ଏହି ମହିଳାମାନେ ତୁଳସୀ ପୂଜା କରିବା ଅନୁଚିତ ! ନହେଲେ ମାଡି ଆସିପାରେ ବିପଦ
କେତେକ ମହିଳାମାନଙ୍କୁ ତୁଳସୀକୁ ପୂଜା କରିବା ଉଚିତ ନୁହେଁ। ଶାସ୍ତ୍ରରେ କିଛି ମହିଳାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁମାନେ ତୁଳସୀର ଆଖପାଖ ମଧ୍ୟ ବୁଲିବା ଉଚିତ ନୁହେଁ
ହିନ୍ଦୁ ଧର୍ମରେ ତୁଳସୀ ପୂଜନୀୟ ଅଟେ। ତୁଳସୀ ଗଛ ନଥିବା ଘରେ ନକାରାତ୍ମକତା ରହିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତୁଳସୀ କେବଳ ଧାର୍ମିକ ଭାବରେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ବୈଜ୍ଞାନିକ ରୂପରେ ଗୁଣକାରୀ ବୋଲି ବିବେଚନା କରାଯାଏ। ତୁଳସୀରୁ ଅନେକ ଔଷଧୀୟ ଗୁଣ ମିଳିଥାଏ ଏବଂ ତୁଳସୀ ଅନେକ ପ୍ରକାରର ରହିଛି। ଯେପରିକି ରାମା ତୁଳସୀ, ଶ୍ୟାମା ତୁଳସୀ, ଭାନା ତୁଳସୀ, କପୁର ତୁଳସୀ ଇତ୍ୟାଦି। କିନ୍ତୁ ମୁଖ୍ୟତଃ ରାମା ଏବଂ ଶ୍ୟାମା ତୁଳସୀ ଘରେ ମିଳିଥାଏ। ଘରେ ଅନ୍ୟ ତୁଳସୀ ରଖିବା ଉପଯୁକ୍ତ ବିବେଚନା କରାଯାଏ ନାହିଁ ବୋଲି ଶାସ୍ତ୍ର ରେ କୁହାଯାଇଛି।
ଶାସ୍ତ୍ର ଅନୁସାରେ, କେତେକ ମହିଳାମାନଙ୍କୁ ତୁଳସୀକୁ ପୂଜା କରିବା ଉଚିତ ନୁହେଁ। ଶାସ୍ତ୍ରରେ କିଛି ମହିଳାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁମାନେ ତୁଳସୀର ଆଖପାଖ ମଧ୍ୟ ବୁଲିବା ଉଚିତ ନୁହେଁ। ନହେଲେ ଭୟଙ୍କର ପାପ ଲାଗିଥାଏ।

-ମହିଳାମାନେ ୠତୁସ୍ରାବ ସମୟରେ ତୁଳସୀ ପୂଜା କରିବା ଉଚିତ ନୁହେଁ। ଏହି ପରିପ୍ରେକ୍ଷୀରେ ମହାଭାରତର ଏକ କଥା ଆସିଥାଏ। ଯେତେବେଳେ ଯୁଧିଷ୍ଠିର ସମେତ ସମସ୍ତ ପାଣ୍ଡବ ଦୌପଦୀଙ୍କୁ ଜୁଆରେ ହାରି ଥିଲେ ଏବଂ ଦୁର୍ଯ୍ୟୋଧନ ଯେତବେଳେ ଦୌପଦୀଙ୍କୁ ସଭା ପରିସରକୁ ଡାକିଥିଲେ। ସେହି ସମୟରେ ଦୌପଦୀ ୠତୁସ୍ରାବ ହେତୁ ଗୋଟିଏ କପଡ଼ାରେ ଆବୃତ ହୋଇ ଅନ୍ୟ ମହିଳାମାନଙ୍କଠାରୁ ଅଲଗା ରହୁଥିଲେ। ସେ କୌଣସି ପ୍ରକାରର ଉପାସନାକୁ ଯାଇ ନଥିଲେ, ଏପରିକି ତାଙ୍କ ଠାରୁ ବଡ଼ କୌଣସି ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେଇ ନଥିଲେ। ପ୍ରାଚୀନ କାଳରେ ଏପରି ପରିସ୍ଥିତିରେ ମହିଳାମାନଙ୍କୁ ଅଧିକ ଅଲଗା ରହିବାକୁ ପଡୁଥିଲା। ତେଣୁ ମହିଳାମାନେ ୠତୁସ୍ରାବ ସମୟରେ ତୁଳସୀ ପୂଜା କରିବା ଉଚିତ ନୁହେଁ। ଏପରି ପରିସ୍ଥିତିରେ ପୂଜାପାଠ କରୁଥିବା ମହିଳାମାନଙ୍କୁ ପାପ ଲାଗିଥାଏ ।
-ବିବାହିତ ମହିଳାମାନଙ୍କ ପାଇଁ ତୁଳସୀ ପୂଜା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୁଳସୀ ବିବାହକୁ ପୂର୍ଣ୍ଣ ରୂପରେ କରିବା ଦ୍ଵାରା ବିବାହ ଜୀବନ ସଫଳ ହୋଇଥାଏ। ଯେଉଁମାନେ ଏପରି କରନ୍ତି ସେମାନଙ୍କୁ ସାତ ଜୀବନ ପର୍ଯ୍ୟନ୍ତ ସାଥି ମିଳିଯାଆନ୍ତି। କିନ୍ତୁ ଯଦି ଆପଣ ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ସମୟରେ ସାତ ଘେରା ନେଇ ନାହାଁନ୍ତି , ତେବେ ଏପରି ମହିଳାମାନେ ଭୁଲରେ ମଧ୍ୟ ତୁଳସୀ ପାଖକୁ ଯିବା ଉଚିତ ନୁହେଁ। ଏପରି ମହିଳାମାନେ ତୁଲସୀ ପୂଜା କରିବା ଉଚିତ ନୁହେଁ। ସାତ ଘେରା ନ ନେଇଥିବା ମହିଳାମାନେ ତୁଳସୀଠାରୁ ଦୂରରେ ରହିବା ଉଚିତ। ଯଦିଓ କୋର୍ଟ ବିବାହ କରିଛନ୍ତି, ତେବେ ମଧ୍ୟ ଆପଣଙ୍କର ତୁଳସୀ ପୂଜା କରିବାର ଅଧିକାର ନାହିଁ। ଏହିପରି ମହିଳାମାନେ ପ୍ରଥମେ ସ୍ୱାମୀଙ୍କ ସହିତ ସାତ ଘେରା ନିଅନ୍ତୁ ଏବଂ ତାପରେ ତୁଳସୀକୁ ପୂଜା କରନ୍ତୁ। ଯଦି ଆପଣ ଏହା କରନ୍ତି ନାହିଁ ତେବେ ଆପଣ ପାପର ଅଂଶୀଦାର ହୋଇପାରନ୍ତି। ମାତା ତୁଳସୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି।













Click it and Unblock the Notifications