Get Updates
Get notified of breaking news, exclusive insights, and must-see stories!

ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ ଅଧିକ ଲୋକପ୍ରିୟ ହୋଇଯାଏ । ଏହାର ଉଷ୍ମତା ଗୁଣ ଯୋଗୁଁ ଲୋକମାନେ ଏହି ଋତୁରେ ଏହାକୁ ଉତ୍ସାହର ସହିତ ସେବନ କରନ୍ତି । ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଗୁଡ଼ରେ ଅନେକ ଖଣିଜ ଏବଂ ଭିଟାମିନ୍ ଥାଏ, ଯେପରିକି ଲୌହ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ, ଯାହା ଶରୀର ପାଇଁ ଅତ୍ୟାବଶ୍ୟକ । ଏହା ସମ୍ପୂର୍ଣ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଯାହା ଏହାର ପୋଷକ ତତ୍ତ୍ୱକୁ ବହୁ ପରିମାଣରେ ସଂରକ୍ଷଣ କରେ। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ସଂସ୍ଥା (APEDA) ଅନୁଯାୟୀ, ବିଶ୍ୱର ପ୍ରାୟ ୭୦% ଗୁଡ଼ ଭାରତରେ ଉତ୍ପାଦନ ହୁଏ । ଜର୍ଣ୍ଣାଲ୍ ଅଫ୍ ଆୟୁର୍ବେଦ ଆଣ୍ଡ୍ ଇଣ୍ଟିଗ୍ରେଟେଡ୍ ମେଡିକାଲ୍ ସାଇନ୍ସ (JAIMS) ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗୁଡ଼କୁ ଆୟୁର୍ବେଦିକ ଔଷଧରେ ନାକ ସଫାକାରୀ ଭାବରେ ୩,୦୦୦ ବର୍ଷରୁ ଅଧିକ ସମୟ ଧରି ବ୍ୟବହୃତ କରିଆସୁଛନ୍ତି ଲୋକେ । ଗୁଡ ରକ୍ତହୀନତା, ଜଣ୍ଡିସ୍, ଆସ୍ଥମା ଏବଂ ଆଲର୍ଜି ଭଳି ସମସ୍ୟାର ଚିକିତ୍ସାରେ ବହୁତ ପ୍ରଭାବଶାଳୀ । ତେବେ ଜଣନ୍ତୁ ଶୀତଦିନେ ଗୁଡ଼କୁ କିପରି ବ୍ୟବହାର କରିବେ ।

gud

ଯୁକ୍ତରାଷ୍ଟ୍ର କୃଷି ବିଭାଗ (USDA) ଅନୁଯାୟୀ, ଗୁଡ଼ରେ ଅନେକ ମୂଲ୍ୟବାନ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଥାଏ, ଯାହା ଗୁଡକୁ ଚିନିଠାରୁ ଭିନ୍ନ କରିଥାଏ । ଏହି କାରଣରୁ ଏହାକୁ କେବଳ ଏକ ମିଠା ନୁହେଁ, ବରଂ ପୁଷ୍ଟିକର ଉତ୍ସ ଭାବରେ ବିବେଚନା କରାଯାଏ । ୧୦୦ଗ୍ରାମ ଗୁଡ଼ରେ ସୁକ୍ରୋଜ ୯୮ଗ୍ରାମ, କ୍ୟାଲସିୟମ ୮୦ମିଲିଗ୍ରାମ, ଲୌହ ବା ଆଇରନ ୫.୪ ମିଲିଗ୍ରାମ, ପୋଟାସିୟମ ୩୧ ମିଲିଗ୍ରାମ, ମାଗ୍ନେସିୟମ ୭୦ ମିଲିଗ୍ରାମ, ସୋଡିୟମ ୨୫ ମିଲିଗ୍ରାମ, ଫସଫରସ ୩୦ ମିଲିଗ୍ରାମ ଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+