ଶୀତର ଦିନରେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ, ଚମକିବ ତ୍ୱଚା
Winter Skin Care: ଆସିଲାଣି ଶୀତ, ସାରେ ଦେଶରେ ପାରଦ ତଳମୁହାଁ । ପାଗ ବଦଳିବା ସହ ତ୍ୱଚାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଅଧିକାଂଶ ଲୋକଙ୍କର ସ୍କିନ୍ ଡ୍ରାଏ ହୋଇଯାଇଥାଏ । ଶୀତ ଦିନ ତ୍ୱଚାର ଠିକ୍ ଭାବେ ଯତ୍ନ ନେବା ନିହାତି ଜରୁରୀ। ଶୀତ ଦିନରେ ତ୍ୱଚାର ଚମକ କମି ଯାଇଥାଏ। ଏହି ଋତୁରେ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପଚାର ।
ଶୀତ ଦିନରେ ଘର ତିଆରି ନଡ଼ିଆ ତେଲକୁ ଆପଣ ଲୋଶନ ଭଳି ବ୍ୟବହାର କରିପାରିବେ। ପ୍ରତିଦିନ ଗାଧୋଇବା ପରେ ଶରୀରରେ ନଡିଆ ତେଲ ମାଲିସ କରନ୍ତୁ । ଏହାପରେ ଅଳ୍ପ ପାଣିରେ ଶରୀରକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହା ସନ ବର୍ଣ୍ଣରୁ ତ୍ବଚାକୁ ରକ୍ଷା କରେ ।

ନଡିଆ ତେଲରେ ଲେମ୍ବୁ ରସ ମିଶାଇ ମଧ୍ୟ ଲଗାଇବା ଦ୍ବାରା ଦେହରେ ଥିବା କଳା ଦାଗ ଦୂର ହୋଇଥାଏ । ଏହି ମିଶ୍ରଣକୁ ପ୍ରତିଦିନ ଆଣ୍ଠୁ ଏବଂ କହୁଣୀରେ ଲଗାନ୍ତୁ । କିଛି ଦିନ ପରେ ଏହାର ଫଳ ଆପେ ଜାଣି ପାରିବେ । ନଡିଆ ତେଲକୁ ଆପଣ କେବଳ ଶୀତ ଦିନ ନୁହେଁ ବରଂ ଅନ୍ୟ ଦିନ ମାନଙ୍କରେ ମେକଅପ ରିମୋଭର ଭାବେ ବ୍ୟବହାର କରିପାରିବେ। ଏପରିବ କରିବା ଦ୍ବାରା ଆପଣଙ୍କ ତ୍ବଚା ସଫ୍ଟ ରହିଥାଏ । ଏହା ତ୍ବଚାରେ ମଶ୍ଚରାଇଜର ଭାବେ କାମ କରେ, କୌଣସି କ୍ଷତି ହୋଇ ନଥାଏ ।
ଶୀତ ଦିନରେ ତ୍ବଚାକୁ କୋମଳ ରଖିବାରେ ସାହାଯ୍ୟ କରେ ମହୁ । ଖାସକରି ଶୁଷ୍କ ତ୍ବଚାକୁ ଚମକାଇବାରେ ସାହାଯ୍ୟ କରେ ଏହି ଘରୋଇ ଉତ୍ପାଦ । ପ୍ରତିଦିନ ତ୍ବଚାରେ ମହୁ ଲଗାଇବା ଦ୍ବାରା ତ୍ବଚା ଚମକି ଥାଏ । ଶୋଇବା ପୂର୍ବରୁ କିଛି ସମୟ ମହୁ ଲଗାଇ , କିଛି ସମୟ ପରେ ଧୋଇବା ପରେ ସଫା କପଡାରେ ମୁହଁ ପୋଛି ଶୁଅନ୍ତୁ । ମହୁ ଲଗାଇବା ଦ୍ବାରା ଶୀଘ୍ର ବୁଢାପା ଆସିନଥାଏ । ଆପଣଙ୍କ ତ୍ବଚାର ଚମକ ବଜାୟ ରୁହେ।
ଶୀତ ଦିନ ସମସ୍ତେ ଖରାରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ସନ୍ ସ୍କ୍ରିନ୍ ଲୋସନ୍ ଲଗାଇବା ଭୁଲନ୍ତୁ ନାହିଁ । ଏହା ୟୁବିଏ ଓ ୟୁବିବି ଠାରୁ ତ୍ୱଚାକୁ ରକ୍ଷା କରି ପାରିବେ।












Click it and Unblock the Notifications