ଏହି ଭୁଲ ପାଇଁ ହୋଇଥାଏ ବ୍ରେନ୍‌ଷ୍ଟ୍ରୋକ୍ , ଏବେ ଠାରୁ ହୋଇଯାଆନ୍ତୁ ସାବଧାନ !

ଆଜିକାଲି ପ୍ରାୟ ହାର୍ଟଆଟାକ୍ ଓ ବ୍ରେନ୍‌ଷ୍ଟ୍ରୋକ୍ ବାଥ୍‌ରୁମ୍‌ରେ ହେବା ଦେଖାଯାଏ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରଥମେ ଠିକ୍ ଉପାୟରେ ସ୍ନାନ କରିବା ଦରକାର। ଆଜିକାଲି ଭୁଲ୍ ସ୍ନାନ ପ୍ରଣାଳି ହିଁ ହାର୍ଟଆଟାକ୍ ଓ ବ୍ରେନ୍‌ଷ୍ଟ୍ରୋକର କାରଣ ସାଜିଛି।

brainstroke

ଆପଣ କେବେ ନଦୀ କିମ୍ବା ହ୍ରଦରେ ସ୍ନାନ କରିଛନ୍ତି କି? ଆପଣ କେବେ ଧ୍ୟାନ ଦେଇଛନ୍ତି କି ପାଣି ଭିତରକୁ ଯିବା ପୂର୍ବରୁ ଆମେ ଆଗ ପାଦ ରଖିଥାଉ? ଅନୁଭବ କରିଥାଉ ଯେ ପାଣି କେତେ ଥଣ୍ଡା। ଏହା ହେଉଛି, ଆମେ ପାଣିର ତାପମାତ୍ରା ଯାଞ୍ଚ କରୁ, ଆଉ ତା'ପରେ ଧୀରେ ଧୀରେ ପାଣି ଭିତରକୁ ଯିବା ସହଜ ହୋଇଯାଏ।

ଯେତେବେଳେ ପାଣି ବେକ ପର୍ଯ୍ୟନ୍ତ ଆସେ, ଶରୀରର ତାପମାତ୍ରା ପାଣି ସହିତ ଆଡଜଷ୍ଟ ହୋଇଯାଏ। ତା'ପରେ ଆମେ ପାଣିରେ ବୁଡ଼ିବା ଆରମ୍ଭ କରୁ। ଏହିପରି, ଗାଧୋଇବା ପ୍ରକ୍ରିୟା ପ୍ରଥମେ ପାଦରୁ ଆରମ୍ଭ ହୋଇ ମୁଣ୍ଡ ପର୍ଯ୍ୟନ୍ତ ଯାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଭାରତରେ ଶହ ଶହ ବର୍ଷ ଧରି ପରମ୍ପରା ରହିଛି ଯେ ପ୍ରଥମେ ପାଦ, ପରେ ଅଣ୍ଟା, ବେକରେ ଏବଂ ଶେଷରେ ମୁଣ୍ଡରେ ପାଣି ଢାଳିବା।

ସମସ୍ତେ ଏହାକୁ ପାଳନ କରିପାରିବେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ବୁଝିବାକୁ ଗଲେ, ଥଣ୍ଡା ପାଣି ସିଧାସଳଖ ମୁଣ୍ଡରେ ଢାଳିବା ଦ୍ୱାରା ରକ୍ତ ସଂଚାଳନ ହଠାତ୍ ଡିଷ୍ଟର୍ବ ହୋଇଯାଏ। ଏହା ଦ୍ୱାରା ପ୍ରଥମେ କ୍ୟାପିଲାରୀ ଭେନ୍ସ ସଂକୁଚିତ ହୋଇଯାଏ। ତା'ପରେ ହଠାତ୍ ରକ୍ତଚାପ ବଢିଯାଏ।

ଏପରି ଅବସ୍ଥାରେ, ସମଗ୍ର ଶରୀରରୁ ରକ୍ତ ଗୋଡ ଦେଇ ମୁଣ୍ଡ ଆଡକୁ ଯାଏ। ତେଣୁ ରକ୍ତ ଯୋଗାଣ ହ୍ରାସ ହେତୁ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢିଯାଏ। ଆପଣମାନେ ଜାଣିଥିବେ ଆଜିକାଲି ଅଧିକାଂଶ ବ୍ରେନ୍‌ଷ୍ଟ୍ରୋକ୍ କିମ୍ବା ହାର୍ଟଷ୍ଟ୍ରୋକ୍ ବାଥ୍‌ରୁମ୍‌ରେ ହିଁ ହେଉଛି।

ସ୍ନାନ କରିବାର ସର୍ବୋତ୍ତମ ଉପାୟ:
ଉଷୁମ ପାଣି:
ଗାଧୋଇବା ପାଇଁ ଉଷୁମ ପାଣି ବ୍ୟବହାର କରିବା ଭଲ, କାରଣ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ଥକ୍କାପଣ ଦୂର ହୁଏ।

ପ୍ରାକୃତିକ ପଦାର୍ଥର ବ୍ୟବହାର:
ଗାଧୋଇବା ପୂର୍ବରୁ ହଳଦୀ ଏବଂ ବେସନ ଲଗାଇବା ଭଲ। ଏହା ବ୍ୟତୀତ ଶରୀରକୁ ଧୋଇବା ପାଇଁ ମୁଲତାନୀ ମାଟିର ବ୍ୟବହାର ମଧ୍ୟ ଭଲ ହୋଇଥାଏ।

ସ୍ନାନ ପଦ୍ଧତି:
ଗାଧୋଇବାର ସର୍ବୋତ୍ତମ ଉପାୟ ହେଉଛି ପ୍ରଥମେ ପାଦର ଆଙ୍ଗୁଠି, ତା'ପରେ ଆଣ୍ଠୁ ଏବଂ ଜଙ୍ଘରେ ପାଣି ଢାଳିବା ଏବଂ ପରେ ଧୀରେ ଧୀରେ ପେଟ ଏବଂ କାନ୍ଧରେ ପାଣି ଢାଳିବା। ଏହା ପରେ ହାତର ଆଙ୍ଗୁଠିରେ ପାଣି ନେଇ ପାଟିରେ ପୂରେଇବା ଏବଂ ପରେ କପାଳରେ ମାରିବା। ଶେଷରେ ମୁଣ୍ଡରେ ପାଣି ଢାଳି ଗାଧୋଇ ପାରିବେ।

ଥଣ୍ଡା ପାଣିରେ ଗାଧୋଇବାର ଲାଭ:
ସକାଳେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଅଳସୁଆମିରୁ ମୁକ୍ତି ମିଳିଥାଏ। ଏହା ଦ୍ୱାରା ବିଟା ଏଣ୍ଡୋର୍‌ଫିନ୍ ନାମକ ଏକ ରାସାୟନିକ ପଦାର୍ଥ ଶରୀରରେ ରିଲିଜ୍ ହୁଏ, ଯାହା ଡିପ୍ରେସନରୁ ମୁକ୍ତି ଦେଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+