Get Updates
Get notified of breaking news, exclusive insights, and must-see stories!

ଏହି 12 କମ୍ପାନୀରେ ମାସିକ ଋତୁସ୍ରାବ ସମୟରେ ମିଳେ ଛୁଟି

ଭାରତରେ ବହୁତ କମ୍ କମ୍ପାନୀ ଏବଂ ଅନୁଷ୍ଠାନ ଅଛି ଯାହା ମହିଳାମାନଙ୍କୁ ପିରିୟଡ ଲିଭ୍ ଦେଇଥାଏ । ବାସ୍ତବରେ,ଏହି ସମୟରେ ଅଧିକାଂଶ ମହିଳାଙ୍କ ଠାରେ ମୁଡ ସୁଇଙ୍ଗ, ଚିଡିଚିଡାପଣ, ଯନ୍ତ୍ରଣା ଏବଂ ଦୁର୍ବଳ ଲାଗିଥାଏ ।

ନୂଆଦିଲ୍ଲୀ: ଭାରତରେ ବହୁତ କମ୍ କମ୍ପାନୀ ଏବଂ ଅନୁଷ୍ଠାନ ଅଛି ଯାହା ମହିଳାମାନଙ୍କୁ ପିରିୟଡ ଲିଭ୍ ଦେଇଥାଏ । ବାସ୍ତବରେ,ଏହି ସମୟରେ ଅଧିକାଂଶ ମହିଳାଙ୍କ ଠାରେ ମୁଡ ସୁଇଙ୍ଗ, ଚିଡିଚିଡାପଣ, ଯନ୍ତ୍ରଣା ଏବଂ ଦୁର୍ବଳ ଲାଗିଥାଏ । ଏପରି ପରିସ୍ଥିତିରେ, ପ୍ରତ୍ୟେକ ମହିଳା ଆରାମ କରିବା ଆବଶ୍ୟକତା ରହିଥାଏ । ତେଣୁ କର୍ମଜୀବି ମହିଳାଙ୍କ ପାଇଁ ଏହି ସମୟରେ ଆରାମ ନେଇ ଚିନ୍ତା କରିଛନ୍ତି କିଛି କମ୍ପାନୀ । ଆସନ୍ତୁ ଜାଣିବା ଏହିପରି ୧୨ଟି କମ୍ପାନୀ ଯାହା ମହିଳାମାନଙ୍କୁ ପିରିୟଡ ଲିଭ୍ ଦେବା ସହ ସୁସ୍ଥ ରହିବାରେ ସହାୟକ ହୋଇଥାନ୍ତି ।

period

1.ଜୋମାଟୋ ଘୋଷଣା କରିଛନ୍ତି ଯେ ମହିଳା ଏବଂ ଟ୍ରାନ୍ସଜେଣ୍ଡର କର୍ମଚାରୀମାନେ ବର୍ଷକୁ ୧୦ ଦିନ "ପିରିୟଡ୍ ଲିଭ୍" ନେଇପାରିବେ। ଦରମା ସହିତ କର୍ମଚାରୀ ମାନେ ଛୁଟି ନେଇ ପାରିବେ ।

2.ଏଥିସହିତ ଡିଜିଟାଲ ମିଡିଆ କମ୍ପାନୀ ଫ୍ଲାଏମାଇବିଜ୍ ମଧ୍ୟ ଏହାର ମହିଳା କର୍ମଚାରୀଙ୍କ ପାଇଁ ଋତୁସ୍ରାବ ଛୁଟି ନିୟମ ଆରମ୍ଭ କରିଛି । ଏହି କମ୍ପାନୀ ପ୍ରତି ମାସରେ ଗୋଟିଏ ଦିନର ପିରିୟଡ ନେଇ ଛୁଟି ଦେଇଥାଏ ।

3. ବାଇଜୁସର ମହିଳା କର୍ମଚାରୀମାନେ ପ୍ରତିବର୍ଷ ୧୨ଦିନ ଛୁଟି ଦିଅନ୍ତି । ଅର୍ଥାତ୍ ପ୍ରତି ମାସରେ ମହିଳାମାନଙ୍କୁ ଗୋଟିଏ ଦିନର ବେତନ ଛୁଟି ଦିଆଯାଏ ।

period leave

4. ସ୍ୱିଗି ଖାଦ୍ୟ ବିତରଣ କରୁଥିବା ସମସ୍ତ ମହିଳା କର୍ମଚାରୀଙ୍କୁ ପ୍ରତି ମାସରେ ୨ ଛୁଟି ଦେଇଥାଏ । ଏହା ବ୍ୟତୀତ ସ୍ୱିଗି ମଧ୍ୟ ମହିଳାଙ୍କ ହାଇଜିନର ଯତ୍ନ ନେଇଥାନ୍ତି।

5.ମାଲାୟାଲମ୍ ମିଡିଆ ମଧ୍ୟ ଏହି ସମୟରେ ଏମହିଳା କର୍ମଚାରୀଙ୍କୁ ଛୁଟି ଦେଇ ଘରେ ଆରାମ କରିବା ପାଇଁ ଅନୁମତି ଦେଇଥାଏ ।

6.ମୁମ୍ବାଇସ୍ଥିତ ଡିଜିଟାଲ ମିଡିଆ କମ୍ପାନୀ ଗୋଜୁପ ଅନଲାଇନ ପ୍ରାଇଭେଟ ଲିମିଟେଡ ଚଳିତ ବର୍ଷ ଏହାର କମ୍ପାନୀରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ପାଇଁ ଛୁଟି ଦେବା ପାଇଁ ଏକ ନୂତନ ନିୟମ କାର୍ଯ୍ୟକାରୀ କରିଛି। ମହିଳାମାନେ ଚାହିଁଲେ ଏହି ସମୟରେ ଘରେ ରହି କାମ କରିପାରିବେ ।

7.ମୁମ୍ବାଇ ସ୍ଥିତ ଡିଜିଟାଲ ମିଡିଆ ଷ୍ଟାର୍ଟଅପ୍ କଲଚର ମେସିନ୍ ମଧ୍ୟ ଏକ ନୀତି କାର୍ଯ୍ୟକାରୀ କରିଛି । ଯାହା ମହିଳା କର୍ମଚାରୀମାନଙ୍କୁ ଏହି ଅବଧିର ପ୍ରଥମ ଦିନ ଛୁଟି ନେବାକୁ ଅନୁମତି ଦେଇଥାଏ ।

8.ଆଇଭିଆଇପିଏନ୍ ସମସ୍ତ ମହିଳା କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟକ ମହିଳା ଏମ୍ପ୍ଲଇଙ୍କୁ ଛୁଟି ମଧ୍ୟ ଦେଇଥାଏ ।

9.ନୂଆଦିଲ୍ଲୀରେ ଅବସ୍ଥିତ ଏକ ମହିଳା ଲଣ୍ଡ୍ରି କମ୍ପାନୀ ମଧ୍ୟ ମହିଳାମାନଙ୍କୁ 'ପିରିୟଡ୍ ଲିଭ୍' ଦେଇଥାଏ।

10. ଚେନ୍ନାଇ ସ୍ଥିତ ମାଗଜଟର କମ୍ପାନୀ ମଧ୍ୟ ଏହାର ମହିଳା କର୍ମଚାରୀଙ୍କୁ ଏହି ସମୟରେ ଛୁଟି ଦେଇଥାଏ ।

11.ହାଇଦ୍ରାବାଦର ତିନି ବର୍ଷର ଷ୍ଟାର୍ଟ ଅପ୍ ଇଣ୍ଡଷ୍ଟ୍ରିଆର୍ସି ମଧ୍ୟ ଏହାର କମ୍ପାନୀରେ ପ୍ରତ୍ୟେକ ମହିଳାଙ୍କୁ ଋତୁସ୍ରାବ ସମୟରେ ଆବଶ୍ୟକ ସ୍ଥଳେ ଛୁଟି ଦେଇଥାଏ ।

12.ହର୍ସ ଷ୍ଟେବଲ ସମ୍ବାଦ ସଂଗଠନ ମଧ୍ୟ ମହିଳା କର୍ମଚାରୀଙ୍କ ପାଇଁ ଦୁଇ ଦିନ ମାସିକ ଛୁଟି ଦେଇଥାଏ । ଏହା ବ୍ୟତୀତ, ଏହି ସମୟରେ ସମସ୍ତ ବିବାହିତ ପୁରୁଷଙ୍କୁ ସେମାନଙ୍କ ଜୀବନସାଥୀଙ୍କ ଯତ୍ନ ନେବାକୁ ଗୋଟିଏ ଦିନ ଛୁଟି ଦେଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+