Get Updates
Get notified of breaking news, exclusive insights, and must-see stories!

କେବେ ଓ କ'ଣ ପାଇଁ ପାଳନ କରାଯାଏ ଗୁରୁ ଦିବସ

କେବେ ଓ କ'ଣ ପାଇଁ ପାଳନ କରାଯାଏ ଗୁରୁ ଦିବସ ,ଆସନ୍ତା କାଲି ଗୁରୁ ଦିବସ ,ଶିକ୍ଷକ ବାଗୁରୁଙ୍କୁ ସାଧାରଣତଃ ଭଗବାନଙ୍କ ସହ ତୁଳନା କରାଯାଏ । ଗୁରୁ ହିଁ ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ବାଟ ଦେଖାଇଥାନ୍ତି

ଭୁବନେଶ୍ୱର: ଶିକ୍ଷକ ବା ଗୁରୁଙ୍କୁ ସାଧାରଣତଃ ଭଗବାନଙ୍କ ସହ ତୁଳନା କରାଯାଏ । ଗୁରୁ ହିଁ ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ବାଟ ଦେଖାଇଥାନ୍ତି । ପୁସ୍ତକର ଜ୍ଞାନଠୁ ଆରମ୍ଭ କରି ଜୀବନର କୌଶଳ ଶିକ୍ଷା ବିଷୟରେ ଗୁରୁ ହିଁ ଅବଗତ କରାଇଥାନ୍ତି । ଯେପରି ଏକ ବୃକ୍ଷର ଶାଖା ତାକୁ ଏକ ନୂଆ ଆକୃତି ଦେଇଥାଏ ଠିକ୍ ସେହିପରି ଶିକ୍ଷକ ମଧ୍ୟ ଛାତ୍ରାଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳ କରିଥାନ୍ତି । ଜୀବନ ପରୀକ୍ଷାରେ ଶିକ୍ଷକଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷାଗୁଡ଼ିକ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ । କେବେ କଠୋର ଅନୁଶାସନ ତ ପୁଣି କେବେ ଗୁରୁଙ୍କ ଉତ୍ସାହପ୍ରଦ ପ୍ରେରଣା ବ୍ୟକ୍ତିକୁ ସାଧାରଣରୁ ଅସାଧାରଣ କରିଦିଏ। ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଜଣେ ବ୍ୟକ୍ତିକୁ କରାଏ ସଫଳ ।

TEACHER DAY 2022

ମା'ଜନ୍ମ ଦେଇଥାଏ , ପିତା ସୁରକ୍ଷା ପ୍ରଦାନ କରନ୍ତି ହେଲେ ଗୁରୁ ହିଁ ଜୀବନ ଲକ୍ଷ୍ୟ ବିଷୟରେ ଅବଗତ କରାନ୍ତି । ଓ ସଫଳତାର ବାଟ ଦେଖାନ୍ତି । ମିଥ୍ୟା ସତ୍ୟ ,ନ୍ୟାୟ ଅନ୍ୟାୟ ମଧ୍ୟରେ ଫରକ ବୁଝାନ୍ତି ଶିକ୍ଷକ, ଜ୍ଞାନର ଆଲୋକରେ ସେ ଆମ ଜୀବନକୁ ଏକ ସୁନ୍ଦର ଫୁଲ ପରି ସଜାଇଥାନ୍ତି । ଗୁରୁ ହିଁ ଚିରିତ୍ର ଗଠନକାରୀ ଦିବ୍ୟଦ୍ରଷ୍ଟା । ଗୁରୁ ହି ଶ୍ରେଷ୍ଠ । ପର ଆପଣ ନ ଭାବି ସେ ଦିଅନ୍ତି ଶିକ୍ଷା । ଜ୍ଞାନ ଦେବେରେ ସେ କେବେ ଉଣା କରନ୍ତି ନାହିଁ ସେଥି ପାଇଁ ତ କୁହାଯାଏ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ,ଗୁରୁ ଦେବୋ ମହେଶ୍ୱର,ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ,ତସ୍ମୈ ଶ୍ରୀ ଗୁରବେ ନମଃ ।

କେବେ ଓ କ'ଣ ପାଇଁ ପାଳନ କରାଯାଏ ଗୁରୁ ଦିବସ

ସମାଜରେ ଶିକ୍ଷକଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ସେପ୍ଟମ୍ବର ୫ ତାରିଖରେ ଗୁରୁଦିବସ ପାଳନ କରାଯାଏ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ 'ଗୁରୁ ଦିବସ'ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଏ । ୧୯୬୨ ମସିହାଠୁ ଗୁରୁଦିବସ ପାଳନ କରାଯାଉଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କ ଅବଦାନକୁ ମନେ ରଖିବା ପାଇଁ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବଦାନକୁ ସାମ୍ମାନ ଜଣାଇ ପ୍ରତ୍ୟକ ବର୍ଷ ସେପ୍ଟମ୍ବର ୫ ରେ ବିଦ୍ୟାଳୟ , କଲେଜ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଗୁରୁଦିବସ ପାଳନ କରାଯାଏ ।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ :
୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ରାଧାକ୍ରିଷ୍ଣନଙ୍କ ପିଲାଦିନ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା । ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ।୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି କରାଯାଇଥିଲା । ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ରାଧାକ୍ରିଷ୍ଣନ । ୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତାହାପରେ କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ, ମାଂଚେଷ୍ଟର ବିଶ୍ବବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ମିଳିଥିଲା ସମ୍ମାନଜନକ ଭାରତ ରତ୍ନ । ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+