Get Updates
Get notified of breaking news, exclusive insights, and must-see stories!

ରାତିରେ ଉଚ୍ଚ ରକ୍ତଚାପ ବା ହାଇ ବିପି'ର ଲକ୍ଷଣ ଅଧିକ ଦେଖାଯାଏ, ଜାଣନ୍ତୁ କାରଣ

Blood Pressure: ଆଜିକା ତାରିଖରେ ଉଚ୍ଚ ରକ୍ତଚାପ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଦେଲେ ହୃଦୟ ସଠିକ୍ ଭାବରେ କାମ କରେ ନାହିଁ । ଜଣେ ବ୍ୟକ୍ତିଙ୍କ BP 120/80 mm Hg ରୁ କମ୍ ରହିବା ଉଚିତ୍ । ଏହା ସାଧାରଣ ରକ୍ତଚାପ । ଖରାପ ଜୀବନ ଶୈଳୀ ହେଉଛି ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ । ତେବେ ଏହା ଅତ୍ୟନ୍ତ ବିପଜ୍ଜନକ । ଉଚ୍ଚ ରକ୍ତଚାପ କାରଣରୁ ଷ୍ଟ୍ରୋକ୍ ଏବଂ ହୃଦଘାତର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ଦିନ ଅପେକ୍ଷା ରାତିରେ ଅଧିକ ବିପି ବଢିଯାଇଥାଏ ।

ଶୋଇବାରେ ଅସୁବିଧା
ଯଦି ଆପଣଙ୍କୁ ରାତିରେ ଶୋଇବାରେ ଅସୁବିଧା ହେଉଛି । ତେବେ ଏହା ଉଚ୍ଚ BP ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ବାସ୍ତବରେ, ଉଚ୍ଚ ରକ୍ତଚାପ ଶୋଇବା ଚକ୍ରକୁ ଖରାପ କରିଥାଏ । ଏହି କାରଣରୁ, ନିଦ୍ରା ଅଭାବର ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ରାତିରେ ଶୋଇବାରେ ଅସୁବିଧା ହୋଇଥାଏ । ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି କିମ୍ବା ଔଷଧ ସେବନ କରୁଛନ୍ତି, ତେବେ ଆପଣଙ୍କୁ ଯାଞ୍ଚ କରିବାକୁ ପଡିବ । ଭଲ ନିଦ ପାଇବାକୁ ହେଲେ ନିଜକୁ ଚାପରୁ ମୁକ୍ତି ଦିଅନ୍ତୁ ଏବଂ ସକାଳେ ଧ୍ୟାନ ଅଭ୍ୟାସ କରନ୍ତୁ ।

Symptoms of high blood

ଅତ୍ୟଧିକ ପରିସ୍ରା
ଯଦି ଆପଣଙ୍କୁ ରାତିରେ ଅଧିକ ପରିସ୍ରା ଲାଗୁଛି, ତେବେ ଆପଣ ସତର୍କ ରହିବା ଉଚିତ୍ । ଏହା ଉଚ୍ଚ ରକ୍ତ ଚାପର ଲକ୍ଷଣ ହୋଇପାରେ । ଉଚ୍ଚ ରକ୍ତଚାପ କିଡନୀ ଉପରେ ଚାପ ପକାଇଥାଏ । ଯାହାଦ୍ୱାରା ପରିସ୍ରା ଅଧିକ ଲାଗିଥାଏ । ତେଣୁ ଜଣେ ସାବଧାନ ହେବା ଉଚିତ୍ । ନିୟମିତ ଡାକ୍ତରୀ ଯାଞ୍ଚ କରିବା ଉଚିତ୍ ।

ମୁଣ୍ଡବିନ୍ଧା
ଯଦି ରାତିରେ ଶୋଇବା ପୂର୍ବରୁ ମୁଣ୍ତ ବିନ୍ଧା ହେଉଛି ବା ଅଧିକ ମୁଣ୍ତ ବିନ୍ଧା ହେଉଛି ତେବେ ଏହା ମଧ୍ୟ ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ । ଉଚ୍ଚ ରକ୍ତଚାପ ଯୋଗୁଁ ଘଟିଥିବା ମୁଣ୍ଡବିନ୍ଧା ସକାଳେ ଅତି ଭୟଙ୍କର ହୋଇଥାଏ । କାରଣ ରାତିରେ ଶୋଇବା ସମୟରେ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ଏହାର ପ୍ରଭାବ ସକାଳେ ଦେଖିବା ପାଇଁ ପଡିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+