ବର୍ଷା ଦିନରେ କେଶ ଓ ତ୍ୱଚାର ଯତ୍ନ
Hair And Skin Care: ବର୍ଷା ଋତୁରେ ଅଧିକ କେଶ ଝଡିବା ସହ ପିମ୍ପଲ ଏବଂ କଳା ଦାଗ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ ଅଧିକ କେଶ ଉପୁଡିବା ସହ ରୂପି ଅଧିକ ହୋଇଥାଏ । ତେବେ ଏପରି କିଛି ଘରୋଇ ଉପଚାର ରହିଛି ଯାହା ବର୍ଷା ଦିନରେ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ ଏବଂ ଚମକଦାର ତ୍ୱଚା ସହ ନରମ ମଧ୍ୟ ହୋଇଥାଏ ।
ବର୍ଷା ଦିନରେ କେଶ ଅଧିକ ଡ୍ରାଏ ହୋଇଥାଏ । ଯେଉଁଥିପାଇଁ ୨ ରୁ ୩ ଦିନ ମଧ୍ୟରେ କେଶରେ ତେଲ ଲଗାନ୍ତୁ । ନଖ ଉଷୁମ ତେଲ ଲଗାଇବା ଉଚିତ୍ । କେଶରେ ଅଁଳା ତେଲ ଲଗାଇବା ଲାଭଦାୟକ ହୋଇଥାଏ ।

ସପ୍ତାହକୁ ଦୁଇ ଥର ଉଷୁମ ନଡ଼ିଆ କିମ୍ବା ସୋରିଷ ତେଲ ମସାଜ କରନ୍ତୁ । ଯାହା ଦ୍ୱାରା କେଶ ଶୁଷ୍କ ହୋଇନଥାଏ ଏବଂ ହେଲଦି ରହିଥାଏ । ସାମ୍ପୁରେ କେଶକୁ ଭଲ ସେ ଧୋଇବା ପରେ ମାସ୍କ କିମ୍ବା କଣ୍ତିସନର ଲଗାଇ ଧୋଇବା ପରେ ମୁଣ୍ତରେ ସେରମ ଲଗାନ୍ତୁ । ସେହିପରି କେଶର ଘନତ୍ୱ ବଢାଇବା ପାଇଁ ଏବଂ ଝଡିବା କମ କରିବା ପାଇଁ ପିଆଜ ରସ ମଧ୍ୟ ଲଗାଇ ପାରିବେ । ଲେମ୍ବୁ ରସ ମଧ୍ୟ ଲଗାଇ ପାରିବେ ଯାହା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ ।
ବର୍ଷା ଦିନରେ କେଶକୁ ସଫା ରଖିବା ପାଇଁ 20 ରୁ 30 ଦିନ ବ୍ୟବଧାନରେ ସ୍ପା କରାଇବା ଭୁଲନ୍ତୁ ନାହିଁ । ପ୍ଲାଷ୍ଟିକ୍ ପାନିଆରେ କେଶ କୁଣ୍ତାନ୍ତୁ ନାହିଁ । ଯାହା ଦ୍ୱାରା କେଶକ ଅଧିକ ଡ୍ରାଏ ହୋଇଥାଏ ଏବଂ କେଶ ଅଧିକ ଝଡି ମଧ୍ୟ ଥାଏ । ସେହିପରି ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ରଖନ୍ତୁ । ଅଧିକ ପରିମାଣରେ ସାଗ ଖାଆନ୍ତୁ ।












Click it and Unblock the Notifications