୧୪ ଅକ୍ଟୋବରରେ ଲାଗିବା ପାଇଁ ଯାଉଛି ବର୍ଷର ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ ଭାରତରେ ହେବ କି ଦୃଶ୍ୟମାନ
Annual Solar Eclipse 2023 : ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ 14 ଅକ୍ଟୋବରରେ ଲାଗିବା ପାଇଁ ଯାଉଛି । ତେବେ ଚାଲନ୍ତୁ ଜାଣିବା ଏହା କେଉଁ ପ୍ରକାରର ସୂର୍ଯ୍ୟପରାଗ ଏବଂ ଏହା ଭାରତରେ ଦୃଶ୍ୟମାନ ହେବକି ନାହିଁ । ଏହି ସୂର୍ଯ୍ୟପରାଗକୁ 'ରିଙ୍ଗ ଅଫ୍ ଫାୟାର'କୁହାଯାଉଛି । ଏବି ପରାଗ ଆମେରିକାର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ । 2012 ପରଠାରୁ ପ୍ରଥମ ଥର ପାଇଁ ଏହା ଶନିବାର ଦିନ ଆମେରିକାରେ ଲାଗିବା ପାଇଁ ଯାଉଛି ।
'ରିଙ୍ଗ୍ ଅଫ୍ ଫୟାର'ର ଅର୍ଥ ଚନ୍ଦ୍ର, ସୂର୍ଯ୍ୟ ଏବଂ ପୃଥିବୀ ଏକ ସରକଳ ରେଖାରେ ରହିଲେ ଏପରି ପରାଗ ଦୃଶ୍ୟମାନ ହୋଇଥାଏ । ଏହାକୁ ଆଂଶିକ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଇଥାଏ । ଏହା ଏକ ରିଙ୍ଗ୍ ପରି ଦେଖାଯାଏ । ସେଥିପାଇଁ ଏହାକୁ ରିଙ୍ଗ୍ ଅଫ୍ ଫାୟାର ବୋଲି କୁହାଯାଏ । କେବେ ପରାଗ ସମୟରେ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିବା ନିରାପଦ ନୁହେଁ ।

ନାସା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯଦି ପାଗ ଭଲ ରୁହେ ତେବେ ଏହି ବାର୍ଷିକ ସୂର୍ଯ୍ୟପରାଗ ଓରେଗୋନ୍, ନେଭାଡା, ଓଟାହ, ନ୍ୟୁ ମେକ୍ସିକୋ, ଟେକ୍ସାସ୍, କାଲିଫର୍ଣ୍ଣିଆ, ଆଇଡାହୋ, କେଲୋରାଡୋ ଏବଂ ଏରିଜୋନାର କିଛି ଅଂଶରେ ଦେଖିବାକୁ ମିଳବ । ଏହା ପରେ ମେକ୍ସିକୋ, ମଧ୍ୟ ଆମେରିକା ଏବଂ ଦକ୍ଷିଣ ଆମେରିକାରରେ ମଧ୍ୟ ଏହି ପରାଗ ଦୃଶ୍ୟମାନ ହେବ । ଗ୍ରେଟ୍ ଆମେରିକୀୟ ଚନ୍ଦ୍ରଗ୍ରହଣ ୱେବସାଇଟ୍ ଅନୁଯାୟୀ ଏହି ସୂର୍ଯ୍ୟପରାଗ ଆଟଲାଣ୍ଟିକ୍ ମହାସାଗରରେ ଦୃଶ୍ୟମାନ ହେବ । ଯୁକ୍ତରାଷ୍ଟ୍ରରେ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ପରାଗ ଦେଖି ପାଇଁ ମିଳିବ ।
ଏହି ରିଙ୍ଗ୍ ଅଫ୍ ଫାୟାର ଭାରତରେ ଦୃଶ୍ୟମାନ ହେବ ନାହିଁ । ନାସାର ପ୍ରସାରଣ ଚ୍ୟାନେଲରେ ଭାରତ ଏବଂ ଅନ୍ୟ ଦେଶର ଲୋକମାନେ ଏହି ସୂର୍ଯ୍ୟ ଗ୍ରହଣକୁ ଘରୁ ଦେଖିପାରିବେ | ଅକ୍ଟୋବର 14 ଅପରାହ୍ନ 4:30ରେ ଦର୍ଶକମାନେ ଏହି ସୂର୍ଯ୍ୟ ପରାଗକୁ ଅନଲାଇନରେ ଦେଖିପାରିବେ ।












Click it and Unblock the Notifications