ଏହିସବୁ ରୋଗୀ ଭୁଲ୍ରେ ମଧ୍ୟ ଥିଲେ ଖାଆନ୍ତୁ ନାହିଁ ତରଭୁଜ
ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା'ନ୍ତି। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଗବେଷକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୩୦୦ ଗ୍ରାମ ତରଭୁଜ ଖାଇବା ଉଚିତ। ଏହା ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ ହୋଇଥାଏ। ତେବେ ଏପରି କିଛି ବ୍ୟକ୍ତି ଅଛନ୍ତି, ତରଭୁଜ ଯେଉଁମାନଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।
ଜାଣନ୍ତୁ ଏହା ସମ୍ପର୍କରେ...
ମଧୁମେହ ରୋଗୀ: ଏଥିରେ ପ୍ରଚୁର ପରିମାଣରେ ନାଚୁରାଲ ସୁଗାର ରହିଥିବାରୁ ମଧୁମେହ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ।
ବୃକକ୍ ରୋଗୀ: ବୃକକ୍ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ତରଭୁଜ ଖାଇବା ବାରଣ କରାଯାଏ। କାରଣ ତରଭୁଜରୁ ମିଳୁଥିବା ମିନେରାଲ୍ସ ବୃକକ୍ ରୋଗୀଙ୍କ ପାଇଁ କ୍ଷତିକାରକ।

ଶ୍ୱାସରୋଗୀ: ଏହି ରୋଗୀଙ୍କୁ ଥଣ୍ଡା ଜିନିଷଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ। ତେଣୁ ତରଭୁଜରେ ପ୍ରଚୁର ମାତ୍ରାରେ ଜଳୀୟାଂଶ ରହିଥିବାରୁ ଶ୍ୱାସରୋଗୀ ଏହାକୁ ଆଦୌ ଖାଇବା ଉଚିତ ନୁହେଁ।












Click it and Unblock the Notifications