କିଡନୀ ଏବଂ ମଧୁମେହ ସହ ୭ଟି ରୋଗର ରାମବାଣ 'ତେଜପତ୍ର'; ଏପରି କରନ୍ତୁ ବ୍ୟବହାର
ତେଜପତ୍ର ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। କିଡ୍ନୀରେ ପଥର ହୋଇଥିଲେ ଜେତପତ୍ରକୁ ପାଣିରେ ସିଝାଇ ଥଣ୍ଡା କରି ପିଇବା ଦ୍ୱାରା ଲାଭ ମିଳିଥାଏ।

ଆୟୁର୍ବେଦ ଅନୁଯାୟୀ ତେଜପତ୍ର କିଡ୍ନୀ ସମସ୍ୟାକୁ ଦୂରେଇ ଦେବାରେ ସାହାଯ୍ୟ କରିଥାଏ।ତେଜପତ୍ର ପଥୁରି ରୋଗକୁ ଠିକ୍ କରିବା ସହ ଅନ୍ୟାନ୍ୟ କିଡ୍ନୀ ସମସ୍ୟାକୁ ମଧ୍ୟ ଠିକ୍ କରିଥାଏ।ଚା'ରେ ତେଜପତ୍ର ପକାଇ ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ପାଇଥାଏ।ତେଜପତ୍ର କୋଷ୍ଠ କାଠିନ୍ୟ, ଏସିଡିଟି, ପେଟମୋଡିବା ଆଦି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଲାଭଦାୟକ ବିବେଚନା କରାଯାଏ।ଅପସ୍ମାର ବା ମୂର୍ଚ୍ଚା ରୋଗ ଥିଲେ ସେଥିପାଇଁ ତେଜପତ୍ର ବେଶ ଉପକାରୀ।
ଯଦି ଶରୀରର କେଉଁ ଅଂଶରେ ଦରଜ ଲାଗୁଛି ତେବେ ତେଜପତ୍ର ବାଟି ମାଲିସ୍ କରିବା ଦ୍ୱାରା ଆରାମ ମିଳିଥାଏ।












Click it and Unblock the Notifications