ଓଜନ କମ କରିବା ପାଇଁ ଖାଇବା ବନ୍ଦ ନୁହଁ ବରଂ ଖାଦ୍ଯରେ ସାମିଲ କରନ୍ତୁ ଏହି ଜିନିଷ
ସାଧାରଣତଃ ଦୈନନ୍ଦିନ ଜୀବନର କାର୍ଯ୍ଯକଳାପ ସହ ଖାଦ୍ଯ ଆମ ଶରୀର ଉପରେ ପକାଇଥାଏ ଭିନ୍ନ- ଭିନ୍ନ ପ୍ରଭାବ। ତେବେ ବର୍ତ୍ତମାନର ବ୍ଯସ୍ତବହୁଳ ଜୀବନରେ ଖାଦ୍ଯ ଗ୍ରହଣ ଏପଟସେପଟ ହେବା ଦ୍ବାରା ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଏପରକି ଏନେଇ ମେଦବହୁଳ ସହ ସ୍ବାସ୍ଥ୍ଯ ସମ୍ବନ୍ଧିତ ଅନେକ ସମସ୍ଯା ମଧ୍ୟ ଦେଖାଯାଇଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ଯ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇବା ଦ୍ବାରା ଓଜନ ବଢ଼ିନଥାଏ ବରଂ ହ୍ରାସ ପାଇଥାଏ। ଆସନ୍ତୁ ଜାଣିବା କଣ ଖାଇଲେ କମ ହୁଏ ଓଜନ।
ଅଣ୍ଡା
ପୂର୍ବେ ସମସ୍ତଙ୍କ ଧାରଣା ରହିଥିଲା କି ଅଣ୍ଡା ଖାଇବା ଦ୍ବାରା କୋଲେଷ୍ଟ୍ରଲ ବଢ଼ିଥାଏ ଏବଂ ହାର୍ଟଆଟାକର ଅଧିକ ସମ୍ଭାବନା ରହିଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଅଣ୍ଡା ଶରୀରକୁ ପ୍ରୋଟିନ୍ ଦେବା ସହ ଓଜନକୁ ନିୟନ୍ତ୍ରିତ ରଖିବାରେ ସହାୟତା ହୋଇଥାଏ। ଏଥିପାଇଁ ଜିମ୍ ବା ଡ଼ାଏଟ ଥିବା ବ୍ଯାକ୍ତି ଅଧିକ ପରିମାଣର ଅଣ୍ଡା ଖାଇଥାନ୍ତି।

ତେଲିଆ ମାଛ
ମାଛରେ ସେଲ୍ମନ ,ମେକେରଲ , ସରାଡ଼ିନ୍ସ ଭଳି କ୍ଯାଲୋରୀ ରହିଥାଏ। ଯାହା ପେଟ ଅଧିକ ସମୟ ପର୍ଯ୍ଯନ୍ତ ଭର୍ତ୍ତି ରଖିବା ସହ କମ ଭୋକ ଲାଗିଥାଏ। ଏଥିସହ ଏହି ମାଛରେ ଆୟୋଡ଼ିନ୍ ଏବଂ ଓମେଗା-୩ ଫେଟି ଏସିଡ଼୍ ରହିଥାଏ ଯାହା ସ୍ବାସ୍ଥ୍ଯା ପାଇଁ ଲାଭକାରୀ ହୋଇଥାଏ। ଏହା ହଦ ଜନିତ ରୋଗରୁ ଶରୀରକୁ ଦୂର ରଖିବା ସହ ଶରୀରକୁ ଫିଟ ରଖିଥାଏ। ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ଯ ନିଶ୍ଚିତ ଭାବେ ଏହାକୁ ସାମିଲ କରନ୍ତୁ।
ସିଝା ଆଳୁ
ସିଝା ଆଳୁରେ ଭରପୁର ମାତ୍ରାରେ ପ୍ରୋଟିନ୍ ଭରି ରହିଥାଏ। ଏହାର ସେବନ ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ତେବେ ଏଣୁ ଫିଟ ରହିବା ପାଇଁ ନିଜ ଡାଏଟରେ ସିଝା ଆଳୁକୁ ସାମିଲ କରିବା ଦରକାର।












Click it and Unblock the Notifications