ଏହି ଲକ୍ଷଣ ହୋଇପାରେ ସାଂଘାତିକ ରୋଗର ଲକ୍ଷଣ, ଆପଣଙ୍କ ଶରୀରରେ ଦେଖାଦେଉଛି କି ଏହି ସବୁ ଲକ୍ଷଣ ?
Health Tips: ଆଧୁନିକ ଦୁନିଆ ସହ ତାଳ ଦେଇ ଚାଲିବା ମଧ୍ୟରେ ଆମ ଜୀବନଶୈଳୀରେ ଆସିଛି ଅନେକ ପରିବର୍ତ୍ତନ । ଖାଦ୍ୟପେୟ ଠାରୁ ଆରମ୍ଭ କରି ଆମର ମାନସିକତା ଓ ଦିନଚର୍ଯ୍ୟାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ଏହା ସହ ଶରୀରର ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ଦିନ କୁ ଦିନ ମଣିଶ ଶୀରର ଦୁର୍ବଳ ହେବା ସହ ନୂଆ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଏଥିଲାଗି କେବଳ ଦିନଚର୍ଯ୍ୟା ନୁହଁ ବରଂ ଆମର ଖାଦ୍ୟପେୟର ଅନେକ ଭୂମିକା ରହିଛି ।

ଏହି ସବୁ ମଧ୍ୟରେ ମଧୁମେହ ତଥା ଡାଇବେଟିସ୍ ଏକ ସାଧାରଣ ରୋଗ ପାଲଟିଛି । କେବଳ ବୟସ୍କ ନୁହଁ, କମ୍ ବୟସର ଯୁବକ, ଯୁବତୀ, କର୍ମଜୀବୀଙ୍କ ଠାରେ ମଧ୍ୟ ଡାଇବେଟିସ୍ ଦେଖିବାକୁ ମିଳୁଛି । ରକ୍ତରେ ଗ୍ଲୁକୋଜର ପରିମାଣ ସାଧାରଣ ସ୍ତରଠାରୁ ଅଧିକ ବଢ଼ିଗଲେ ଡାଇବେଟିସ୍ ହୋଇଥାଏ । ଟାଇପ୍-1 ଡାଇବେଟିସ୍ର ଲକ୍ଷଣ ତୁରନ୍ତ ଆରମ୍ଭ ହୁଏ । ହେଲେ ଟାଇପ୍-2 ଡାଇବେଟିସ୍ର ଲକ୍ଷଣ ଅନେକ ଦିନ ପରେ ଦେଖାଯାଏ । ଟାଇପ୍-1 ଡାଇବେଟିସ୍ ଟାଇପ୍-2 ଅପେକ୍ଷା ଅଧିକ ଗୁରୁତର ବୋଲି ଧରାଯାଏ । ତେବେ ଆସନ୍ତୁ ଜାଣିବା ଡାଇବେଟିସର ଲକ୍ଷଣ କ'ଣ ଏବଂ କିପରି ଏହାପ୍ରତି ରହିବେ ଯତ୍ନବାନ...
ଏହି ସବୁ ଲକ୍ଷଣ ଥିଲେ...
ଭୋକ ଏବଂ ଥକ୍କା- ଡାଇବେଟିସ୍ ରୋଗୀମାନେ ଭୋକିଲା ଏବଂ କ୍ଳାନ୍ତ ଅନୁଭବ କରନ୍ତି । ଆମ ଶରୀର ଖାଦ୍ୟକୁ ଗ୍ଲୁକୋଜରେ ପରିଣତ କରେ, ଯାହା ଆମକୁ ଶକ୍ତି ଦେଇଥାଏ, କିନ୍ତୁ ଗ୍ଲୁକୋଜ ନେବା ପାଇଁ କୋଷଗୁଡ଼ିକ ଇନସୁଲିନ୍ ଆବଶ୍ୟକ କରନ୍ତି । କିନ୍ତୁ ଡାଇବେଟିସ୍ ହେଲେ ଶରୀର ପର୍ୟ୍ୟାପ୍ତ ପରିମାଣର ଇନସୁଲିନ୍ ଉତ୍ପାଦନ କରିବାରେ ଅସମର୍ଥ ହୋଇଥାଏ । ଏହି କାରଣରୁ ଶରୀର ସବୁବେଳେ ଥକିଯାଏ ଏବଂ ରୋଗୀ ଅତି ଶୀଘ୍ର ଭୋକିଲା ଅନୁଭବ କରେ ।
ବାରମ୍ବାର ପରିସ୍ରା ଏବଂଶୋଷ- ଡାଇବେଟିସ୍ ରୋଗୀଙ୍କୁ ବାରମ୍ବାର ପରିସ୍ରା ଯିବାକୁ ପଡ଼େ । କିଡନୀ ମାଧ୍ୟମରେ ଶରୀରରେ ଗ୍ଲୁକୋଜ ଅବଶୋଷିତ ହୁଏ, କିନ୍ତୁ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ବୃଦ୍ଧି ହେତୁ କିଡନୀ ସଠିକ୍ ଭାବରେ କାମ କରେ ନାହିଁ ଏବଂ ରୋଗୀକୁ ବାରମ୍ବାର ପରିସ୍ରା ଲାଗେ । ବାରମ୍ବାର ପରିସ୍ରା ହେବା ଯୋଗୁ ରୋଗୀକୁ ଅତ୍ୟଧିକ ଶୋଷ ମଧ୍ୟ ଲାଗେ ।
ପାଟିର ଶୁଖିବା ଏବଂ କୁଣ୍ଡେଇ ହେବା- ଡାଇବେଟିସ୍ ରୋଗୀଙ୍କ ପାଟି ବହୁତ ଶୁଷ୍କ ହୋଇଯାଏ ଏବଂ କୁଣ୍ଡେଇ ହୁଏ । ବାସ୍ତବରେ ବାରମ୍ବାର ପରିସ୍ରା ହେତୁ ଶରୀରରେ ତରଳ ପରିମାଣ କମିଯିବା ଆରମ୍ଭ କରେ ଯେଉଁଥିପାଇଁ ପାଟି ଶୁଖିବାକୁ ଲାଗେ । ଶରୀରର ଆର୍ଦ୍ରତା ହେତୁ ଚର୍ମରେ କୁଣ୍ଡେଇବା ଆରମ୍ଭ ହୁଏ ।
ଦୃଷ୍ଟି ଶକ୍ତି- ଶରୀରରେ ତରଳ ପଦାର୍ଥର କମିବା ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଡାଇବେଟିସ୍ ରୋଗୀଙ୍କ ଆଖି ଫୁଲିଯାଏ ଏବଂ ସେମାନଙ୍କୁ ସ୍ପଷ୍ଟ ଦେଖାଯାଏ ନାହିଁ ।
ସଂକ୍ରମଣ ହେବା- କେତେକ ଡାଇବେଟିସ୍ ରୋଗୀଙ୍କଠାରେ ଚର୍ମ ସଂକ୍ରମଣ ମଧ୍ୟ ହୁଏ । ଏହା ବ୍ୟତୀତ, ଯଦି କୌଣସି ସ୍ଥାନରେ କ୍ଷତ ହୁଏ, ତେବେ ସୁସ୍ଥ ହେବାକୁ ମଧ୍ୟ ବହୁତ ସମୟ ଲାଗିଥାଏ । ବେଳେବେଳେ ପାଦରେ ମଧ୍ୟ ଯନ୍ତ୍ରଣା ହୁଏ ।
ଓଜନ ହ୍ରାସ- ଡାଇବେଟିସ୍ ରୋଗୀମାନେ ଖାଇବା ଦ୍ୱାରା ଶକ୍ତି ପାଆନ୍ତି ନାହିଁ, ଯେଉଁଥିପାଇଁ ସେମାନଙ୍କର ଓଜନ ଶୀଘ୍ର ହ୍ରାସ ହେବାକୁ ଲାଗେ । ଆପଣ ଖାଦ୍ୟରେ କୌଣସି ପରିବର୍ତ୍ତନ ନ କଲେ ବି, ଓଜନ ଆପେ ଆପେ ହ୍ରାସ ପଇଯାଏ ।
ଯଦି ଆପଣ ବାରମ୍ବାର ପେଟ ବ୍ୟଥା, ଶୋଷ ଏବଂ ପରିସ୍ରା ଅନୁଭବ କରୁଛନ୍ତି ଓ ନିଶ୍ୱାସ-ପ୍ରଶ୍ୱାସ ଶୀଘ୍ର ଶାଘ୍ର ଚାଲୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପପଣଙ୍କ ବୟସ 45 ବର୍ଷରୁ ଅଧିକ କିମ୍ବା ଆପଣଙ୍କଠାରେ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ, ତେବେ ତୁରନ୍ତ ପରୀକ୍ଷା କରାଇନିଅନ୍ତୁ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ










Click it and Unblock the Notifications