ଏହି ୮ଟି ଲକ୍ଷଣ ଦେଖା ଦେଲେ ତୁରନ୍ତ ଆରମ୍ଭ କରନ୍ତୁ ଚିକିତ୍ସା, ନଚେତ୍ ହୋଇପାରେ ମୁଖ କର୍କଟ
Mouth Cancer Symptoms: ଓଠ, ଜିଭ ଏବଂ ପାଟିର ତଳ ଭାଗରେ କର୍କଟ ରୋଗ ହୋଇଥାଏ । ହେଲେ କିଛି ଲୋକଙ୍କର ଗାଲ, ପାଟିର ଉପର ପୃଷ୍ଠ, ଟନସିଲ ଏବଂ ଲାଳ ଗ୍ରନ୍ଥିରେ ମଧ୍ୟ କର୍କଟ ରୋଗର ବା Oral Cancer ହେବାର ଆଶଙ୍କା ଥାଏ । ଏହାର ମୁଖ୍ୟ କାରଣ ହେଉଛି ତମାଖୁ ଏବଂ ମଦ୍ୟପାନ । ମୁହଁ କର୍କଟ ରୋଗ ପାଇଁ 80% ରୁ ଅଧିକ ରେଡିଓଥେରାପି ଆବଶ୍ୟକ ରହିଛି ।
ଏହା ବ୍ୟତୀତ ଏହାକୁ ଅସ୍ତ୍ରୋପଚାର କିମ୍ବା କେମୋଥେରାପି ଜରିଆରେ ମଧ୍ୟ ଚିକିତ୍ସା କରାଯାଇ ପାରିବ । ହେଲେ ଏହି ରୋଗ ଚିହ୍ନିବାରେ ବିଳମ୍ବ ହେଲେ ଏହା ଭୟଙ୍କର ହୋଇଥାଏ ଏବଂ ଠିକ୍ ହେବା ପାଇଁ ମଧ୍ୟ ସମୟ ଲାଗିଥାଏ । ତେଣୁ ଯେତେବେଳେ ୮ଟି ଲକ୍ଷଣ ଦେଖାଯାଏ ତୁରନ୍ତ ସତର୍କ ହେବା ଉଚିତ ଏବଂ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ଚିକିତ୍ସା ଆରମ୍ଭ କରିବା ଉତିତ୍ । କାରଣ ଏହା ମୁଖ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।

ମୁଖ କର୍କଟ ରୋଗର 8ଟି ଲକ୍ଷଣ
1. ଦାନ୍ତ ମଧ୍ୟରେ ଗ୍ୟାପ୍ ହେବା
2. ବେକରେ ଗଣ୍ଠି ପଡିବା ପରି ଦେଖାଯିବା
3. ଓଠ ଫୁଲିବା କିମ୍ବା ଘା'ଶିଘ୍ର ନ ଶୁଖିବା
4. ଗିଳିବାରେ ଅସୁବିଧା କିମ୍ବା ଯନ୍ତ୍ରଣା ହେବା
5. କଥାକହିବା ପରିବର୍ତ୍ତନ
6. ପାଟିରୁ ରକ୍ତ ବାହାରିବା
7. ଜିଭ କିମ୍ବା ମାଢିରେ ଧଳା କିମ୍ବା ନାଲି ଦାଗ ହେବା
8. ବିନା କାରଣରେ ଓଜନ କମିବା
ମୁଖ କର୍କଟ ରୋଗର କାରଣ
1. ତମାଖୁ କିମ୍ବା ମଦ୍ୟପାନର ଅତ୍ୟଧିକ ବ୍ୟବହାର
2. ମାନବ ପାପିଲୋମାଭାଇରସ୍ (HPV)
3. ଏପଷ୍ଟିନ୍-ବାର୍ ଭାଇରସ୍ (EBV)
4. ଜେନେଟିକ୍
5. ମାଢି ରୋଗ
6. ସୂର୍ଯ୍ୟଙ୍କ ଅତ୍ୟଧିକ ସଂସ୍ପର୍ଶରେ ଆସିବା
7. ଗୁଆ ଅଧିକ ଖାଇବା












Click it and Unblock the Notifications