ସପ୍ତାହରେ ୨-୩ଥର ପିଅନ୍ତୁ ପଇଡ଼଼ ପାଣି, ଦୂର ହେବ ଏହି ସମସ୍ୟା
ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍ନୀ ଷ୍ଟୋନ୍ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏହି ସମସ୍ୟାଠାରୁ ସହଜରେ ମୁକ୍ତି ମିଳିଥାଏ। ସପ୍ତାହରେ ୨-୩ଥର ପଇଡ଼ ପାଣି ପିଇଲେ ଏହି ସମସ୍ୟା ଦୂର ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଥାଏ।

ଫଳରେ ଏହା କିଡ୍ନୀ ଷ୍ଟୋନ ସମେତ ବିଭିନ୍ନ କିଡ୍ନୀ ସମସ୍ୟା ଦୂର କରିଥାଏ। ପୋଟାସିୟମ୍ ରକ୍ତଚାପ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ପଇଡ଼ ପାଣି ପିଇଲେ ହାର୍ଟ ଆଟାକ୍ ଆଶଙ୍କା କମ୍ ହୋଇଥାଏ। ଖରାଦିନେ ପଇଡ଼ ପାଣି ଡିହାଇଡ୍ରେସନ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ପାଚନକ୍ରିୟାକୁ ସ୍ବାଭାବିକ କରେ। ଅଭ୍ୟାସ କରି ପଇଡ଼ ପାଣି ପିଇଲେ ଶହେରୁ ଅଧିକ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି।












Click it and Unblock the Notifications