Teacher's day 2025 speech in Odia: ଗୁରୁଦିବସରେ କିପରି ଦେବେ ଭାଷଣ ?
Teacher's day speech in Odia: ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ (ସେପ୍ଟେମ୍ବର ୫) ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ତେବେ ଚାଲନ୍ତୁ ଜାଣିବା ଗୁରୁ ଦିବସରେ କେମିତି ଭାଷଣ ଦେବା।
ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ସ୍ନେହର ପ୍ରତିଯୋଗୀଗଣ । ଆଜି ପବିତ୍ର ଗୁରୁଦିବସରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର... ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅନ୍ଧକାରରୁ ଆଲୋକକୁ ଯିଏ ମାର୍ଗ ଦେଖାଇଥାନ୍ତି ସେ ଗୁରୁ । ଗୁ ଅର୍ଥ ଅନ୍ଧାର ଓ ରୁ ଅର୍ଥ ଆଲୋକ । ଅନ୍ଧାର ରୂପକ ଅଜ୍ଞାନକୁ ଦୂର କରି ଯେ ଜ୍ଞାନର ପ୍ରଦୀପ ଜାଳେ ସେ ହିଁ ସଦଗୁରୁ ।

କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଂଗୀତ । ଖେଳ ହେଉ କି ନୃତ୍ୟ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି ।
ମାନ୍ଦ୍ରାଜ ନିକଟବର୍ତ୍ତୀ ସର୍ବପଲ୍ଲୀ ଗାଁ । ସେଇ ଗାଁର ଗୋଟିଏ ଗରିବ ବାଳକର ଜନ୍ମ ଦିନ ଆଜି ବିଶ୍ବ ଇତିହାସରେ ଗୁରୁଦିବସ । ସେ ପୁଅ ବୀର ସ୍ୱାମୀ ପୁରୋହିତଙ୍କ ପୁଅ । ବିଶ୍ବର ସର୍ବଶ୍ରେଷ୍ଠ ଦାର୍ଶନିକ । ସେ ଗୁରୁ ନୁହନ୍ତି ଗୁରୁଣା ଗୁରୁ ।
ଭାରତ ମାଟି ହିଁ ଗୁରୁ ମାଟି, ଗୁରୁ ମାଟିର ଗୁରୁ ରାଧାକ୍ରିଷ୍ଠାନ । ୧୮୮୮ ମସିହା ସେପ୍ଟେମ୍ୱର ୫ ତାରିଖରେ ତାମିଲନାଡୁର ତରୁୱଲି ଜିଲ୍ଲାର ତିରୁଟ୍ଟନୀରେ ଜନ୍ମ ଗ୍ରହଣ ଡା.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କରିଥିଲେ । ରାଧା ଆଉ କୃଷ୍ଣ । କୃଷ୍ଣ ଆଉ ରାଧା । ଚମତ୍କାର ଦିବ୍ୟ ସଂଯୋଗ । ରାଧାକ୍ରିଷ୍ଣନ ପିଲାଦିନୁ ଥିଲେ ଲାଜକୁଳା, ନମ୍ର, ସୁଧାର । ପ୍ରଭୁ ଭେଙ୍କେଟେଶ୍ୱରଙ୍କ ପରମଭକ୍ତ । ପ୍ରଚଣ୍ଡ ସ୍ମୃତି ଶକ୍ତିର ଗନ୍ତାଘର ଥିଲେ ରାଧାକ୍ରିଷ୍ଣନ ।
ତୁଳସୀ ଦୁଇ ପତ୍ରରୁ ବାସେ । ପିଲାଦିନରୁ ତାଙ୍କୁ ସାଙ୍ଗସାଥ୍, ଶିକ୍ଷକ ଅଧ୍ୟାପକମାନେ ତାଙ୍କୁ ଅଶେଷ ଭଲ ପାଉଥିଲେ । ବି.ଏ. ପରୀକ୍ଷାରେ ରାଧାକୃଷ୍ଣନ ବିଶ୍ୱବିଦ୍ୟାଳୟ ଟପର ହେଲେ । ଦର୍ଶନଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ପିଲାଦିନୁ ସିଏ ପାଠ ପଢ଼ିବାର ରାହା ପାଇ ନଥୁଲେ ସେ ପିଲାମାନଙ୍କୁ ପାଠ ପଢ଼ିବାରେ ରାହା ଦେଲେ । ଏଥିପାଇଁ ଦୃଢ଼ ମନୋବଳ ଦରକାର । ସାଧନା ଦରକାର ।
ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜ, ଗୋଟିଏ ନାମୀ କଲେଜ । ସେଇ କଲେଜରେ ଅଧ୍ୟାପନା କରୁଥିଲେ ରାଧାକ୍ରିଷ୍ଣନ । ଶିଶୁ ପରି ସରଳ କିନ୍ତୁ ବଜ୍ରପରି କଠୋର । ଦର୍ଶନ ଶାସ୍ତ୍ର ଭଳି ଜଟିଳ ବିଷୟକୁ ଏପରି ସରଳ ଭାବେ ବୁଝାଇ ପାରୁଥିଲେ ଯେ ତାଙ୍କ କ୍ଲାସ ବେଳେ ପାଖ କକ୍ଷର ପିଲାମାନେ ପାଠ ଶୁଣିବାକୁ ଉଠି ଆସୁଥିଲେ ।
ଚୁମ୍ବକ ଲୁହାକୁ ଟାଣେ, ଗୁଣିଆ ସୁନାକୁ ଜାଣେ । ରାଧାକ୍ରିଷ୍ଣନ ଡକ୍ଟରେଟ୍ ଲାଭ କଲେ । ମହୀଶୂର ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ବହି ଲେଖା ପର୍ବ । ଯେଉଁ ବହି ସାରା ପୃଥିବୀରେ ସେଦିନ ବହଳ ପକାଇ ଦେଲା । ଆମେରିକାରେ ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର କଲେ । ଭାରତୀୟ ସଂସ୍କୃତି ମହାନ୍ ସଂସ୍କୃତି ।ଏକମାତ୍ର ଲକ୍ଷ୍ୟ ବିଭିନ୍ନତା ମଧ୍ୟରେ ଏକତା "Unity In Diversity" ।
ପୂର୍ବ ପଶ୍ଚିମ ମିଳନର ସେତୁବନ୍ଧ ହେଲେ ସର୍ବପଲ୍ଲୀ ଗାଁର ରାଧାକ୍ରିଷ୍ଣନ । ପ୍ରାଚ୍ୟର ଗୁରୁ ପାଶ୍ଚାତ୍ୟର ଗୁରୁ ହେଲେ । "ଗୁ ଅର୍ଥ ଅନ୍ଧାର । "ରୁ ଅର୍ଥ ଦୂରେଇବା । ଅନ୍ଧାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ସଦଗୁରୁ । ଏହି ମର୍ମରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିଶ୍ବର ସର୍ବଶ୍ରେଷ୍ଠ ସଦଗୁରୁ । ରାଧାକ୍ରିଷ୍ଣନ୍ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୂଳପତି ହେଲେ । ଭିକମାଗି ପଣ୍ଡିତ ମଦନ ମୋହନ ମାଲବ୍ୟ ଯେଉଁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ତାର ପ୍ରଥମ କୁଳପତି ଭାବେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଅଭିଷିକ୍ତ ହେଲେ । ଗୀତା, ବେଦାନ୍ତର ପ୍ରଧାନ ଆଚାର୍ଯ୍ୟ ଥିଲେ ରାଧାକ୍ରିଷ୍ଣନ । ସତ୍ୟ, ଧର୍ମ, ଶାନ୍ତିର ପ୍ରଚାରକ ରାଧାକ୍ରିଷ୍ଣନଙ୍କ ଚେଷ୍ଟାରେ ସେ ସଂପର୍କ ମଧୁର ହୋଇଗଲା ।
ବିଷ ବୃକ୍ଷରୁ ଅମୃତ ଝରିଲା । ରାଧାକ୍ରିଷ୍ଣନ ହେଲେ ଭାରତର ଉପରାଷ୍ଟ୍ରପତି । ତାପରେ ରାଷ୍ଟ୍ରପତି । ତାଙ୍କ ଗୁଣରେ ମୁଗ୍ଧ ହୋଇ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି କନ୍.ଏଫ୍. କେନେଡ଼ି ନିଜ ବିମାନଟି ରାଧାକ୍ରିଷ୍ଣନଙ୍କ ବ୍ୟବହାର ଲାଗି ପ୍ରଦାନ କଲେ । ଆଜି ସେହି ମହାନ ଗୁରୁଙ୍କର ମହାର୍ଘ ଜୟନ୍ତୀ । ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ଦେଶବାସୀ ପାଳୁଛନ୍ତି ପବିତ୍ର 'ଗୁରୁ ଦିବସ' ଏବଂ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରିଛନ୍ତି । ଆପଣଙ୍କ ଆଦର୍ଶରେ ଆମେ ଅନୁପ୍ରାଣୀତ ହୋଇ ଦେଶ ଓ ଜାତିର ସୁନାମ ରଖୁ । ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି ।
ଜୟ ହିନ୍ଦ୍
ଉପରୋକ୍ତ ତଥ୍ୟ ବିଭିନ୍ନ ପୁସ୍ତିକାରୁ ସଂଗୃହୀତ
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications