ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା: କାହିଁକି ପାଳିତ ହୁଏ ବୁଦ୍ଧ ପୂର୍ଣ୍ଣିମା ?
ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ବୈଶାଖ ମାସର ପୂର୍ଣ୍ଣିମା ତିଥିରେ ସିଦ୍ଧାର୍ଥ ଗୌତମ ବୁଦ୍ଧ ଜନ୍ମ ହୋଇଥିଲେ । ତେଣୁ ଏହି ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା କୁହାଯାଏ । ବୌଦ୍ଧ ଧର୍ମାବଲମ୍ବୀ ଏବଂ ହିନ୍ଦୁ ଧର୍ମର ଲୋକମାନେ ବୁଦ୍ଧ ପୂର୍ଣ୍ଣିମାଙ୍କୁ ଅତି ଭକ୍ତିର ସହିତ ପାଳନ କରନ୍ତି ।
ପୁରାଣ ଅନୁସାରେ ମହାତ୍ମା ଗୌତମ ବୁଦ୍ଧ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି ବିବେଚନା କରାଯାଏ । ଲୋକମାନେ ଏହି ଦିନ ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ଉପବାସ ରଖନ୍ତି ।
ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ଏହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ମୋକ୍ଷ ପ୍ରାପ୍ତ ହୋଇଥିଲେ। ଗୌତମ ବୁଦ୍ଧଙ୍କ ଶାନ୍ତି, ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛି ।

କିମ୍ବଦନ୍ତି ଅନୁସାରେ ସିଦ୍ଧାର୍ଥ ଗୌତମଙ୍କ ଜନ୍ମ ଉପରେ ପୂର୍ବାନୁମାନ କରାଯାଇଥିଲା ଯେ ବଡ଼ ହେବା ପରେ ସେ ଜଣେ ଚକ୍ରବର୍ତ୍ତୀ ସମ୍ରାଟ ବା ବିଶ୍ୱ ପ୍ରସିଦ୍ଧ ଧର୍ମଗୁରୁ ହେବେ । ଏହା ଜାଣି ପୁଅକୁ ହରାଇବା ଭୟରେ ଗୌତମ ବୁଦ୍ଧଙ୍କ ପିତା ତାଙ୍କୁ ୨୯ ବର୍ଷ ବୟସ ପର୍ଯ୍ୟନ୍ତ ଜଗତର ବାସ୍ତବତାଠାରୁ ଦୂରରେ ରଖିଥିଲେ । ଶେଷରେ ପ୍ରଥମ ଥର ପାଇଁ ତାଙ୍କ ରାଜ ପ୍ରାସାଦରୁ ବାହାରିବା ସମୟରେ ଗୌତମ ବୁଦ୍ଧ ଜଣେ ବୃଦ୍ଧ, ଅସୁସ୍ଥ ବ୍ୟକ୍ତି ଏବଂ ଜଣେ ମୃତ ବ୍ୟକ୍ତିଙ୍କୁ ଦେଖିଲେ । ଏହା ଦେଖି ଗୌତମ ବୁଦ୍ଧ ଜୀବନର ଦୁଖ ଓ ଯନ୍ତ୍ରଣା ବୁଝିପାରି ସାଂସାରିକ ମାୟାବନ୍ଧନ ଛିନ୍ନକରି ଜ୍ଞାନ ଆହରଣ କରିବାକୁ ଧ୍ୟାନ କରିବାକୁ ବାହାରିଗଲେ ।
ତାତ୍ପର୍ଯ୍ୟ
ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ସେହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ନିର୍ବାଣ(ମୋକ୍ଷ) ପ୍ରାପ୍ତ ହୋଇଥିଲେ । ଗୌତମ ବୁଦ୍ଧଙ୍କ ଶୀଳ, ସମାଧି, ପ୍ରଜ୍ଞା ଏବଂ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛି । ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇ ଆସିଛି । ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ବୁଦ୍ଧଦେବ ମଧ୍ୟ ଏକ ଅବତାର ରୂପେ ସ୍ଥାନ ପାଇଛନ୍ତି ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି । ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ ।
ଭାରତ ବ୍ୟତୀତ ବିଭିନ୍ନ ଦେଶରେ ମଧ୍ୟ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଏ । ଚୀନ୍, ନେପାଳ, ସିଙ୍ଗାପୁର, ଭିଏତନାମ, ଥାଇଲ୍ୟାଣ୍ଡ, ଜାପାନ, କାମ୍ବୋଡିଆ, ମାଲେସିଆ, ଶ୍ରୀଲଙ୍କା, ମିଆଁମାର, ଇଣ୍ଡୋନେସିଆ ପ୍ରମୁଖ ଦେଶରେ ଖୁବ୍ ଧୁମଧାମରେ ପାଳିତ ହୁଏ ବୁଦ୍ଧ ପୂର୍ଣ୍ଣିମା। ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ଚନ୍ଦନ ପୂର୍ଣ୍ଣିମା କୁହାଯାଏ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications