ଆଜି ‘ଜାତୀୟ ଦୁଗ୍ଧ ଦିବସ’, ଭାରତରେ ୮ କୋଟିରୁ ଅଧିକ ଚାଷୀ ହେଉଛନ୍ତି ଉପକୃତ

ନଭେମ୍ବର ୨୬କୁ ସାରା ଦେଶରେ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ 'ଶ୍ୱେତ ବିପ୍ଳବର ଜନକ' ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍‌ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ ହୁଏ।

ଏହି ଦିବସ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ମୂଲ୍ୟ ଏବଂ ଦେଶର ବିକାଶରେ ଦୁଗ୍ଧ ଶିଳ୍ପର ଅବଦାନକୁ ସମ୍ମାନ ଜଣାଏ। ଏହା ଡ. କୁରିଏନ୍‌ଙ୍କ 'ଅପରେସନ୍ ଫ୍ଲଡ୍' କାର୍ଯ୍ୟକ୍ରମର ସଫଳତାକୁ ମଧ୍ୟ ସ୍ମରଣ କରେ, ଯାହା ଭାରତକୁ ବିଶ୍ୱର ସର୍ବବୃହତ କ୍ଷୀର ଉତ୍ପାଦନକାରୀ ଦେଶରେ ପରିଣତ କରିଛି।

ଭାରତୀୟ ଡାଏରୀ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ଦୁଗ୍ଧ ପ୍ରତିଷ୍ଠାନ ଦ୍ୱାରା ଡ. କୁରିଏନ୍‌ଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଥମ ଥର ପାଇଁ ୨୦୧୪ ମସିହା ନଭେମ୍ବର ୨୬ ତାରିଖରେ ଏହି ଦିବସ ପାଳନ କରାଯାଇଥିଲା।

National Milk Day

ଭାରତ ବିଶ୍ୱର ମୋଟ୍ କ୍ଷୀର ଉତ୍ପାଦନର ପ୍ରାୟ ଏକ-ଚତୁର୍ଥାଂଶ ଯୋଗାଇଥାଏ। ଗତ ୧୧ ବର୍ଷ ମଧ୍ୟରେ ଦୁଗ୍ଧ କ୍ଷେତ୍ରରେ ୭୦ ପ୍ରତିଶତ ବୃଦ୍ଧି ଘଟିଛି। ଏହି କ୍ଷେତ୍ର ଦେଶର ଅର୍ଥନୀତିରେ ପ୍ରାୟ ୫ ପ୍ରତିଶତ ଯୋଗଦାନ କରୁଛି ଏବଂ ୮ କୋଟିରୁ ଅଧିକ ଚାଷୀଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଯୋଗାଉଛି।

୨୦୧୪-୧୫ ରୁ ୨୦୨୩-୨୪ ମଧ୍ୟରେ ଦୁଗ୍ଧ ଉତ୍ପାଦନ ୬୩.୫୬ ପ୍ରତିଶତ ବୃଦ୍ଧି ପାଇଛି। ଦୁଗ୍ଧ ଉତ୍ପାଦନରେ ମହିଳା ଚାଷୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହା ଗ୍ରାମାଞ୍ଚଳରେ ଆର୍ଥିକ ସଶକ୍ତିକରଣ ଆଣିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+