Get Updates
Get notified of breaking news, exclusive insights, and must-see stories!

ଆଜି ଆଲୋକର ପର୍ବ ଦୀପାବଳି; ଗାଁଠୁ ସହର ସବୁ ଉତ୍ସବମୁଖର

ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଉତ୍ସବମୁଖର । ଚାରିଆଡ଼େ ଖୁସିର ମାହୋଲ । ରଙ୍ଗୀନ ଆଲୋକମାଳାରେ ଘର ସଜେଇ ରଖିଛନ୍ତି ଲୋକେ । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ପର୍ବ ହେଉଛି ପବିତ୍ର ଦୀପାବଳି ।

Today is Diwali

ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳି । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି। ଦୀପାବଳି ସାଙ୍ଗକୁ ସାରା ଦେଶରେ ଆରମ୍ଭ ହୋଇଛି ମା କାଳୀଙ୍କ ପୂଜା। ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ କରୁଛି। ଆମ ଓଡ଼ିଆ ପରମ୍ପରାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି । ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।

ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବାର ପରମ୍ପରା ରହିଛି । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦାନ କରିଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ତରଫରୁ କଡା ସୁରକ୍ଷା ଏବଂ ବ୍ୟାରିକେଡ କରାଯାଇଛି । ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ।

ପୁରାଣ ଅନୁଯାୟୀ, ୧୪ ବର୍ଷ ପରେ ରାମ, ରାବଣଙ୍କୁ ବଧ କରି ଦୀପାବଳିରେ ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ପ୍ରତ୍ୟକ ଘରେ ଘୃତ-ଦୀପ ଜାଳି ଆଜିର ଦିନରେ ରାମଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ଦ୍ୱାପର ଯୁଗର ଦୀପାବଳି ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା'ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । ପୁରାଣ ଅନୁସାରେ ହିନ୍ଦୁ ଧର୍ମରେ ମହାଳୟା ଦିନ ଠାରୁ ପିତୃ ପୁରୁଷ ମାନେ ମର୍ତ୍ତ୍ୟ ପୁରକୁ ଆସିଥାନ୍ତି । ସେଥିପାଇଁ ଉକ୍ତ ମାସକୁ ମହଳା ମାସ ମଧ୍ୟ କୁହାଯାଇଥାଏ । ଏହି ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ତେଣୁ ମହାଳୟାକୁ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷ ମାନଙ୍କୁ ଏହିଦିନ ବିଦାୟ ଦିଆଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ଘରର ଦେଇପିଣ୍ଡିରେ କାଉଁରିଆ କାଠି ଜାଳି ବାଡି ପାଖ ଖତ ଗଦାରେ ପୋତା ଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିବା ପାଇଁ କାଉଁରିଆ କାଠି ଜାଳି ଆଲୋକ ଦେଖା ଯାଇଥାଏ । ଅନେକ ଲୋକ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳି ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି । ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକିଥାନ୍ତି ।

ରାମ ନଗରୀ ଅଯୋଧ୍ୟାରେ ପାଳନ କରାଯାଉଛି ନବମ ଦୀପୋତ୍ସବ। ସରୟୁ ନଦୀ କୂଳରେ ଥିବା ୫୬ଟି ଘାଟରେ ୨୮ ଲକ୍ଷରୁ ଅଧିକ ଦୀପ ଜଳାଇଥିଲେ, ଯେଉଁଥିରେ 'ରାମ କି ପୈଡି' ମଧ୍ୟ ସାମିଲ ଥିଲା। ୨୬.୧୧ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ କରାଯାଇଛି। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଟିମ୍ ଏହି ସମୟରେ ଅଯୋଧ୍ୟାରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ଥିଲେ।

ଏହା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚିଥିଲେ। ସେ ରାମକଥା ପାର୍କରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ପ୍ରତିମାକୁ ସ୍ୱାଗତ କରିଥିଲେ।ଏଠାରେ ରାମ ଏବଂ ଜାନକୀଙ୍କ ପୂଜା ସହିତ ଭରତ ମିଲାପ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ କଥା ପାର୍କର ମଞ୍ଚରେ ଶ୍ରୀ ରାମଙ୍କ ରାଜ୍ୟାଭିଷେକ କରିଥିଲେ। ଶ୍ରୀ ରାମଙ୍କ ରାଜ୍ୟାଭିଷେକ ସମାରୋହ ସମୟରେ ରାମ କଥା ପାର୍କ ଜୟ ଶ୍ରୀ ରାମ ଧ୍ୱନିରେ ଗୁଞ୍ଜରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ତିଳକ ଲଗାଇ ଶ୍ରୀ ରାମ, ଲକ୍ଷ୍ମଣ, ଭାରତ, ଶତ୍ରୁଘ୍ନ ଏବଂ ଗୁରୁ ବଶିଷ୍ଠଙ୍କୁ ମାଲ୍ୟାର୍ପଣ କରିଥିଲେ ଏବଂ ଆରତୀ କରିଥିଲେ। ଏହା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲଲ୍ଲାଙ୍କୁ ଦର୍ଶନ କରିଥିଲେ, ଦୀପ ଜାଳିଥିଲେ ଏବଂ ତା'ପରେ ସରୟୁ ନଦୀ ମହା ଆରତୀରେ ଅଂଶଗ୍ରହଣ କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+