ଦିନକୁ ଛାଡ଼ଖାଇ ବୋଲି କୁହାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+