ଜାଣନ୍ତୁ ବଡ କଥା, କାହିଁକି ଗାଧେଇବା ପୂର୍ବରୁ ଦେହରେ ଲଗାନ୍ତି ତେଲ

ସାମ୍ପ୍ରତିକ ପରିସ୍ଥିତିରେ ସମାଜରେ ଏକ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି। ଦୈନନ୍ଦିନ ଆହାରବିହାର, ଖାଦ୍ୟପେୟ, ପୋଷାକ ପରିଧାନ ଆଦି ବାହ୍ୟ ଦେଶର ଚାଲିଚଳଣି ଚାକଚକ୍ୟକୁ ଅନୁକରଣ କରିବା ଏକ ଧାରାରେ ପରିଣତ ହୋଇଗଲାଣି। ଅଧିକାଂଶ ବ୍ୟକ୍ତି ଆମର ଦେଶୀୟ ଚାଲିଚଳଣି ପାରମ୍ପରିକ ରିତିନୀତିଠାରୁ ଧୀରେ ଧୀର ଦୂରେଇ ଯାଉଥିବାର ଦେଖିବାକୁ ମିଳୁଛି। ଏହାର ପରିଣାମ ସ୍ବରୂପ ତାହାର ଖରାପ ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡୁଛି।
ଆମର ଭାରତୀୟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଆମେ କିପରି ଏକ ରୁଟିନ୍‌ ଦୈନନ୍ଦିନ ଜୀବନଶୈଳୀ ଅନୁସରଣ କରିବା ସହ ସୁଷମ ଆହାର ଦ୍ୱାରା କିପରି ସୁସ୍ଥ ରହିପାରିବା ସେ ବିଷୟରେ ବର୍ଣ୍ଣନା କରାଯାଇଛି।

oil

ସେଥିମଧ୍ୟରୁ ଆମେ ସ୍ନେହନ କର୍ମ (ଶରୀରର ବିଭିନ୍ନ ଅଙ୍ଗରେ ତୈଳ ମର୍ଦ୍ଦନ) କରିବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତା'ସହ ଆମେ ଅନେକାଂଶରେ ସୁସ୍ଥ ରହିପାରିବା। ଆମର ଗୋସେଇଁ ବାପା, ଜେଜେମା, ଆଈମାନେ ଆମକୁ କହିଥାନ୍ତି, ଗାଧୋଇ ଯିବା ପୂର୍ବରୁ ତେଲ ଲଗାଇ ଗାଧୋଇଲେ ଥଣ୍ଡା, ସର୍ଦ୍ଦି ଧରିବ ନାହିଁ। ଆଜିର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଆଜିକାଲି ତେଲ ଲଗାଇବାକୁ ବହୁତ ଲୋକ ପସନ୍ଦ କରୁନାହାନ୍ତି। ଶାମ୍ପୂ, ସାବୁନର ବ୍ୟବହାର ବହୁଳ ଭାବରେ ହେଉଛି। ଆମର ପାରମ୍ପରିକ ଚିକିତ୍ସା ବିଜ୍ଞାନ ମତରେ, ଲୋକକଥାଗୁଡ଼ିକ ଆମ ସ୍ବାସ୍ଥ୍ୟ ପାଇଁ ହିତକର, ଯାହାକି ବିଜ୍ଞାନସମ୍ମତ। ଭାରତୀୟ ଆୟୁର୍ବେଦ ଶାସ୍ତ୍ରରେ ଆମ ଶରୀରରେ ବିଭିନ୍ନ ଅଙ୍ଗରେ ତୈଳମର୍ଦ୍ଦନ କରିବା ଦ୍ୱାରା ତା'ର ସ୍ବାସ୍ଥ୍ୟ ଉପକାରିତା ବିଷୟରେ ଉଲ୍ଲେଖ ରହିଛି। ଶରୀରରେ ବିଭିନ୍ନ ଅଙ୍ଗରେ ତୈଳ ମର୍ଦ୍ଦନ କରିବା ଦ୍ୱାରା ଆମେ ସମ୍ମୁଖୀନ ହେଉଥିବା କେତେକ ରୋଗକୁ ପ୍ରତିରୋଧ କରିପାରିବା। ସାଧାରଣ ଭାବେ ଆମେ ଜାଣିଛେ ଯେ ଆମେ ଗାଧୋଇବା ପୂର୍ବରୁ ଶରୀରରେ ତେଲ ଲଗାଇ ଗାଧୋଇବା ଅତ୍ୟନ୍ତ ଭଲ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ବିଧିମୁତାବକ ସ୍ନାନ ପରିଷ୍କାର ପରିଚ୍ଛନ୍ନତା ରହିବା ହେତୁ ଆମେ ସୁସ୍ଥ ସତେଜ ରହିପରିବା।
ସ୍ନାନ ପୂର୍ବରୁ ତୈଳ ଲଗାଇବାର ଉପକାରିତା : ଆୟୁର୍ବେଦ ବିଜ୍ଞାନ ମତାନୁସାରେ, ଆମେ ପ୍ରତିଦିନ ସ୍ନାନ ପୂର୍ବରୁ ସର୍ବାଙ୍ଗରେ ତୈଳ ମର୍ଦ୍ଦନ କରି ସ୍ନାନ କରିବା ଉଚିତ। ଏହାଦ୍ୱାରା ଆମ ଶରୀରରେ ଥିବା ସମସ୍ତ ମୃତ ଜୀବକୋଷ ପଦାକୁ ବାହାରିଯାଏ ଏବଂ ଲୋମକୂପଗୁଡ଼ିକ ଉନ୍ମୁକ୍ତ ହୋଇଥାଏ। ଆମେ ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ଚିନ୍ତାକଲେ ଆମ ଶରୀରରେ ପାନ, ଅପାନ, ବ୍ୟାନ, ଉଦାନ, ସମାନ ପାଞ୍ଚ ପ୍ରକାର ବାୟୁର ପ୍ରଭାବ ରହିଥାଏ। ଆମେ ନାକ ଦ୍ୱାରା ଶ୍ୱାସକ୍ରିୟା କରିଥାଉ ତାହାକୁ 'ସମାନ କ୍ରିୟା' ମଧ୍ୟ କୁହାଯାଏ। ଲୋମକୂପ ଯଦି ବନ୍ଦ ରହେ ତେବେ ଶରୀରର ପ୍ରତ୍ୟେକଟି କୋଷପାଖରେ ବାୟୁ ପହଞ୍ଚିବାରେ ଅସୁବିଧା ହୋଇଥାଏ। ଏହାଫଳରେ କୋଷଗୁଡିକ ଦୁର୍ବଳ ହୋଇଯାଏ। ଆମର ମାନସିକ ସ୍ତରରେ ସାହସ, ମାନସିକ କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ। ତେଣୁ ସ୍ନାନ ପୂର୍ବରୁ ହିଁ ତୈଳ ଲଗାଇବା ଉଚିତ।
ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ 'ପଞ୍ଚକର୍ମ ଚିକିତ୍ସା' ପଦ୍ଧତି ମଧ୍ୟରେ ସ୍ନେହନ କର୍ମ ଅନ୍ତର୍ଭୁକ୍ତ। ଏଥିରେ ଶରୀରର କେଉଁସବୁ ଅଙ୍ଗରେ ତୈଳ ମର୍ଦ୍ଦନ କଲେ ଆମେ କି ପ୍ରକାର ସୁସ୍ଥ ରହିପାରିବା ସେ ବିଷୟ ବର୍ଣିତ ରହିଛି। ତୈଳକୁ ନେଇ ଚିକିତ୍ସା, ତୈଳକୁ ନେଇ ସ୍ନାନର ପ୍ରକ୍ରିୟା, ତୈଳକୁ କେମିତି ଏକ ସୁସ୍ଥ ଶରୀର ପାଇଁ ବ୍ୟବହାର କରାଯାଇପାରିବ ତାହା ଉପରେ ବିଶଦ ଭାବେ ମଧ୍ୟ ଉଲ୍ଲେଖ ରହିଛି। ପାଦର ବୁଢ଼ା ଆଙ୍ଗୁଠି ନଖରେ ଆମେ ତୈଳ ଲଗାଉଛେ। ଆମ ଶରୀରର ବୁଢ଼ା ଆଙ୍ଗୁଠି ନଖ ସନ୍ଧି ସବୁଠାରୁ ଦୁର୍ବଳ ସ୍ଥାନ। ଉକ୍ତ ନଖ ସନ୍ଧିରେ କଣନଖା ହୋଇଥାଏ, ଯାହାକୁ ଫଙ୍ଗାଲ ଇନ୍‌ଫେକ୍ସନ କୁହାଯାଏ। ଆମେ ଗାଧୋଇବା ବେଳେ ବୁଢ଼ା ଆଙ୍ଗୁଠି ନଖ ସନ୍ଧିରେ ତୈଳ ଲଗାଇଲେ ଏଠାରେ ଆଉ ଇନ୍‌ଫେକ୍ସନ ହୋଇ ନ ଥାଏ। ଏହା ମଧ୍ୟ ଭୂତାଣୁ
ସଂକ୍ରମଣକୁ ପ୍ରତିରୋଧ କରିଥାଏ।
କାନରେ ତୈଳ ପକାଇବା
ଆମ କାନରେ ଛିଦ୍ର ରହିଛି, ବାହ୍ୟ ଧୂଳିକଣା ଭିତର ମଇଳା ମିଶି ଏକ କଠିନ ପଦାର୍ଥ ସୃଷ୍ଟି ହୁଏ, କାନ ଖଡଖଡ଼ ହେବା ସହ ବେଳେ ବେଳେ କାନରେ ପାଣିପଶି କାନ ସଂକ୍ରମିତ ହୋଇଥାଏ। ଆମେ କାନରେ ନିୟମିତ ତୈଳ ପକାଇବା ଦ୍ୱାରା କାନ ବିଭିନ୍ନ ଜୀବାଣୁ ଭୁତାଣୁ ସଂକ୍ରମିତ ହୋଇ ନଥାଏ।
ନାଭିରେ ତୈଳ ଦେବା
ଆମ ଶରୀରର ସମସ୍ତ ସ୍ନାୟୁର କେନ୍ଦ୍ରବିନ୍ଦୁ ହେଲା ନାଭିମଣ୍ଡଳ। ନାଭି ପ୍ରଦେଶରେ ଶରୀରର ସମସ୍ତ ସ୍ନାୟୁର ସଂଯୋଗ ରହିଛି। ତେଣୁ ନାଭିରେ ତୈଳ ମର୍ଦ୍ଦନ କଲେ ଭଲ ନିଦ ହୋଇଥାଏ। ଆମ ଶରୀରର ସ୍ନାୟୁଗୁଡିକ ଯେତେବେଳେ ଚାପଗ୍ରସ୍ତ ହୋଇଥାଏ, ସେତେବେଳେ ଆମେ ମାନସିକ ବିଷାଦଗ୍ରସ୍ତ, ମାନସିକ ଚାପଗ୍ରସ୍ତ ହୋଇଥାଉ। ଏହି ଚାପରୁ ମୁକ୍ତି ପାଇଁ ନାଭି ପ୍ରଦେଶରେ ତୈଳ ଦେଲେ ବେଶ୍‌ ଉପକାର ମିଳିଥାଏ। ଏହାଦ୍ୱାରା ଭଲ ନିଦ ମଧ୍ୟ ହୁଏ।
ମଣିବନ୍ଧ ଓ ହାତ ପାପୁଲିରେ ତୈଳ ମର୍ଦ୍ଦନ ଆମ ହାତକୁ ସକ୍ରିୟ କରିବାର କ୍ଷମତା ମଣିବନ୍ଧର ଅଟେ। ହାତର ପାଞ୍ଚଆଙ୍ଗୁଳି ପଞ୍ଚତତ୍ତ୍ୱକୁ ଗ୍ରହଣ କରିବାର ଅଙ୍ଗ ଅଟେ। ମଣିବନ୍ଧ ଓ ପାପୁଲିରେ ତୈଳ ମର୍ଦ୍ଦନ କରିବାର ବିଧାନ ରହିଛି, ଯଦ୍ଦ୍ବାରା ମଣିବନ୍ଧ, ହାତର ପାଞ୍ଚ ଆଙ୍ଗୁଳିର ବେଦନା ଉପଶମ ହେବାସହ ଦୁଇ ହାତର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇ କ୍ରିୟାଶୀଳ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+