Get Updates
Get notified of breaking news, exclusive insights, and must-see stories!

ସକାଳେ ଚା ନା କଫି, ଯେଉଁଟା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

କିଛି ଲୋକ ସକାଳର ଆରମ୍ଭ ଗରମାଗରମ କଫି ସହ କରିଥାନ୍ତି । କିନ୍ତୁ ଜାଣନ୍ତି କି ଡାକ୍ତରଙ୍କ ମତରେ ଏହା ଆଦୌ ଠିକ୍‌ ନୁହେଁ । କେବଳ ସେତିକି ନୁହେଁ, କଫି ପିଇବା ପୂର୍ବରୁ ପାଣି ପିଇବାକୁ ମଧ୍ୟ ଡାକ୍ତର ପରାମର୍ଶ ଦେଉଛନ୍ତି । ଖାଲି ପେଟରେ କଫି ଆଦୌ ନୁହେଁ । ଏହି ଅଭ୍ୟାସ ଶରୀର ପାଇଁ ଖୁବ୍‌ କ୍ଷତିକାରକ । ସକାଳୁ ଉଠି କଫି ପିଇବା ଦ୍ୱାରା ଶରୀରରେ ଜଳ ଶୁଷ୍କତା ବଢିଥାଏ । ଖାଲି ପେଟରେ କଫି ପିଇବା ଦ୍ୱାରା ଏସିଡ୍‌ ସ୍ତର ବଢିଥାଏ । ପେଟ ଖାଲି ଥିବାରୁ ଏସିଡ୍‌ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ । ଫଳରେ ପେଟ ଭିତରେ ଜ୍ୱଳନ, ଗ୍ୟାସ୍‌, ପ୍ରଦାହ ଓ ବଦ୍‌ହଜମୀ ପରି ସମସ୍ୟା ସୃଷ୍ଟି ହୋଇଥାଏ ।

Tea or coffee

ବଢାଏ ଷ୍ଟ୍ରେସ୍‌ ହର୍‌ମୋନ୍‌

କଫିରେ ଥିବା କ୍ୟାଫିନ୍‌ ଶରୀରର କର୍ଟିସୋଲ୍‌ ହର୍‌ମୋନ୍‌କୁ ବଢାଇଥାଏ । କର୍ଟିସୋଲ୍‌ ହେଉଛି ଆମ ଶରୀରର ଷ୍ଟ୍ରେସ୍‌ ହର୍‌ମୋନ୍‌ । ଏହା ବଢିବା ଯୋଗୁ ସକାଳେ ସତେଜ ଅନୁଭବ କରିବା ପରିବର୍ତ୍ତେ ଅସ୍ତବ୍ୟସ୍ତ ଲାଗିବା, ଚିଡ୍‌ଚିଡା ଲାଗିବା ପରି ସ୍ଥିତି ଉପୁଜିଥାଏ । କଫି ସତେଜ ଅନୁଭବ କରାଇବା ପରିବର୍ତ୍ତେ ଚିନ୍ତାଗ୍ରସ୍ତ କରାଇଥାଏ ।

କେମିତି ପିଇବେ କଫି

ଯଦି ସକାଳୁ କଫି ପିଇବାକୁ ପସନ୍ଦ କରୁଥାନ୍ତି, ତେବେ ଉଠିବା ପରେ ଏକ ଗ୍ଲାସ୍‌ ପାଣି ପିଅନ୍ତୁ । କାରଣ ସାରା ରାତି ଶୋଇବା ପରେ ଶରୀରରେ ଜଳ ଶୁଷ୍କତା ବଢିଥାଏ । ତେଣୁ ପାଣି ପିଇବା ପରେ ଶରୀରର ଜଳ ଶୁଷ୍କତା ଦୂର ହେବା ସହ ମେଟାବଲିଜିମ୍‌ ତୀବ୍ର ହୋଇ ପାଚନ ତନ୍ତ୍ର ସକ୍ରିୟ ହୋଇଥାଏ । ଏବେ କିଛି ହାଲ୍‌କା ଖାଇବା ପରେ କଫି ପିଇବା ଶରୀର ପାଇଁ ନିରାପଦ । ବିଶେଷଜ୍ଞଙ୍କ ମତରେ ଯଦି ଏକରୁ ଅଧିକ ଥର କଫି ପିଉଥାନ୍ତି, ତେବେ ୩୦ ମିନିଟ୍‌ର ଅନ୍ତର ରଖିବା ଜରୁରି ।

ସାମାନ୍ୟ ସାବଧାନ ରୁହନ୍ତୁ, ଖୁବ୍‌ ଫରକ୍‌ ପଡିବ

କଫି ଶରୀର ପାଇଁ ସମ୍ପୂର୍ଣ୍ଣ କ୍ଷତିକାରକ ନୁହେଁ । ଯଦି ଉପଯୁକ୍ତ ସମୟରେ ଓ ଉଚିତ୍‌ ଶୈଳୀରେ ନିଆଯାଏ । ତେବେ ଥକ୍କାପଣ ଦୂର କରିବା ଓ ମୁଡ୍‌କୁ ସୁଧାରିବାରେ ସାହାଯ୍ୟ କରିଥାଏ । ସାମାନ୍ୟ ସାବଧାନ ରୁହନ୍ତୁ, କଫି ଖୁବ୍‌ ଫରକ୍‌ ପକାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+