ପିଲାଙ୍କୁ ଟିଭି ଦେଖା ଖୁଆଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା, ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କଲା ପରି ରିପୋର୍ଟ

ଘରେ ସାଧାରଣତଃ ଛୋଟପିଲାମାନେ ହେଲଦି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ସେଥିପାଇଁ ସେମାନଙ୍କୁ ବହୁତ ବାଧ୍ୟ କରି ମା ମାନେ ପଛରେ ଗୋଡେଇ ଗୋଡେଇ ଖୁଆଇଥାନ୍ତି । ତେବେ ଆପଣଙ୍କର ଏହି ସମସ୍ୟାର ସମାଧାନ ଆଣିଦେଇଛୁ ଆମେ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଯଦି ୧୦ ରୁ ୧୨ ବର୍ଷର ପିଲା ଖାଇବା ସମୟରେ କୁକିଙ୍ଗ ଚ୍ୟାନେଲ କିମ୍ବା କିଛି କୁକିଙ୍ଗ ଡ଼ିସ ଦେଖି ଖାଆନ୍ତି ତାହେଲେ ସେମାନେ ଅନହେଲଦି ଫୁଡ ଛାଡି ହେଲଦି ଫୁଡ ଖାଇବା ଆରମ୍ଭ କରିଦେଇଥାନ୍ତି । ଜର୍ଣ୍ଣାଲ ଅଫ ନ୍ୟୁଟ୍ରିସନ ଏଜୁକେସନ ବିହେବିୟରରେ ପ୍ରକାଶିତ ଏକ ଷ୍ଟଡିରେ ଏହି କଥା ଦାବି କରାଯାଇଛି ।

children to TV

ଏହି ଷ୍ଟଡି ପାଇଁ ନେଦରଲ୍ୟାଣ୍ଡର ୫ଟି ସ୍କୁଲରୁ ୧୦ ରୁ ୧୨ ବର୍ଶ୍ଵ ପର୍ଯ୍ୟନ୍ତ ୧୨୫୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏପରି ଅଧ୍ୟୟନ କରାଯାଇଥିଲା । ପ୍ରଥମେ ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଗୋଟେ ଦଳକୁ ହେଲଦି ଫୁଡ ପ୍ରସ୍ତୁତ କରାଯାଉଥିବା ଡ଼ିସ ଦେଖିବାକୁ ଦିଆଯାଇଥିବା ବେଳେ ଅନ୍ୟ ଗ୍ରୁପକୁ ଅନହେଲଦି ଫୁଡ ପ୍ରସ୍ତୁତ କରାଯାଉଥିବା ଏପିସୋଡ ଦେଖିବାକୁ ଦିଆଯାଇଥିଲା ।

ତେବେ ଏହିପରି ଏକ ସର୍ଭେରୁ ଜଣାପଡିଥିଲା ଯେ ଶୋ ଦେଖିବା ପରେ ହେଲଦି ଫୁଡର ଏପିସୋଡ ଦେଖିଥିବା ପିଲାମାନେ ସ୍ନାକ୍ସରେ ହେଲଦି ଫୁଡ ହିଁ ବାଛିଥିଲେ । ଅନ୍ୟପଟେ ଅନହେଲଦି ଫୁଡ ଏପିସୋଡ ଦେଖିଥିବା ପିଲାମାନେ ସ୍ନାକ୍ସରେ ଅନହେଲଦି ହିଁ ନେଇଥିଲେ । ତେବେ ଏହି ଗବେଷଣାରେ ଲିଡ଼ ଅଥରଙ୍କ କହିବା ଅନୁଯାୟୀ କୁକିଙ୍ଗ ରିସର୍ଚ ଦ୍ୱାରା ଏହା ପିଲାମାନଙ୍କର ଖାଇବା, ବ୍ୟବହାର ଓ ଚାଲିଚଳନ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ତାଙ୍କୁ ବଦଳାଇବାରେ ସାହାଯ୍ୟ କରିଥାଏ । ତାସହିତ ଏଜୁକେସନ ସିଷ୍ଟମରେ ମଧ୍ୟ ଏହିଭଳି ଶିକ୍ଷା ଦେବାର ବ୍ୟବସ୍ଥା କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟ ପିଲାଙ୍କ ମାନସିକ ଚେତନା ବୃଦ୍ଧିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେବେ ଏହି ପ୍ରକ୍ରିୟାରେ ପିଲାମାନଙ୍କ ସହିତ ଷ୍ଟାଫମାନେ ମଧ୍ୟ ସାମିଲ ହେବା ଆବଶ୍ୟକ । ଯଦି ଶିକ୍ଷକ ଓ ସହପାଠୀ ମାନେ ପିଲାଦିନୁ ହିଁ ଏହି ପଜିଟିଭ ଚେଞ୍ଜ ସମ୍ପର୍କରେ ଆସନ୍ତି ତାହେଲେ ଏହ ତାଙ୍କୁ ବଡ ହେବାପରେ ହେଲଦି ଜିନିଷ ବାଛିବାରେ ସାହାଯ୍ୟ କରିବ ବୋଲି ଗବେଷକ ଫୋକବର୍ଡ କହିଛନ୍ତି ।

ଯଦିଓ ଏହି ଷ୍ଟଡିରେ ଦେଖିବାକୁ ମିଳିଥିଲା ଯେ କିଛି ପିଲା ଅଛନ୍ତି ଯେଉଁମାନେ କିଛି ନୂଆ ଟ୍ରାଏ କରିବାକୁ ଚାଁହାନ୍ତି ନାହିଁ । ହୋଇପାରେ ବଡହେଲା ପରେ ସେମାନଙ୍କୁ ଖାଦ୍ୟ ପଦାର୍ଥ ବିଷୟରେ ଜଣାପଡିବା ପରେ ପିଲାବେଳେ ଦେଖିଥିବା ପ୍ରୋଗ୍ରାମର ଆଧାରରେ ହେଲଦି ଫୁଡ ବାଛିବାକୁ ଆଗ୍ରହ ପ୍ରକାଶ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+