ଆଜି ପବିତ୍ର ନାଗ ପଞ୍ଚମୀ: କାହିଁକି ନାଗ ପଞ୍ଚମୀ ପାଳନ କରାଯାଇଥାଏ ?
ଶ୍ରାବଣମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନାଗ ପଞ୍ଚମୀ ପର୍ବ ପାଳିତ ହୋଇଥାଏ । ଏହି ଦିନ ନାଗ, ଭଗବାନ ଶିବ ଓ ଭଗବାନ ସୁବ୍ରମଣ୍ୟଙ୍କର ଆରାଧନା କରାଯାଇଥାଏ । ଏହି ଦିନକୁ ଅତ୍ୟନ୍ତ ଶୁଭ ଦିନ ବୋଲି ବିବେଚନା କରାଯାଇଥାଏ ।
ଏହି ଦିନ ବିଧିବଦ୍ଧ ଭାବେ ପୂଜା କରିଲେ କାଳସର୍ପଦୋଷ ଓ ସର୍ପଭୟରୁ ମୁକ୍ତି ମିଳେ । ଜାଣନ୍ତୁ ନାଗ ପଞ୍ଚମୀର ମହତ୍ତ୍ୱ ଓ ପୂଜା କରିବାର ଶୁଭ ମୁହୂର୍ତ୍ତ ।
ନାଗପଞ୍ଚମୀର ରହିଛି ଅନନ୍ୟ ମହତ୍ତ୍ୱ:
ହିନ୍ଦୁ ଧର୍ମରେ ଶ୍ରାବଣ ମାସର ପ୍ରତ୍ୟେକ ଦିନକୁ ଶୁଭ ଦିନ ଭାବେ ବିବେଚନା କରାଯାଇଥାଏ । ମାତ୍ର ନାଗପଞ୍ଚମୀର ତିଥି ନିଆରା ଓ ଏହା ଜ୍ୟୋତିଷଶାସ୍ତ୍ରରେ ଏକ ଅନନ୍ୟ ମହତ୍ତ୍ୱ ରଖିଥାଏ । ଏପରି ମାନ୍ୟତା ରହିଛି ନାଗପଞ୍ଚମୀ ତିଥିରେ ଭକ୍ତପୂର୍ବକ ନାଗ ଦେବତାଙ୍କୁ ପୂଜନ କରିଲେ ଜୀବନରୁ ଦୁଃଖକଷ୍ଟ, ବିଶେଷ କରି କାଳସର୍ପ ଦୋଷ, ନବଗ୍ରହ ଦୋଷ ଓ ସର୍ପ ଭୟ ଆଦି ଦୂର ହୋଇଥାଏ ।

ନାଗପଞ୍ଚମୀର ଶୁଭବେଳା, କେତେ ବେଳେ କରିବେ ପୂଜା?
ଜ୍ୟୋତିଷାଚାର୍ଯ୍ୟ ରାହୁଲ କହିଛନ୍ତି, ଚଳିତବର୍ଷ ନାଗପଞ୍ଚମୀ 29 ଜୁଲାଇରେ ପାଳନ କରାଯିବ । ପଞ୍ଚମୀ ତିଥି ଜୁଲାଇ 28 ରାତ୍ର 11:24 ସମୟରୁ ଆରମ୍ଭ ହେବାକୁ ଯାଉଛି । ଏହା 30 ଜୁଲାଇ 12:46 ଘଣ୍ଟା ପର୍ଯ୍ୟନ୍ତ ରହିବ । 29 ଜୁଲାଇ(ମଙ୍ଗଳବାର)ରେ ସୂର୍ଯ୍ୟୋଦୟ ଠାରୁ ପଞ୍ଚମୀ ତିଥି ଆରମ୍ଭ ହେଉଥିବାରୁ ଏହି ଦିନ ହିଁ ନାଗ ଦେବତାଙ୍କ ପୂଜାର୍ଚ୍ଚନା କରାଯିବ । ନାଗ ପଞ୍ଚମୀ ପାଇଁ ସର୍ବୋତ୍ତମ ସମୟ ସକାଳ 5:41 ସମୟରୁ ଆରମ୍ଭ ହୋଇ 8:23 ସମୟ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ଆପଣ ନାଗ ଦେବତାଙ୍କୁ ପୂଜା କରିଲେ ବିଶେଷ ଲାଭ ପାଇବେ । ଏହି ସମୟରେ ନାଗ ଦେବୀଙ୍କୁ ମଧ୍ୟ ପୂଜା କରିଲେ ବିଶେଷ ଲାଭବାନ ହୋଇପାରିବେ । ନାଗ ଦେବୀଙ୍କୁ ପୂଜା କରିଲେ କାଳସର୍ପ ଦୋଷ, ନବଗ୍ରହ ଦୋଷ ଓ ସର୍ପ ଭୟ ଆଦି ଦୂର ହୁଏ ବୋଲି ବିଶ୍ବାସ ରହିଛି ।
କାହିଁକି ନାଗ ପଞ୍ଚମୀ ପାଳନ କରାଯାଇଥାଏ ?
ନାଗପଞ୍ଚମୀ କେବଳ ଏକ ପରମ୍ପରା କିମ୍ବା ବ୍ରତ ନୁହେଁ । ଏହି ଦିନ ଶରୀରର ଉର୍ଜା ସନ୍ତୁଳନ ଓ ନକାରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ଏକ ବିଶିଷ୍ଟ ଦିନ ଅଟେ । ପୂରାଣରେ ବର୍ଣ୍ଣିତ ନାଗ ପୂଜା କରିବା ଦ୍ବାରା ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ଆସିଥାଏ । କାଳସର୍ପ ଦୋଷ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଦିନକୁ ଖୁବ ଶୁଭ ବୋଲି ବିଶ୍ବାସ ରହିଛି ।
କିପରି କରିବେ ସର୍ପ ଆରାଧନା?
1 ନାଗ ଦେବତାଙ୍କ ମୂର୍ତ୍ତି କିମ୍ବା ଫଟୋକୁ କ୍ଷୀରରେ ସ୍ନାନ କରନ୍ତୁ
2 ହଳଦୀ, କେଶର ଓ ଧନିଆରେ ସଜାନ୍ତୁ
3 ଗାଈ କ୍ଷୀର ଓ ଲଡୁ ଭୋଗ ଲଗାନ୍ତୁ
4 ଏହି ଦିନ କିଛି ଲୋକ ଭଗବାନ ସୁବ୍ରମଣ୍ୟଙ୍କ ମନ୍ଦିରକୁ ମଧ୍ୟ ଯାଇଥାନ୍ତି
5 କିଛି ଲୋକ ସାପର ଗାତ ନିକଟରେ କ୍ଷୀର ଢାଳି ପୂଜାର୍ଚ୍ଚନା କରିଥାନ୍ତି
ଏହି ଦିନ ସର୍ପ ପୂଜା କରିଲେ ସର୍ପ ଦଂଶନରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି । ନାଗଦେବତା ଭଗବାନ ଶିବଙ୍କ ଆଭୂଷଣ ଓ ପ୍ରକୃତିର ରକ୍ଷକ ଅଟନ୍ତି । ତେଣୁ ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କ ଆରାଧନା କରିଲେ କେବଳ ଆଧ୍ୟାତ୍ମିକ ଶାନ୍ତି ନୁହେଁ ବରଂ ପାରିପାର୍ଶ୍ୱିକ ସନ୍ତୁଳନ ମଧ୍ୟ ବଜାୟ ରହିଥାଏ ।
କେଉଁ ସର୍ପଙ୍କର କରାଯାଇଥାଏ ଆରାଧନା ?
ଏହି ଦିନ 12 ପ୍ରମୁଖ ନାଗଙ୍କର ପୂଜନ କରାଯାଇଥାଏ । ସେମାନେ ହେଲେ ଅନନ୍ତ, ବାସୁକି, ଶେଷ, ପଦ୍ମ, କମ୍ବାଲା, କର୍କୋଟକ, ଅଶ୍ବିତର, ଧୃତରାଷ୍ଟ୍ର, ସଙ୍କପାଳ, କାଳିଆ, ତକ୍ଷକ ଓ ପିଙ୍ଗଳା । ଏହି ନାଗଙ୍କର ପୂଜନ ପାଇଁ ବିଶେଷ ବିଧିବିଧାନ ରହିଛି ।
ନାଗ ପଞ୍ଚମୀ ପାଳନ କରିଲେ କେଉଁ ଫଳ ମିଳିଥାଏ ?
1 ଅକାଳ ମୃତ୍ୟୁର ଭୟ ଦୂର ହୁଏ
2 ଅଚାନକ ଦୁର୍ଘଟଣାରୁ ସୁରକ୍ଷା
3 ଦୀର୍ଘକାଳୀନ ରୋଗରୁ ରକ୍ଷା ମିଳେ ।
ନାଗ ପଞ୍ଚମୀ କେବଳ ଏକ ପୂଜା ନୁହେଁ, ବରଂ ଏହା ଏକ ସାଧନା ଅଟେ । ଏହି ଦିନ ପୂଜା କରିବା ଦ୍ବାରା ପୂର୍ବକୃତ ପାପରୁ ମୁକ୍ତି ମିଳିଥାଏ । ଏହି ଦିନ ନାଗ ଦେବତାଙ୍କୁ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କରିବା ଦ୍ବାରା ବ୍ୟକ୍ତି ଭୌତିକ ସୁଖଶାନ୍ତି ସହିତ ଆଧ୍ୟାତ୍ମିକ ଶାନ୍ତି ଓ ସମୃଦ୍ଧି ପାଇଥାଏ ।












Click it and Unblock the Notifications