ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର; ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ
କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କି ଅଳି କରି କାନ୍ଦିଲେ ଭକ୍ତ। ଶୁଣନ୍ତୁ କଣ କହୁଛନ୍ତିିି।
ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। ସେଥିପାଇଁ ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ । ସକାଳୁ ସକାଳୁ ବାବାଙ୍କ ଦର୍ଶନ କରିବାକୁ ତତ୍ପର ହୋଇଯାଇଛନ୍ତି ଲୋକେ । ଘଣ୍ଟ ଶବ୍ଦରେ ପରିବେଶ ଯେମିତି ହୋଇଯାଇଛି ଭକ୍ତିମୟ । ସେହିପରି କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପାଖରେ ବି ପ୍ରବଳ ଭିଡ । ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ। ରାତ୍ର ୪ଟା ରୁ ପହଡ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ କରାଯିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଦ୍ବାର ଫିଟାଯାଇଥିଲା। କିଭଳି ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ପ୍ରଶାସନ ପକ୍ଷରୁ ପୋଲିସ ମୃତୟନ କରାଯାଇଛି।{image- -20251013-100509-0000-1760330188.jpg odia.oneindia.com}
କାର୍ତ୍ତିକ ମାସକୁ ନେଇ କଣ କୁହେ ପୁରାଣ: ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇବାକୁ ଯାଇ କହିଥିଲେ, ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦରିକାଶ୍ରମ ଶ୍ରେଷ୍ଠ ଅଟେ । ଏ ତିନି କଳିଯୁଗରେ ଅତ୍ୟନ୍ତ ଦୁର୍ଲଭ " ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ "। ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ଦିବସ । ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ ।
କାର୍ତ୍ତିକ ସୋମବାରର ମହତ୍ତ୍ଵ: କାର୍ତ୍ତିକ ମାସରେ ସୋମବାର ବ୍ରତ ପାଳନ କରିବା ଦ୍ଵାରା ଅତ୍ୟନ୍ତ ପୁଣ୍ୟଫଳ ମିଳେ ବୋଲି କଥିତ ଅଛି। ଏହି ମାସରେ ଅନେକ ଲୋକ ହବିଷ କରନ୍ତି , କାରଣ ଏହି ମାସଟି ଗୋଟିଏ ପବିତ୍ର ମାସ ବୋଲି ସ୍କନ୍ଦ ପୁରାଣ ଓ ବିଷ୍ଣୁ ପୁରାଣ ରେ ବର୍ଣ୍ଣିତ ହୋଇଛି । ତେଣୁ ଏହି ମାସରେ ଅନେକ ଧର୍ମ କାର୍ଯ୍ୟ କରିବା ପାଇଁ କୁହାଯାଇ ଥାଏ । ଶୈବ ପୁରାଣ ଅନୁସାରେ କାର୍ତ୍ତିକ ମାସ ସୋମବାର ଦିନ ଶିବ ମନ୍ଦିର ରେ ଜଳ ଅର୍ପଣ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇ ଜୀବନରୁ ଶାରିରୀକ ଯନ୍ତ୍ରଣା ଓ ରୋଗ ବୈରାଗ୍ୟ ଦୂରେଇ ଯାଇଥାଏ ।
ସୋମବାର ଦିନ ମହାଦେବଙ୍କୁ ହଳଦୀ ପାଣି ରେ ସ୍ନାନ କରାଇଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। କାରଣ ହଳଦୀ କୁ ଶୁଭ ସଂକେତ ଭାବରେ ଗ୍ରହଣ କରାଯାଏ । ତା ସହିତ ବିବାହ ବିଳମ୍ବିତ ହେଉ ଥିଲେ ସେଥିରେ ମଧ୍ୟ ସଫଳତା ମିଳିଥାଏ । ଆମ ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଗୁରୁତ୍ଵ ଦିଆଯିବାର କାରଣ ହେଲା, ଏହି ମାସରେ ପୁଣ୍ୟ ଅର୍ଜନ କରି ପାପ କ୍ଷୟ କରାଯାଏ । ତେଣୁ ଏହି ମାସରେ ଋଗ୍ଣ ବ୍ୟକ୍ତିଙ୍କ ସେବା ଶୁଶ୍ରୁଷା କଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ।
ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ପିତାମାତା ହେଉଛନ୍ତି ଚଳନ୍ତି ଠାକୁର, ତେଣୁ ଏହି ମାସରେ ପୁଣ୍ୟ ଅର୍ଜନ କରିବା ଲାଗି ପିତାମାତା ଓ ଗୁରୁଜନଙ୍କ ସେବା ଶୁଶ୍ରୁଷା କରିବା ଉଚିତ୍ । କାର୍ତ୍ତିକ ମାସ ରେ ବିଶେଷ ଭାବରେ ଜୀବଜନ୍ତୁ ଙ୍କ ସେବା ଶୁଶ୍ରୁଷା କଲେ ମଣିଷ ର ପାପ କ୍ଷୟ ହୋଇଥାଏ । ନିଜ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ମାସ ସାରା ଷଣ୍ଢ କୁ ଚାଉଳ ଓ କଦଳୀ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଜୀବନରୁ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ।












Click it and Unblock the Notifications