ଡାଇବେଟିସର ନୂଆ ଲକ୍ଷଣ ଏମିତି, ଜଣାପଡିଲେ ତୁରନ୍ତ କରାନ୍ତୁ ପରୀକ୍ଷା
ନୂଆଦିଲ୍ଲୀ: ଡାଇବେଟିସ୍ ଏପରି ଏକ ଜୀବନଶୈଳୀ ଜନିତ ରୋଗ ଯାହା ବହୁତ ଦ୍ରୁତ ଗତିରେ ଭାରତରେ ବ୍ୟାପିବାରେ ଲାଗିଛି । ଭାରତରେ ସମସ୍ତ ଡାଇବେଟିସ୍ ମାମଲା ମଧ୍ୟରୁ ୯୦ ପ୍ରତିଶତ ଟାଇପ୍ ୨ ଡାଇବେଟିସ୍ । ଏବେ ଏପରି ଦାବୀ କରାଯାଉଛି ଯେ ଯଦି ଆପଣଙ୍କ ପାଟିରୁ ଏକ ପ୍ରକାର ଅସାମାନ୍ୟ ଗନ୍ଧ ଆସୁଛି ତେବେ ଆପଣଙ୍କ ବ୍ଲଡ ସୁଗାର ଅଧିକ ବଢିଯାଇ ଥାଇପାରେ ।

ପାଟିରୁ ଯଦି ଫଳ ପରି ବାସ୍ନା ଆସୁଛି ତେବେ ଏହା ଡାଇବେଟିକ୍ କୀଟୋଏସିଡୋସିସ୍ ର ଲକ୍ଷଣ ହୋଇପାରେ ଯାହା ଡାଇବେଟିସର ପ୍ରଥମ ସଂକେତ ଅଟେ । ଆପଣଙ୍କ ପାଟିରୁ ଫଳର ଗନ୍ଧ ଆସିଲେ ଏହା 'ଡାଏବେଟିକ୍ କିଟୋଏସିଡୋସିସ୍'ର ଲକ୍ଷଣ ହୋଇପାରେ, ଯାହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ବୋଲି କହିଛନ୍ତି ।
ୱେଟୱଚର୍ସଙ୍କ ଅନୁସାରେ, 'ଡାଏବେଟିକ୍ କିଟୋଏସିଡୋସିସ୍' ଶରୀର ମଧ୍ୟରେ ହେଉଥିବା ଏକ ପ୍ରକ୍ରିୟା, ଯେଉଁଥିରେ ଇନସୁଲିନ୍ ମାତ୍ରା କମିଯାଏ, ଫଳରେ ରକ୍ତ କଣିକାରେ ହାନିକାରକ କିଟୋନ୍ସ ସୃଷ୍ଟି ହୁଏ । ଫଳରେ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ପାଟିରୁ ଏଭଳି କିଛି ଗନ୍ଧ ବାହାରିଲେ ଡେରି ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବାକୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।












Click it and Unblock the Notifications