ବିଳମ୍ବିତ ରାତିରେ ଶୋଇଲେ ଆସିଥାଏ ଏହି ରୋଗ!

ରାତିରେ ଶୀଘ୍ର ଶୋଇବା ଓ ସକାଳେ ଶୀଘ୍ର ଉଠିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମାତ୍ର ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହୁଛନ୍ତି । ବିଶେଷ କରି ମୋବାଇଲ ଦେଖି ବିଳମ୍ବିତ ରାତିରେ ଶୋଉଛନ୍ତି । ମାତ୍ର ରାତିରେ ବିଳମ୍ବିତ ରାତିରେ ଶୋଇବା ଏହି ଅଭ୍ୟାସ ମଧୁମେହ ୨ର (Diabetes type 2) କାରଣ ପାଲଟିଥାଏ ।

ଆଜ୍ଞା ହଁ ଏକ ଅଧ୍ୟୟନରୁ ଜଣାପଡିଛି, ବିଳମ୍ବିତ ରାତିରେ ଶୋଉଥିବା ଓ ସକାଳେ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ମଧୁମେହ ୨ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ସମ୍ଭାବନା ଥାଏ । କମ୍‌ ପରିମାଣରେ ଶୋଇବା ଓ ଭୁଲ୍‌ ଜୀବନଶୈଳୀ ମଧୁମେହର ମୁଖ୍ୟ କାରଣ । ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତି, ଅନ୍ୟ ମାନଙ୍କ ତୁଳନାରେ ସେମାନଙ୍କ ନିକଟରେ ମଧୁମେହ ୨ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ଥାଏ । ଅଧ୍ୟୟନ ପାଇଁ ଲୋକମାନଙ୍କୁ ୩ ଭାଗରେ ଭାଗ କରାଗଲା । ପ୍ରଥମ ସକାଳେ ଶୀଘ୍ର ଉଠୁଥିବା, ମଧ୍ୟମ ଓ ୩ୟ ବିଳମ୍ବରେ ଉଠୁଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇ ପରୀକ୍ଷା କରାଗଲା ।

late at night sleep

ଯେଉଁମାନେ ବିଳମ୍ବିତ ରାତିରେ ଶୁଅନ୍ତି, ସେମାନେ ସକାଳେ ମଧ୍ୟ ବିଳମ୍ବରେ ଉଠନ୍ତି । ଅଧ୍ୟୟନରେ କୁହାଯାଇଛି, ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି, ସେମାନଙ୍କ ନିକଟରେ ମଧୁମେହ ୨ ଓ ମେଟାବୋଲିଜିମ୍‌ ଜନିତ ସମସ୍ୟା ଅଧିକ ଦେଖାଯାଉଛି । ବିଳମ୍ବିତ ରାତିରେ ଶୋଇଲେ ପେଟ ବଢିବା, ଶରୀରରେ ଚର୍ବି ଜମାଟ ବାନ୍ଧିବା, ଯକୃତ ଉପରେ ଚର୍ବି ଜମାଟ ବାନ୍ଧିବା ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+