World Diabetes Day 2024: ଆଜି ବିଶ୍ୱ ମଧୁମେହ ଦିବସ, ଡାଇବେଟିସ୍ ରୋଗୀ ଖାଆନ୍ତୁ ନାହିଁ ଏହି ଫଳ
World Diabetes Day 2024: ସାରା ବିଶ୍ୱରେ ପ୍ରତିବର୍ଷ ୧୪ ନଭେମ୍ବର ଦିନ ଡାଇବେଟିସ୍ ଡେ ବା ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ପାଳନ କରାଯାଏ । ମଧୁମେହ ଏକ ଦୀର୍ଘସ୍ଥାୟୀ ଗମ୍ଭୀର ରୋଗ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଅନୁଯାୟୀ, ମଧୁମେହ କିଡନୀ ରୋଗ, ହୃଦରୋଗ ଏବଂ ଦୃଷ୍ଟି ଶକ୍ତି ହରାଇବା ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।
ସୁସ୍ଥ ଖାଦ୍ୟ ଖାଇବା, ଓଜନ କମାଇବା ଏବଂ ଆକ୍ଟିଭ୍ ରହିବା ଦ୍ୱାରା ଏହାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ । ଚଳିତ ବର୍ଷର ବିଶ୍ୱ ମଧୁମେହ ଦିବସର ବିଷୟବସ୍ତୁ ହେଉଛି ""Access to Diabetes Care" ତେବେ ଆସନ୍ତୁ ଜାଣିବା ମଧୁମେହ ନିୟନ୍ତ୍ରଣ ପାଇଁ ଏହି ଘରୋଇ ଉପଚାର ?
ମଧୁମେହକୁ ଏଡାଇବା ପାଇଁ, ଆପଣ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଉଚିତ୍ । ଏହି ରୋଗର ଅନେକ ଘରୋଇ ଉପଚାର ଅଛି, ଯାହା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ସଠିକ୍ ଖାଦ୍ୟ, ଯୋଗରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ଗତବର୍ଷ ହୋଇଥିବା ଏକ ଆକଳନ ଅନୁସାରେ ବିଶ୍ୱରେ ପ୍ରାୟ ୫୩୭ ମିଲିୟନ ଅର୍ଥାତ୍ ୫୪ କୋଟି ଲୋକ ଡାଇବେଟିସ୍ରେ ପୀଡିତ ଅଛନ୍ତି । ତେବେ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।

ତେବେ ସ୍ଥିତି ଯଦି ଏପରି ରୁହେ ତେବେ ୨୦୩୦ ବେଳକୁ ସାରା ବିଶ୍ୱରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ୬୫ କୋଟି ପର୍ଯ୍ୟନ୍ତ ଛୁଇଁପାରେ । ତେବେ ସବୁଠୁ ଆଶ୍ଚର୍ଯ୍ୟ କଲାପରି କଥା ହେଉଛି ଯେ ପ୍ରାୟ ୧୨ ଲକ୍ଷ ଶିଶୁ ଓ କିଶୋର ମଧ୍ୟ ଡାଇବେଟିସ୍ରେ ପୀଡିତ । ସେହିପରି ଗତ ବର୍ଷ ପ୍ରାୟ ୬୭ ଲକ୍ଷ ଲୋକଙ୍କ ମୃତ୍ୟୁ ଡାଇବେଟିସ୍ କାରଣରୁ ହୋଇଥିବା ନେଇ ସୂଚନା ରହିଛି ।
୧-ମଧୁମେହ ରୋଗୀମାନେ ଖାଦ୍ୟରେ ଅଧିକ ସବୁଜ ପରିବା ଯଥା କାକୁଡି, କଲରା, କୋବି, ଶାଗ, ଲାଉ ଆଦି ପରିବା ଅଧିକ ଖାଇବା ଉଚିତ୍ । ସେହିପରି ମଧୁମେହ ରୋଗୀମାନେ ଆଳୁ ଏବଂ ମିଠା ଆଳୁ ଖାଇବା ସମ୍ପୁର୍ଣ୍ଣ ବନ୍ଦ କରିଦେବା ଉଚିତ୍ ।
୨- ଫଳରେ, ଆପଣ ଅମୃତଭଣ୍ତା, ପିଜୁଳି, ଆପଲ୍, କମଳା, ଡାଳିମ୍ବ ଆଦି ଖାଇବା ଉଚିତ୍ ଏବଂ ଆମ୍ବ, ଅଙ୍ଗୁର, କଦଳୀ ପରି ଫଳ ନ ଖାଇବା ଉଚିତ୍ ।
୩- ମଧୁମେହ ରୋଗୀମାନେ ମିଠା ଜିନିଷ ବିଲକୁଲ୍ ଖାଇବା ଉଚିତ୍ ନୁହେଁ । ଥରରେ ଅଧିକ ଖାଦ୍ୟ ସେବନ କରନ୍ତୁ ନାହିଁ । ମଧୁମେହ ରୋଗୀ ଦିନକୁ ଏକ ଘଣ୍ଟା ୱାର୍କଆଇଟ୍ କରିବା ଉଚିତ୍ । ଖୁସି ରହିବା ସହ ଚିନ୍ତାଠୁ ଦୂରରେ ରୁହନ୍ତୁ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବିଶ୍ୱରେ ପ୍ରାୟ ୪୪୨ ନିୟୁତ ଲୋକ ମଧୁମେହରେ ପୀଡିତ ଅଛନ୍ତି । ୨୦୦୦ ରୁ ୨୦୧୯ ମଧ୍ୟରେ ବୟସ ଅନୁସାରେ ମଧୁମେହ ମୃତ୍ୟୁ ହାରରେ ୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯ ରେ, ମଧୁମେହ କାରଣରୁ ହୃଦୟ ଏବଂ କିଡନୀ ରୋଗ ହେତୁ ପ୍ରାୟ ୨ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଛି ।












Click it and Unblock the Notifications