ଆପଣ ଦିନକୁ କେତେ ଥର ପରିସ୍ରା ଯାଉଛନ୍ତି ତାହାହିଁ ସୂଚନା ଦେବେ ଆପଣ କେତେ ସୁସ୍ଥ, ନଚେତ୍ ହୋଇପାରେ ଏହି ରୋଗର ଲକ୍ଷଣ

ମଳ-ମୂତ୍ର ତ୍ୟାଗ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ଏହି ପ୍ରକ୍ରିୟା ସଠିକ୍ ହେଲେ ଜଣେ ବ୍ୟକ୍ତି ସୁସ୍ଥ ବୋଲି ବିବେଚିତ ହୁଅନ୍ତି। କାରଣ ପରିସ୍ରା ମାଧ୍ୟମରେ ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ। ଏସବୁ ମଧ୍ୟରେ ସର୍ବଦା ମନକୁ ଏକ ପ୍ରଶ୍ନ ଆସେ, ଜଣେ ସୁସ୍ଥ ବ୍ୟକ୍ତି ଦିନକୁ କେତେ ଥର ପରିସ୍ରା କରିବା ଉଚିତ୍। ଯଦି ଏପରି କିଛି ଦ୍ୱନ୍ଦ୍ୱ ଅଛି, ତେବେ ପଢନ୍ତୁ ଏହି ରିପୋର୍ଟ...

urinate

ଜଣେ ବ୍ୟକ୍ତି ଦିନକୁ କେତେ ଥର ପରିସ୍ରା କରିବା ଉଚିତ୍?
Bladerandbowel.org ଅନୁଯାୟୀ, ଯଦି ଆପଣ ଦିନକୁ 4ରୁ 7 କିମ୍ବା 6ରୁ 10 ଥର ପରିସ୍ରା କରୁଥାନ୍ତି, ତେବେ ଏହା ସ୍ୱାଭାବିକ। କାରଣ ଯଦି 2 ଲିଟର ପାଣି ପିଉଛନ୍ତି, ତେବେ 2ରୁ 4 ଥର ପରିସ୍ରା କରିବାକୁ ପଡିପାରେ। ଏହା ଶରୀରର ତାପମାତ୍ରା, ବ୍ଲାଡରର ଆକାର, ବୟସ, ଖାଦ୍ୟ ଏବଂ ଅନେକ ଅଙ୍ଗର କାର୍ଯ୍ୟ ଉପରେ ମଧ୍ୟ ନିର୍ଭର କରେ। କିନ୍ତୁ ଯଦି ଏହାଠାରୁ କମ୍ ପରିସ୍ରା କରୁଛନ୍ତି ଏବଂ ନିୟମିତ ଭାବରେ ଏପରି ଘଟୁଛି ତେବେ ଏହା କେତେକ ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇପାରେ। କ'ଣ ସେହି ସବୁ ସଙ୍କେତ, ଜାଣନ୍ତୁ...

କମ୍ ପରିସ୍ରା କରିବାର କାରଣ

ଶରୀରରେ ଜଳର ଅଭାବ।
ବ୍ଲାଡର ସଠିକ୍ ଭାବରେ କାମ ନ କରିବା।
UTI(ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ) ସଂକ୍ରମଣ।
ଶରୀରରେ କ୍ୟାଲସିୟମ ସ୍ତର ବୃଦ୍ଧି।
ପ୍ରୋଷ୍ଟେଟ୍ ସମ୍ବନ୍ଧୀୟ ସମସ୍ୟା।
ପରିଶେଷରେ କିଡନୀ ଏବଂ ପେଟ ସମ୍ବନ୍ଧୀୟ ରୋଗ କାରଣରୁ ମଧ୍ୟ ପରିସ୍ରାରରେ ଅନିୟମିତତା ହୋଇପାରେ। ଯଦି ଏହିସବୁ ଲକ୍ଷଣ ଦେଖୁଛନ୍ତି, ତେବେ ଡାକ୍ତରଙ୍କୁ ଭେଟନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+